ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪
| ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ | |
|---|---|
| Parliament of India | |
| Andhra Pradesh Reorganisation Act, 2014 | |
| Territorial extent | India |
| ନିୟମାକାରକ | Lok Sabha |
| Date passed | 18 February 2014 |
| Enacted by | Rajya Sabha |
| Date passed | 20 February 2014 |
| Date assented to | 1 March 2014 |
| Date signed | 1 March 2014 |
| Signed by | Pranab Mukherjee |
| Date commenced | 2 June 2014 |
| Date effective | 2 June 2014 |
| ପରିଚାଳିକା ଇତିହାସ | |
| Bill introduced in the Lok Sabha | 13 February 2014 |
| Bill published on | 18 February 2014 |
| Introduced by | Meira Kumar |
| Bill introduced in the Rajya Sabha | 20 February 2014 |
| Bill published on | 20 February 2014 |
| Introduced by | P. J. Kurien |
| Status: In force | |
ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ ହେଉଛି ଭାରତର ଏକ ସଂସଦୀୟ ଆଇନ। ଏହି ଆଇନଟି ‘ତେଲେଙ୍ଗାନା ବିଲ୍’ ନାମରେ ଅଧିକ ପରିଚିତ। ଏହି ଆଇନ ଅନୁସାରେ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ବିଭକ୍ତ କରି ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ନାମରେ ଦୁଇଟି ରାଜ୍ୟ ଗଠିତ ହୋଇଛି । ଏହି ଆଇନରେ ନବଗଠିତ ଦୁଇଟି ରାଜ୍ୟର ସୀମା ନିର୍ଦ୍ଧାରଣ କରାଯାଇଛି, ସମ୍ପତ୍ତି ଓ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ବଣ୍ଟନ କରାଯାଇଛି ଏବଂ ହାଇଦ୍ରାବାଦର ସ୍ଥିତି ମଧ୍ୟ ନିର୍ଣ୍ଣୟ କରାଯାଇଛି ।[୧][୨] ୨୦୧୪ ସାଲ ୩୦ ଜାନୁଆରୀ ତାରିଖରେ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଏହି ମର୍ମର ଏକ ପୂର୍ବ ବିଲ୍ଟି ଅସ୍ୱୀକୃତ ହୋଇଥିଲା ।[୩]
ପରବର୍ତ୍ତୀ ସମୟରେ ୨୦୧୪ ସାଲ ୧୮ ଫେବୃଆରୀରେ ନୂତନ ବିଲ୍ଟି ଲୋକ ସଭାରେ ଏବଂ ୨୦୧୪ ସାଲ ୨୦ ଫେବୃଆରୀରେ ରାଜ୍ୟ ସଭାରେ ପାସ୍ ହୋଇଥିଲା । ୨୦୧୪ ସାଲ ୧ ମାର୍ଚ୍ଚରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବିଲ୍ଟିରେ ସ୍ୱାକ୍ଷର କରି ଅନୁମୋଦନ କରିଥିଲେ ଏବଂ ବିଲ୍ଟି ସରକାରୀ ଗେଜେଟ୍ରେ ପ୍ରକାଶିତ ହୋଇଥିଲା ।[୪] ୨୦୧୪ ସାଲ ୨ ଜୁନ୍ରେ ନୂତନ ଦୁଇଟି ରାଜ୍ୟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା ।
