Jump to content

ଆଠଗଡ଼ ପାଟଣା (ଅଷ୍ଟଦୁର୍ଗ)

ଉଇକିପିଡ଼ିଆ‌ରୁ
ଆଠଗଡ଼ ପାଟଣା(ଅଷ୍ଟଦୁର୍ଗ)
ବସୁଦୁର୍ଗ, ଲଙ୍ଗଳବେଣୀ ଦୁର୍ଗ, ଆଠଗଡ଼ପାଟଣା, ଅଷ୍ଟଦୁର୍ଗ
ଦେଶ India
ରାଜ୍ୟଓଡିଶା
ଜିଲ୍ଲାଗଞ୍ଜାମ ଜିଲ୍ଲା
ନିର୍ମାଣ୯୮୯
Founded byଶଙ୍କର ଦେବ ତପସ୍ୱୀ
Government
  Bodyଓଡିଶା ସରକାର (ପତ୍ନତତ୍ତ୍ୱ ବିଭାଗ)


ଆଠଗଡ଼ ପାଟଣା
ଅଷ୍ଟଦୁର୍ଗ
ଆଠଗଡ଼ପାଟଣା (ଅଷ୍ଟଦୁର୍ଗ)

ଆଠଗଡ଼ ରାଜ୍ଯର ଉପତ୍ତି ଓ ନାମକରଣ

[ସମ୍ପାଦନା]

ଆଠଗଡ଼ ରାଜ୍ୟ, ଯାହାକୁ ପରେ ଅଷ୍ଟଦୁର୍ଗ ରାଜ୍ୟ ବୋଲି ପରିଚିତ ହେଲା, ତାହାର ଆଦି ସଂସ୍ଥାପକ ଭାବରେ ରେୱା ରାଜ୍ୟର ବଘେଲ କ୍ଷତ୍ରିୟ ବଂଶଜ ରାଜକୁମାର ଶଙ୍କର ଦେବ ଦଶମ ଶତାବ୍ଦୀରେ ଉତ୍କଳର ରାଜା ପଦ୍ମକେଶରୀଙ୍କ ଶାସନକାଳ ମଧ୍ୟରେ ଶଙ୍କର ଦେବ ଗଞ୍ଜାମ ଅଞ୍ଚଳକୁ ପହଞ୍ଚି ପେଜଗଳା ପର୍ବତର ଜିଲୁଣ୍ଡା ସ୍ଥାନରେ ମହାଲିଙ୍ଗେଶ୍ୱରଙ୍କୁ ଆରାଧନା କରିଥିଲେ।

ରାଜ୍ୟ ଭିତ୍ତି ସ୍ଥାପନ

[ସମ୍ପାଦନା]

ସ୍ୱପ୍ନବାଣୀ ଓ ଦୈବୀ ସଙ୍କେତ ପାଇ ଶଙ୍କର ଦେବ ଜଙ୍ଗଲ ସଫା କରି ଗଣ୍ଡ ଓ ବାହୁ ନାମକ ଦୁଇ ପୂଜାରୀଙ୍କ ସହଯୋଗରେ ଏକ ନୂଆ ଜନବାସ ସ୍ଥାପନ କଲେ। ଏହାହିଁ ପରବର୍ତ୍ତୀ ଆଠଗଡ଼ ରାଜ୍ୟର ମୂଳ ନିମ୍ନିଭୂମି ହେଲା।

୯୭୪ ଖ୍ରୀଷ୍ଟାବ୍ଦରେ ଶଙ୍କର ଦେବ ପ୍ରଥମ ରାଜା ଭାବେ ରାଜ୍ୟତ୍ୱ ଗ୍ରହଣ କରିଥିଲେ।

ମ୍ଲେଚ୍ଛ ଆକ୍ରମଣ ଓ ତପସ୍ୟା

[ସମ୍ପାଦନା]

ରାଜତ୍ୱକାଳୀନ ସମୟରେ ମ୍ଲେଚ୍ଛ ରାଜାଙ୍କ ଆକ୍ରମଣରେ ଶଙ୍କର ଦେବ ପରାସ୍ତ ହୋଇ ରାଜ୍ୟ ହାରିଲେ। ସେ ପେଜଗଳା ପର୍ବତର ପଣ୍ଡୁ ତପସ୍ୱୀଙ୍କ ଗୁମ୍ଫାରେ ଆଶ୍ରୟ ନେଇ ତାଙ୍କରୁ ଶିଷ୍ୟତ୍ୱ ଗ୍ରହଣ କରି ତପସ୍ୟାରେ ଲଗି ରହିଲେ।

