Jump to content

ଆଣ୍ଟିଭାଇରାଲ୍ ଔଷଧ

ଉଇକିପିଡ଼ିଆ‌ରୁ

ଆଣ୍ଟିଭାଇରାଲ୍ ଔଷଧ (Antiviral Drug) ହେଉଛି ଏକ ପ୍ରକାରର ଔଷଧ ଯାହା ଭାଇରସ୍‌ ଦ୍ୱାରା ସୃଷ୍ଟି ହେଉଥିବା ରୋଗକୁ ନିୟନ୍ତ୍ରଣ କରିବା, ରୋଗୀଙ୍କ ଶରୀରରେ ଭାଇରସ୍‌ର ପ୍ରସାରଣକୁ ରୋକିବା ଓ ଜୀବନକୁ ସୁରକ୍ଷିତ କରିବା ପାଇଁ ବ୍ୟବହୃତ ହୁଏ।[] ବ୍ୟାକ୍ଟେରିଆ ରୋଗ ପାଇଁ “ଆଣ୍ଟିବାୟୋଟିକ୍” ଯେପରି ପ୍ରଭାବଶାଳୀ, ସେହିପରି ଭାଇରସ୍‌ରେ “ଆଣ୍ଟିଭାଇରାଲ୍” ଔଷଧର ଗୁରୁତ୍ୱ ରହିଛି । କିନ୍ତୁ ଏହାର କାର୍ଯ୍ୟ ବହୁତ କଠିନ, କାରଣ ଭାଇରସ୍‌ମାନେ ମାନବ କୋଷରେ ପ୍ରବେଶ କରି ସେଠାରେ ନିଜର ବଂଶ ବୃଦ୍ଧି କରିଥାନ୍ତି। ଯଦି ଭାଇରସ୍‌କୁ ସିଧାସଳଖ ନଷ୍ଟ କରାଯାଏ, ତେବେ ମାନବ କୋଷକୁ ମଧ୍ୟ କ୍ଷତି ପହଞ୍ଚିପାରେ।[]

ଭାଇରସ୍‌ ଏବଂ ତାହାର ବିଶେଷତା

[ସମ୍ପାଦନା]

ଭାଇରସ୍‌ ଏକ ସୂକ୍ଷ୍ମତମ ଜୀବ ଅଟେ, ଯାହା ସ୍ୱୟଂ ଜୀବନ୍ତ ରହିପାରେନି । ଭାଇରସ୍‌କୁ ବିକାଶ ପାଇବା ପାଇଁ ଜୀବନ୍ତ କୋଷ ଦରକାର। ଏହିକାରଣରୁ ଭାଇରସ୍‌କୁ “ଓବ୍ଲିଗେଟ ଇନ୍‌ଟ୍ରାସେଲ୍‌ୟୁଲାର ପାରାସାଇଟ” କୁହାଯାଏ। ଏହା ମାନବ କୋଷର ଡ଼ିଏନଏ କିମ୍ବା ଆରଏନଏ ବ୍ୟବହାର କରି ବହୁଳୀକରଣ କରିଥାଏ। ଏହି ବିଶେଷତା ଆଣ୍ଟିଭାଇରାଲ୍ ଔଷଧକୁ ବିକଶିତ କରିଥାଏ ।

ଇତିହାସ

[ସମ୍ପାଦନା]