ସଂସଦୀୟ ଇତିହାସ
[ସମ୍ପାଦନା]୨୦୧୩ ସାଲ ଅଗଷ୍ଟ ମାସରେ ସେତେବେଳର କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେଙ୍କ ନେତୃତ୍ୱରେ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଥିଲା। ଏହି ମନ୍ତ୍ରୀଗୋଷ୍ଠୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ବିଭାଜନର ଆବଶ୍ୟକତା ଅନୁଧ୍ୟାନ କରିଥିଲେ। ଏହି ମନ୍ତ୍ରୀଗୋଷ୍ଠୀର ସଦସ୍ୟ ଥିଲେ ସେତେବେଳର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍, ସ୍ୱାସ୍ଥ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ଆଇନମନ୍ତ୍ରୀ କପିଳ ସିବଲ, ଗ୍ରାମୋନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଏବଂ ନାରାୟଣସ୍ୱାମୀ । ଏହି ମନ୍ତ୍ରୀଗୋଷ୍ଠୀ ତେଲେଙ୍ଗାନା ସମ୍ପର୍କିତ ଶ୍ରୀକୃଷ୍ଣ କମିଟିର ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରିଥିଲେ।
୨୦୧୪ ସାଲ ୧୩ ଫେବୃଆରୀରେ ସେତେବେଳେର ଲୋକସଭା ଅଧ୍ୟକ୍ଷା ମୀରା କୁମାର ଲୋକସଭାରେ ତେଲେଙ୍ଗାନା ବିଲ୍ ପେଶ କରିଥିଲେ । ବିଲ୍ ପାସ୍ ହେବା ସମୟରେ ଲୋକସଭାରେ ଭୟଙ୍କର ହୁଲୁସ୍ତୁଲ ହୋଇଥିଲା। ସାଂସଦ ଲଗଦପତି ରାଜଗୋପାଳ ସଂସଦ କକ୍ଷରେ ମରିଚ ସ୍ପ୍ରେ କରିଥିଲେ। ପରେ ସେ କହିଥିଲେ ଯେ ଅନ୍ୟ ରାଜ୍ୟର କିଛି କଂଗ୍ରେସ ସାଂସଦଙ୍କ ଆକ୍ରମଣରୁ ଆତ୍ମରକ୍ଷା ପାଇଁ ସେ ମରିଚ ସ୍ପ୍ରେ କରିଥିଲେ। ବିଲ୍ ପାସ୍ ପରେ ସଂସଦ ମୁଲତବି ହୋଇଯାଇଥିଲା।
ଲୋକସଭାର ସେତେବେଳେର ବିରୋଧୀ ଦଳନେତ୍ରୀ ସୁଷମା ସ୍ୱରାଜ କହିଥିଲେ ଯେ ବିଲ୍ଟି ଲୋକସଭାରେ ପେଶ ହୋଇଛି ବୋଲି ସେ ଜାଣିନଥିଲେ। ୨୦୧୪ ସାଲ ୧୮ ଫେବୃଆରୀରେ ବିଜେପିର ସମର୍ଥନରେ ବିଲ୍ଟି ଲୋକସଭାରେ ପାସ୍ ହୋଇଥିଲା।
୨୦ ଫେବୃଆରୀରେ ବିଜେପିର ସମର୍ଥନରେ ବିଲ୍ଟି ରାଜ୍ୟସଭାରେ ମଧ୍ୟ ପାସ୍ ହୋଇଥିଲା।[୫] ୧ ମାର୍ଚ୍ଚରେ ରାଷ୍ଟ୍ରପତି ବିଲ୍ଟିରେ ସ୍ୱାକ୍ଷର କରିଥିଲେ ଏବଂ ଏହା ସରକାରୀ ଗେଜେଟରେ ପ୍ରକାଶିତ ହୋଇଥିଲା ।[୬]
ସାଂସଦ ବହିଷ୍କାର
[ସମ୍ପାଦନା]ଲୋକସଭାର ସେତେବେଳେର ଅଧ୍ୟକ୍ଷା ମୀରା କୁମାର ଆନ୍ଧ୍ର ପ୍ରଦେଶର ୧୮ ଜଣ ସାଂସଦଙ୍କୁ ବହିଷ୍କୃତ କରିଥିଲେ। ସେମାନେ ହେଲେ—ଜାତୀୟ କଂଗ୍ରେସର ସବ୍ବମ୍ ହରି, ଅନନ୍ତ ଭେଙ୍କଟରାମି ରେଡ୍ଡି, ରାୟପତି ଶାମ୍ବଶିବ ରାଓ, ଏସ୍.ପି.ୱାଇ. ରେଡ୍ଡି, ଏମ୍. ଶ୍ରୀନିବାସୁଲୁ ରେଡ୍ଡି, ଭି. ଅରୁଣ କୁମାର, ଏ. ସାଇ ପ୍ରତାପ, ସୁରେଶ କୁମାର ଶେଟକର, କେ.ଆର୍.ଜି. ରେଡ୍ଡି, ବାପି ରାଜୁ କାନୁମୁରି ଓ ଜି. ସୁଖେନ୍ଦର ରେଡ୍ଡି; ତେଲୁଗୁ ଦେଶମ୍ ପାର୍ଟିର ନିରାମଲ୍ଲି ଶିବପ୍ରସାଦ, ନିମ୍ମାଲା କୃଷ୍ଟପ୍ପା, ନାରାୟଣ ରାଓ; ୱାଇଏସଆର୍ କଂଗ୍ରେସର ୱାଇଏସ୍ ଜଗନ୍ମୋହନ ରେଡ୍ଡି ଓ ଏମ୍. ରାଜମୋହନ ରେଡ୍ଡି; ଏବଂ ତେଲେଙ୍ଗାଣାର ଦୁଇଜଣ ସାଂସଦ।[୭][୮][୯]
ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଅଖଣ୍ଡ ରାଜ୍ୟ ପ୍ରସ୍ତାବ
[ସମ୍ପାଦନା]ଭାରତୀୟ ସଂବିଧାନର ଧାରା ୩ ଅନୁଯାୟୀ, କୌଣସି ରାଜ୍ୟକୁ ବିଭାଜନ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ବିଧାନସଭାର ମତାମତ ଆବଶ୍ୟକ ହୁଏ। ୨୦୧୪ ସାଲ ୩୦ ଜାନୁଆରୀରେ ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦରେ ବିଲ୍ଟି ଅସ୍ୱୀକୃତ ହୋଇଥିଲା। ବିଧାୟକମାନେ ବିଲ୍ଟି ସହ ୯,୦୭୨ଟି ସଂଶୋଧନୀ ଏବଂ ବିଧାନ ପରିଷଦ ସଦସ୍ୟମାନେ ୧,୧୫୭ଟି ପ୍ରସ୍ତାବ ଯୋଡ଼ିଥିଲେ। କିନ୍ତୁ ସଂବିଧାନର ଧାରା ୩ ଅନୁସାରେ, ନୂତନ ରାଜ୍ୟ ସୃଷ୍ଟି ବିଷୟରେ ଭାରତର ସଂସଦ ସର୍ବୋଚ୍ଚ ଅଧିକାରୀ। ଏହି ବିଷୟରେ ସଂସଦ ସମ୍ପୃକ୍ତ ରାଜ୍ୟ ବିଧାନସଭାର ଆପତ୍ତି ଶୁଣିବାକୁ ବାଧ୍ୟ ନୁହେଁ। ତେଣୁ ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ବିଧାନ ପରିଷଦର ବିଲ୍ ଅସ୍ୱୀକୃତି, ସଂସଦରେ ତେଲେଙ୍ଗାଣା ବିଲ୍ ପାସ୍ ହେବାରେ ବାଧା ସୃଷ୍ଟି କରିନଥିଲା।[୧୦]
ସୁପ୍ରିମ କୋର୍ଟରେ ମାମଲା
[ସମ୍ପାଦନା]ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ବିଲ୍ ସଂସଦରେ ଉତ୍ଥାପନ ବିରୋଧରେ ମୋଟ ୯ଟି ମାମଲା ଦାଖଲ ହୋଇଥିଲା । ସୁପ୍ରିମ କୋର୍ଟ ଆବେଦନଗୁଡ଼ିକୁ ଖାରଜ କରି କହିଥିଲେ ଯେ ସଂସଦରେ ବିଲ୍ ପାସ୍ ହେବା ପରେ ହିଁ ଏପରି ମାମଲା କରାଯାଇପାରିବ । ତଥାପି ୨୦୧୪ ସାଲ ୭ ମାର୍ଚ୍ଚରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରକୁ ଏହି ବିଷୟରେ ଏକ ନୋଟିସ୍ ଜାରି କରିଥିଲେ। ୫ ମଇରେ ସୁପ୍ରିମ କୋର୍ଟ ଏହି ମାମଲା ଗ୍ରହଣ କରିବ ବୋଲି କହିଥିଲେ।
ଆନ୍ଧ୍ର ପ୍ରଦେଶର ନୂତନ ରାଜଧାନୀ ପ୍ରସ୍ତାବ