ଦୈବୀ ଆଜ୍ଞା ଓ ଦେବପୁତ୍ରଗଣ

[ସମ୍ପାଦନା]

ମହାଲିଙ୍ଗେଶ୍ୱର ସ୍ୱପ୍ନରେ ଦେଇଥିବା ଆଜ୍ଞାନୁସାରେ ଶଙ୍କର ଦେବ ପଞ୍ଚମୁଖୀ ବ୍ୟାଘ୍ରର ପିଠିରେ ଆସିଥିବା ଦୁଇଜଣ ଶିଶୁଙ୍କୁ ଦତ୍ତକ ପୁତ୍ର ରୁପରେ ଗ୍ରହଣ କଲେ।

ପଣ୍ଡୁ ତପସ୍ୱୀ ତାଙ୍କୁ —

  • ଜ୍ୟେଷ୍ଠ : ବ୍ୟାଘ୍ର ଦେବ ତପସ୍ୱୀ
  • କନିଷ୍ଠ : ଭୀମ ଦେବ ତପସ୍ୱୀ

ନାମ ଦେଲେ।

ଏହି ଦୁଇ ଭ୍ରାତା ଶିଷ୍ଟ ବିଦ୍ୟା ଅର୍ଜନ କରି ମ୍ଲେଚ୍ଛ ରାଜାଙ୍କୁ ପରାଜିତ କରି ରାଜ୍ୟ ପୁର୍ନବାର ଫେରି ପାଇଲେ।

୯୮୯ ଖ୍ରୀଷ୍ଟାବ୍ଦରେ ବ୍ୟାଘ୍ର ଦେବ ତପସ୍ୱୀ ସିଂହାସନ ଆରୋହଣ କରିଲେ।


ଅଷ୍ଟଦୁର୍ଗ ରାଜ୍ୟର ସ୍ଥାପନ

[ସମ୍ପାଦନା]

ବ୍ୟାଘ୍ର ଦେବ ତପସ୍ୱୀ, ଯିଏ ପର୍ବତରେ ରହୁଥିବାରୁ ପର୍ବତ ବ୍ୟାଘ୍ର ଦେବ ଦେଓ ବୋଲି ପରିଚିତ ଥିଲେ, ସଂବତ୍ସର ୧୦୦୨ (୯୮୯ ଖ୍ରୀଷ୍ଟାବ୍ଦ)ରେ ପୁରୀର ଗଜପତି ପୁରୁଷୋତ୍ତମ ଦେବଙ୍କଠାରୁ ଶାଢୀବାନ୍ଧି ଆଜ୍ଞାପତ୍ର ଗ୍ରହଣ କଲେ।

ସେ ୫୮ ବର୍ଷ ଆଠଗଡ଼ ରାଜ୍ୟରେ ସଫଳ ଶାସନ କରିଥିଲେ।

ତାଙ୍କ ଭାଇ ଭୀମ ତପସ୍ୱୀ (ଚନ୍ଦ୍ରମଣୀ) ଲଡୁବାବାଙ୍କ ଆଦେଶରେ ନୂଆଗଡ଼ (ବର୍ତ୍ତମାନର ନୟାଗଡ଼)ରେ ରାଜ୍ୟ ଗ୍ରହଣ କଲେ।

ଧାର୍ମିକ କାର୍ଯ୍ୟ

[ସମ୍ପାଦନା]

ବ୍ୟାଘ୍ର ଦେବ ମହାଲିଙ୍ଗେଶ୍ୱରଙ୍କ ପଥର କିର୍ତ୍ତୀ-ମନ୍ଦିର ନିର୍ମାଣ କରିଥିଲେ।

ସେ ରୁହାଣୀ ବଂଶର କନ୍ୟାଙ୍କ ସହ ବିବାହ କରିଥିଲେ।


ଅଷ୍ଟଦୁର୍ଗ (ଆଠଗଡ଼)ରନାମକରଣ

[ସମ୍ପାଦନା]