୧୯୬୦ ଦଶକରେ ପ୍ରଥମେ ଆଣ୍ଟିଭାଇରାଲ୍ ଔଷଧ ବିକଶିତ ହୋଇଥିଲା । ଆଇଡୋକ୍ସୁରିଡିନ୍ ନାମକ ଔଷଧ ପ୍ରଥମେ ଚକ୍ଷୁରୋଗ (ହର୍ପିସ ସିମ୍ପ୍ଲେକ୍ସ କେରାଟାଇଟିସ) ପାଇଁ ବ୍ୟବହୃତ ହୋଇଥିଲା । ପରେ ଏସାଇକ୍ଲୋଭିର ହର୍ପିସ୍ ଭାଇରସ୍ ପାଇଁ ଖୁବ୍ ସଫଳ ହେଲା । ତା’ପରେ ଇନଫ୍ଲୁଏଞ୍ଜା, ହେପାଟାଇଟିସ୍, HIV/AIDS ପରି ରୋଗ ପାଇଁ ବିଭିନ୍ନ ଆଣ୍ଟିଭାଇରାଲ୍ ଔଷଧ ବିକଶିତ ହେଲା।

HIV/AIDS ଏବଂ ଆଣ୍ଟିଭାଇରାଲ୍ ଔଷଧ

[ସମ୍ପାଦନା]

HIV (Human Immunodeficiency Virus) ୨୦ତମ ଶତାବ୍ଦୀର ସବୁଠାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଅଟେ। ଏହା ମାନବ ଶରୀରର ଇମ୍ୟୁନ୍ ସିଷ୍ଟମ୍‌କୁ ଦୁର୍ବଳ କରେ ଓ AIDS (Acquired Immunodeficiency Syndrome) ସୃଷ୍ଟି କରେ। HIV ପାଇଁ ଆଣ୍ଟିଭାଇରାଲ୍ ଔଷଧ (ARV) ବିକଶିତ ହୋଇଛି, ଯାହାର ସାମୁହିକ ବ୍ୟବହାରକୁ ଆଣ୍ଟିରେଟ୍ରୋ ଭାଇରାଲ ଥେରାପୀ (ART) କୁହାଯାଏ। ଏହା HIV କୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରେନାହିଁ, କିନ୍ତୁ ଭାଇରସ୍‌ର ବୃଦ୍ଧିକୁ ଅଟକାଇ, ରୋଗୀଙ୍କୁ ଦୀର୍ଘାୟୁ କରେ ଏବଂ ଭାଇରସ୍ ପ୍ରସାରଣର ସମ୍ଭାବନା କମାଇଦିଏ।

ଆଣ୍ଟିରେଟ୍ରୋ ଭାଇରାଲ ଥେରାପୀ (ART)ର ଗୁରୁତ୍ୱ

[ସମ୍ପାଦନା]

ART କେବଳ HIV/AIDS ରୋଗୀଙ୍କ ଜୀବନକୁ ରକ୍ଷା କରିନାହିଁ, ସେମାନଙ୍କୁ ସାଧାରଣ ଜୀବନ ବଞ୍ଚିବାର ସୁଯୋଗ ଦେଇଥାଏ।

  • ARTର ସେବନ ଦ୍ୱାରା ଭାଇରାଲ୍ ଲୋଡ୍ କମିଥାଏ।
  • CD4 କୋଷର ସଂଖ୍ୟା ବୃଦ୍ଧି ପାଏ, ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
  • HIV ପ୍ରସାରଣ (Mother to Child Transmission ସହିତ) କମିଯାଏ।
  • HIV କୁ “Chronic manageable disease” ରେ ପରିଣତ କରେ।

ଅନ୍ୟାନ୍ୟ ଭାଇରସ୍ ପାଇଁ ଆଣ୍ଟିଭାଇରାଲ୍

[ସମ୍ପାଦନା]

ଆଣ୍ଟିଭାଇରାଲ୍ କେବଳ HIV ପାଇଁ ନୁହେଁ, ବରଂ ଅନ୍ୟାନ୍ୟ ଭାଇରସ୍ ପାଇଁ ମଧ୍ୟ ଦରକାରୀ ହୋଇଥାଏ ।

  • ଇନଫ୍ଲୁଏଞ୍ଜା (Flu): Oseltamivir (Tamiflu), Zanamivir।
  • ହେପାଟାଇଟିସ୍ B ଓ C: Tenofovir, Sofosbuvir, Ledipasvir।
  • ହର୍ପିସ୍: Acyclovir, Valacyclovir।
  • CMV (Cytomegalovirus): Ganciclovir।