[ସମ୍ପାଦନା]୨୦୧୪ ସାଲ ୧୧ ମାର୍ଚ୍ଚରେ ସେତେବେଳର କେନ୍ଦ୍ରୀୟ ମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ବିଲ୍ ସମ୍ପର୍କିତ ମନ୍ତ୍ରୀଗୋଷ୍ଠୀର ସଦସ୍ୟ ଜୟରାମ ରମେଶ କହିଥିଲେ—“ବିଶାଖାପଟ୍ଟଣମ୍, ବିଜୟୱାଡ଼ା, ଗୁଣ୍ଟୁର, ରାଜମୁନ୍ଦ୍ରୀ, ତିରୁପତି, କୁର୍ନୁଲ, ଓଙ୍ଗୋଲେ ଓ ନେଲ୍ଲୋର ପରି ସହରମାନଙ୍କ ମଧ୍ୟରୁ ଗୋଟିଏକୁ ନୂତନ ରାଜଧାନୀ ଭାବେ ବିଚାର କରାଯାଉଛି । ସମସ୍ତ ସହରର ସ୍ଥିତି ଅନୁଧ୍ୟାନ କରି ସେପ୍ଟେମ୍ବର ମାସରେ ନାମ ଚୂଡ଼ାନ୍ତ କରାଯିବ ।” ନାଗାର୍ଜୁନ ବିଶ୍ୱବିଦ୍ୟାଳୟ, ନୁଜିଭିଦ୍ ଓ ଡୋନାକୋଣ୍ଡା ପରି ଛୋଟ ସହରଗୁଡ଼ିକୁ ମହାନଗରୀରେ ପରିଣତ କରିବା ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା।
ଆଧାର
[ସମ୍ପାଦନା]- ↑ "Govt may give Telangana, AP special status under Article 371-D". Firstpost. Retrieved 5 June 2014.
- ↑ "Andhra Pradesh bifurcation: GoM for special status to both states". The Times of India. Retrieved 5 June 2014.
- ↑ IANS. "Andhra Pradesh assembly rejects the Bill for separate Telangana". Biharprabha News | Connecting Bihar with the entire World (in ଆମେରିକୀୟ ଇଂରାଜୀ). Retrieved 2025-12-25.
- ↑ "President rule in Andhra Pradesh, assent to Telangana bill". The Times of India. 2014-03-01. ISSN 0971-8257. Retrieved 2025-12-25.
- ↑ Times, Hindustan. "Telangana bill clears Rajya Sabha hurdle, over to President - Hindustan Times". http://www.hindustantimes.com/. Archived from the original on 2014-02-21. Retrieved 2025-12-25.
{{cite web}}: External link in(help)|website= - ↑ "Wayback Machine" (PDF). www.mha.nic.in. Retrieved 2025-12-25.
- ↑ "Telangana crisis: 18 Andhra MPs suspended from Lok Sabha over ruckus in Parliament". The Indian Express.
- ↑ "18 Andhra MPs suspended from Lok Sabha". The Hindu.
- ↑ "16 Andhra MPs suspended from Lok Sabha". The Times of India.
- ↑ & (2014-02-03). "Interpreting a federal Constitution". The Hindu (in Indian English). ISSN 0971-751X. Retrieved 2025-12-25.
{{cite news}}:|last=has numeric name (help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |