ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ
| ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ ఆంధ్ర రాష్ట్ర ఉన్నత న్యాయస్థానం | |
|---|---|
High Court of Andhra Pradesh building | |
| ସ୍ଥାପିତ | 1 ଜାନୁଆରୀ 2019 |
| ସ୍ଥାନ | ଅମରାବତି, ଆନ୍ଧ୍ର ପ୍ରଦେଶ |
| ଭୌଗଳିକ ଦିଗବାରେଣି | 16°31′10″N 80°29′08″E / 16.5195°N 80.4856°E |
| ସଂରଚନା | Presidential with confirmation of Chief Justice of India and Governor of Andhra Pradesh |
| ଅଧିକାର ପ୍ରାପ୍ତ | ଭାରତୀୟ ସମ୍ବିଧାନ |
| ବିଚାରପତି କାର୍ଯ୍ୟକାଳ | till the age of 62 years |
| ସଦସ୍ଯତା ସଂଖ୍ଯା | 37 |
| Website | aphc |
| Chief Justice | |
| ବର୍ତ୍ତମାନ | Dhiraj Singh Thakur |
| ନିଯୁକ୍ତି ଦିନ | 28 July 2023 |
ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଏହା ୧୯୫୪ ମସିହାରେ ସ୍ଥାପିତ ହୋଇଥିଲା, ଯେତେବେଳେ ଆନ୍ଧ୍ର ପ୍ରଦେଶ ପୁରୁଣା ମାଡ୍ରାସ ପ୍ରେସିଡେନ୍ସୀରୁ ବିଭାଜିତ ହୋଇ ଗଠିତ ହୋଇଥିଲା । ହାଇଦ୍ରାବାଦ ରାଜ୍ୟ ଆନ୍ଧ୍ର ରାଜ୍ୟ ସହିତ ମିଶି ଆନ୍ଧ୍ର ପ୍ରଦେଶ ରାଜ୍ୟ ଗଠନ ହେବା ପରେ, ଏହି ନ୍ୟାୟାଳୟ ପ୍ରଥମେ ଗୁଣ୍ଟୂରରେ ୧୯୫୬ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲା । ତାପରେ ଏହା ରାଜ୍ୟର ପ୍ରଶାସନିକ ରାଜଧାନୀ ହାଇଦ୍ରାବାଦରେ କାର୍ଯ୍ୟ କରିବାକୁ ଆରମ୍ଭ କଲା । କିନ୍ତୁ ଆନ୍ଧ୍ରପ୍ରଦେଶ ରିଅର୍ଗାନାଇଜେସନ୍ ଆକ୍ଟ, ୨୦୧୪ ଅନୁଯାୟୀ ରାଜ୍ୟ ବିଭାଜନ ପରେ, ହାଇଦ୍ରାବାଦର ଉଚ୍ଚ ନ୍ୟାୟାଳୟକୁ ଏକ ସାଧାରଣ ଉଚ୍ଚ ନ୍ୟାୟାଳୟ ବାବଦରେ ଘୋଷଣା କରାଯାଇଥିଲା, ଯେପର୍ଯ୍ୟନ୍ତ ନୂଆ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଇଁ ଉଚ୍ଚ ନ୍ୟାୟାଳୟ ସ୍ଥାପିତ ହୋଇନଥିଲା । ପରେ ରାଷ୍ଟ୍ରପତିଙ୍କ ଏକ ଆଦେଶ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରିଅର୍ଗାନାଇଜେସନ୍ ଆକ୍ଟ, ୨୦୧୪ ଅନୁଯାୟୀ ଏହି ରାଜ୍ୟ ପାଇଁ ସ୍ଵତନ୍ତ୍ର ଉଚ୍ଚ ନ୍ୟାୟାଳୟ ୧ ଜାନୁଆରୀ ୨୦୧୯ ରେ ସ୍ଥାପିତ ହେଲା।[୧]
ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ରାଜ୍ୟର ରାଜଧାନୀ ଅମରାବତିରେ ଅବସ୍ଥିତ ।[୨] ଏହି ନ୍ୟାୟାଳୟରେ ସର୍ବାଧିକ ୩୭ ଜଣ ବିଚାରପତି ଥିବାର ବ୍ୟବସ୍ଥା ରହିଛି, ଯେଉଁଥିରୁ ୨୮ ଜଣ ସ୍ଥାୟୀ ଏବଂ ୯ ଜଣଙ୍କୁ ଅତିରିକ୍ତ ଭାବରେ ନିଯୁକ୍ତ କରାଯାଇପାରିବ । ବର୍ତ୍ତମାନ ଏହି ନ୍ୟାୟାଳୟରେ ୨୯ ଜଣ ବିଚାରପତି ଅଛନ୍ତି । ନବନିର୍ମିତ ଉଚ୍ଚ ନ୍ୟାୟାଳୟର ପ୍ରଥମ କାର୍ଯ୍ୟାକାରୀ ମୁଖ୍ୟ ବିଚାରପତି ଥିଲେ ଚିଙ୍ଗାରି ପ୍ରବୀନ କୁମାର ।[୩]
ଆଧାର
[ସମ୍ପାଦନା]- ↑ "High Court". aphc.gov.in. Retrieved 12 July 2025.
- ↑ Staff, T. N. M. (2018-12-26). "New Andhra High Court to function at Amaravati from Jan 1, President issues notification". The News Minute (in ଇଂରାଜୀ). Retrieved 2025-07-12.
- ↑ Emmanuel, Meera (2018-12-27). "Justice Chagari Praveen Kumar appointed Acting Chief Justice for Andhra Pradesh High Court [Read Notification]". Bar and Bench - Indian Legal news (in ଇଂରାଜୀ). Retrieved 2025-07-12.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |