ଅନ୍ୱରା ବେଗମ

ଉଇକିପିଡ଼ିଆ‌ରୁ
(ଆନୋୟାରା ଜାମାଲରୁ ଲେଉଟି ଆସିଛି)
ଅନ୍ୱରା ବେଗମ
আনোয়ারা
୧୯୬୭ ମସିହାର ବଙ୍ଗଳାଦେଶୀ କଥାଚିତ୍ର ନବାବ ସିରାଜୁଦୁଲାରେ ଅନ୍ୱରା ବେଗମ
ଜନ୍ମ
ଅନ୍ୱରା ଜାମାଲ୍[୧]

(1948-06-01) ୧ ଜୁନ ୧୯୪୮ (ବୟସ ୭୫)
କୁମିଲ୍ଲାତ, ବାଂଲାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୪-ଏବେଯାଏଁ
ବୈବାହିକ-ସାଥୀ
ମହିତୁଲ୍ ଇସଲାମ ମୁହିତ୍
(m. ୧୯୬୪)

ଅନ୍ୱରା ବେଗମ (ଅନ୍ୱରା ନାମରେ ମଧ୍ୟ ପରିଚିତ; ଜନ୍ମ: ୧ ଜୁନ ୧୯୪୮; ଜନ୍ମସ୍ଥାନ: କୁମିଲ୍ଲାତ, ବାଂଲାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ବାଂଲାଦେଶର ବଙ୍ଗଳା ଏବଂ ଉର୍ଦ୍ଦୁ କଥାଚିତ୍ରରେ ଅଭିନୟ କରନ୍ତି । ୨୦୧୫ ସୁଦ୍ଧା ସେ ୬୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨] ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସବୁଠାରୁ ବଡ଼ ପୁରସ୍କାର ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୭ ଥର ସହକାରୀ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଜିତିଛନ୍ତି । ଗୋଲାପୀ ଏଖନ ଟ୍ରେନେ (୧୯୭୮), ସୁନ୍ଦରୀ (୧୯୭୯), ସଖିନାର ଯୁଦ୍ଧ (୧୯୮୪), ମରଣେର ପରେ (୧୯୯୦), ରାଧା କୃଷ୍ଣ (୧୯୯୨), ବାଂଲାର ବଧୂ (୧୯୯୩) ଏବଂ ଅନ୍ତରେ ଅନ୍ତରେ (୧୯୯୪) ଆଦି ବଙ୍ଗଳାଦେଶୀ କଥାଚିତ୍ର ପାଇଁ ସେ ଏହି ପୁରସ୍କାର ପାଇଥିଲେ । ୧୯୮୬ ମସିହାରେ ଶୁଭଦା କଥାଚିତ୍ର ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୩]

ଜନ୍ମ ଓ ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅନ୍ୱରା ବେଗମ ୧୯୪୮ ମସିହାର ଜୁନ ମାସ ୧ ତାରିଖରେ କୁମିଲ୍ଲାତଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜାମାଲ ଉଦ୍ଦିନ ଓ ମା ଫରିଦୁନ୍ନେସା ।

ଅଭିନୟ ଜୀବନ[ସମ୍ପାଦନା]

ଅନ୍ୱରା ଜଣେ ନୃତ୍ୟଶିଳ୍ପୀ ଭାବରେ ବଙ୍ଗଳାଦେଶୀ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । ୧୯୬୧ ମସିହାରେ, ସେ ପାଲାସୀ ବାଳିକା ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଥିବାବେଳେ ସେ ଅଜାନ ଚଳଚ୍ଚିତ୍ର ପାଇଁ କାର୍ଯ୍ୟ କରିଥିଲେ ।[୧] ସେ ଏହି କଥାଚିତ୍ରରେ ପ୍ରଦର୍ଶିତ ଏକ ନୃତ୍ୟରେ ଗୋଟିଏ ଦଳର ନୃତ୍ୟଶିଳ୍ପୀ ଭାବରେ ଅଭିନୟ କରିଥିଲେ । ଏଥିରେ ସେ ନୃତ୍ୟଗୁରୁ ଉସ୍ତାଦ ଦେବ୍ କୁମାରଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ଏହି ଚଳଚ୍ଚିତ୍ରଟିର ନାମ ପରିବର୍ତ୍ତନ କରଯାଇ ପରେ ଉତ୍ତରଣ ରଖାଯାଇଥିଲେ, କିନ୍ତୁ ଏହି କଥାଚିତ୍ରଟି ମୁକ୍ତିଲାଭ କରିନଥିଲା ।[୧]