ସମାଜିକ ଓ ସ୍ୱାସ୍ଥ୍ୟ ଗୁରୁତ୍ୱ

[ସମ୍ପାଦନା]

ଆଣ୍ଟିଭାଇରାଲ୍ ଔଷଧର ସୁବିଧା ଦ୍ୱାରା HIV/AIDS ରୋଗୀମାନେ ଆଜି ସାଧାରଣ ସମାଜିକ ଜୀବନ ଯାପନ କରୁଛନ୍ତି। ART କେନ୍ଦ୍ରଗୁଡ଼ିକ (India re ART centres, Odisha re OSACS managed ART centres) ମାଧ୍ୟମରେ ନି:ଶୁଳ୍କ ଔଷଧ ବଣ୍ଟନ କରାଯାଉଛି। ଏହା HIV/AIDS ରୋଗୀଙ୍କୁ କେବଳ ଜୀବନଦାନ ନୁହେଁ, ସମାଜରେ ସମ୍ମାନ ସହିତ ବଞ୍ଚିବାର ସୁଯୋଗ ମଧ୍ୟ ଦେଇଛି।

ଭବିଷ୍ୟତ ପ୍ରଗତି

[ସମ୍ପାଦନା]

ଆଜି ବିଜ୍ଞାନୀମାନେ ନୂତନ ଯୁଗର ଆଣ୍ଟିଭାଇରାଲ୍ ଉପରେ ଅଧ୍ୟୟନ କରୁଛନ୍ତି।

  • Long-acting ART: ଯେଉଁଥିରେ ପ୍ରତିଦିନ ଔଷଧ ନେବାକୁ ପଡ଼ିବନି, କେବଳ ମାସକୁ ଗୋଟିଏ ଇଞ୍ଜେକ୍ସନ୍‌ରେ ART କାର୍ଯ୍ୟକାରୀ ହେବ।
  • Cure Research: HIV କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ Gene editing (CRISPR) ଓ therapeutic vaccines ଉପରେ କାମ ହେଉଛି।
  • Universal Antivirals: ବିଭିନ୍ନ ପ୍ରକାରର ଭାଇରସ୍‌କୁ ଏକସଙ୍ଗେ ନିୟନ୍ତ୍ରଣ କରିପାରିବା ପାଇଁ ଔଷଧ।

ଆଣ୍ଟିଭାଇରାଲ୍ ଔଷଧ ଆଧୁନିକ ଚିକିତ୍ସା ବିଜ୍ଞାନରେ ଏକ ବିପ୍ଲବ। HIV/AIDS ପରି ମାରାତ୍ମକ ରୋଗକୁ ଏହା ଜୀବନଦାୟୀ ରୋଗରେ ପରିଣତ କରିଛି। ଯଦିଓ ସମ୍ପୂର୍ଣ୍ଣ ସୁସ୍ଥ କରିବାର ଔଷଧ ନାହିଁ, କିନ୍ତୁ ART ଦ୍ୱାରା ରୋଗୀମାନେ ସୁସ୍ଥ ଓ ସାଧାରଣ ଜୀବନ ବ୍ୟତୀତ କରୁଛନ୍ତି। ଭବିଷ୍ୟତରେ ନୂଆ ଅନୁସନ୍ଧାନ ଦ୍ୱାରା ସମ୍ଭବତଃ HIV ଓ ଅନ୍ୟାନ୍ୟ ଭାଇରସ୍ ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ମିଳିପାରେ।

  1. Antiviral Agents. 2012. PMID 31643973.
  2. Rossignol JF (2014). "Nitazoxanide: a first-in-class broad-spectrum antiviral agent". Antiviral Res. 110: 94–103. doi:10.1016/j.antiviral.2014.07.014. PMC 7113776. PMID 25108173.