୧୯୬୩ ମସିହାରେ ସେ ନାଚଘର କଥାଚିତ୍ରରେ ଅଭିନୟ କରିଥିଲେ । ଉର୍ଦ୍ଦୁ ଭାଷାରେ ନିର୍ମିତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପ୍ରସିଦ୍ଧ ନିର୍ଦ୍ଦେଶକ ଆବଦୁଲ ଜବ୍ବାର ଖାନ୍ । ସେହି ବର୍ଷ ସେ ପ୍ରତୀତି ନା ଜାନେ ରୀତ୍ ନାମକ ଏକ ବଙ୍ଗଳାଦେଶୀ କଥାଚିତ୍ରରେ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ଏହାପରେ ସେ ୧୯୬୪ ମସିହାରେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସଙ୍ଗମ, ଯେଉଁଥିରେ ସେ ଜଣେ ପାର୍ଶ୍ୱ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୭୬ ମସିହାରେ ସେ ମୁଖ୍ୟ ନାୟିକା ଭାବରେ ବଙ୍ଗଳାଦେଶୀ କଥାଚିତ୍ର ବାଲାରେ ଅଭିନୟ କରିଥିଲେ । ୧୯୬୭ ମସିହାରେ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ନବାବ ସିରାଜୁଦୁଲାରେ ତାଙ୍କର ଆଲେୟା ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ ଏବଂ ତାଙ୍କୁ ଏକ ବଡ଼ ସଫଳତା ମିଳିଥିଲା ।[୪]

୧୯୭୨ ମସିହାରୁ ସେ ମୁଖ୍ୟ ଭୂମିକା ଛାଡ଼ି ପାର୍ଶ୍ୱ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ ଦେଇଦେଇଥିଲେ । ସେ ମୁଖ୍ୟତଃ ମାଆ, ଖୁଡ଼ୀ, ମାଉସୀ, ପିଉସୀ, ଶାଶୁ ଆଦି ଭୂମିକାରେ ଅଭିନୟ କରିଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅନ୍ୱରା ୧୯୭୨ ମସିହାରେ ମୁହିତୁଲ୍ ଇସ୍‌ଲାମ୍ ମୁହିତ୍‌ଙ୍କୁ ବିବାହ କରିଥିଲେ ।[୧] ତାଙ୍କ ଝିଅ ରୁମାନା ଇସ୍‌ଲାମ୍ ମୁକ୍ତି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ୍ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Khokhon, Liakat (5 August 2010). "কিংবদন্তি : বাংলার আলেয়া আনোয়ারা" [Legendary Anwara - Aleya of Bengal]. Amar Desh (in Bengali). Archived from the original on 4 March 2016. Retrieved 28 August 2017.
  2. "আনোয়ারা বেগম" (in Bengali). Online Dhaka Guide. Archived from the original on 25 February 2022. Retrieved 28 August 2017.
  3. "জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২)" [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 23 December 2018. Retrieved 25 March 2019.
  4. ୪.୦ ୪.୧ "Film actress Anwara gets PM's assistance". Prothom Alo. 27 August 2017. Archived from the original on 27 August 2017. Retrieved 28 August 2017.

ବାହାର ଆଧାର[ସମ୍ପାଦନା]