ବ୍ୟାଘ୍ର ଦେବ ତପସ୍ୱୀଙ୍କ ୮ ପୁତ୍ରଙ୍କୁ ସେ ଅଲଗା ଅଲଗା ଦୁର୍ଗ ବା ଗଡ଼ ରେ ବସାଇଥିଲେ। ଏହି ୮ ଦୁର୍ଗକୁ ଅଷ୍ଟଦୁର୍ଗ ବୋଲି କୁହାଯାଏ।

ସେହି ୮ ଦୁର୍ଗ ହେଲେ—

କ୍ରମ ପୁତ୍ରଙ୍କ ନାମ ଦିଆଯାଇଥିବା ମୁଠା ଦୁର୍ଗ
ବୁଷଭ ତପସ୍ୱୀ ଖାଲି ମୁଠା ଦୁର୍ଗ
ଅର୍ଜୁନ ତପସ୍ୱୀ ପାଣ୍ଡିରିପଡ଼ା ମୁଠା ଦୁର୍ଗ
ମହାଦେବ ତପସ୍ୱୀ ବଡ଼ ପଙ୍କଳବାଡି ମୁଠା ଦୁର୍ଗ
ଭୀମ ତପସ୍ୱୀ ଶିକୁଳା ମୁଠା ଦୁର୍ଗ
ବାମନ ତପସ୍ୱୀ ଘାଟିପାର ମୁଠା ଦୁର୍ଗ (ଜଉଗଡ଼-ଗୁଡିଆଳି ଦୁର୍ଗ)
ବଳଭଦ୍ର ତପସ୍ୱୀ ଯମୁନା-ଜକର ମୁଠା ଦୁର୍ଗ
କାର୍ତ୍ତିକେୟ ତପସ୍ୱୀ ରୁମାଗଡ଼ ମୁଠା ଦୁର୍ଗ
ଗଣେଶ ତପସ୍ୱୀ ପାଟିଗଡ଼ ମୁଠା ଦୁର୍ଗ

ଏହି ୮ ଦୁର୍ଗ ଏକତ୍ର ହୋଇ ଆଠଗଡ଼ ବୋଲି ପ୍ରସିଦ୍ଧ ହେଲା, ଯାହା ପରେ ଅଷ୍ଟଦୁର୍ଗ ରାଜ୍ୟ ନାମରେ ଐତିହାସିକ ପରିଚିତି ଲଭିଲା।

ଆଠଗଡ଼ ପାଟଣା ଗଞ୍ଜାମ ଜିଲ୍ଲାର ଏକ ପ୍ରାଚୀନ ଐତିହାସିକ ସ୍ଥାନ, ଯାହା ଆଠଗଡ଼ ରାଜ୍ୟର ପୁରୁଣା କେନ୍ଦ୍ରବିନ୍ଦୁ ଭାବେ ପରିଚିତ। ଆଠଗଡ଼ ରାଜ୍ୟଙ୍କ ଭଗ୍ନ ପ୍ରାଚୀନ ରାଜବାଟୀ ଏଠାରେ ଅବସ୍ଥିତ ଥିବା କାରଣରୁ ଏହି ସ୍ଥାନ ଐତିହ୍ୟ ଓ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତ।

ଭୌଗୋଳିକ ସ୍ଥିତି

[ସମ୍ପାଦନା]

ଆଠଗଡ଼ ପାଟଣା =୧୯°୩୬’ ଉତ୍ତର ଅକ୍ଷାଂଶ= ଓ =୮୫°୨୫’ ପୂର୍ବ ଦ୍ରାଘିମାଶ= ମଧ୍ୟରେ ଅବସ୍ଥିତ। ପ୍ରାଚୀନ ଆଠଗଡ଼ ଦୁର୍ଗ ଏହି ଅଞ୍ଚଳର ମଧ୍ୟଭାଗରେ ରହିଥିବାରୁ ଏହା ଏକ ପ୍ରମୁଖ ଭୌଗୋଳିକ ଚିହ୍ନ ଭାବେ ଗଣ୍ୟ।[]

ରାଜ୍ୟର ମୋଟ କ୍ଷେତ୍ରଫଳ ଥିଲା =୨୯୪ ବର୍ଗ ମାଇଲ=, ଏବଂ =୧୮୮୧ ମସିହାରେ ମୋଟ ଜନସଂଖ୍ୟା ୭୬,୩୦୧=ଥିଲା। ସେତେବେଳେ ଆଠଗଡ଼ର ଅନ୍ତର୍ଗତ ୨୯୨ଟି ଗ୍ରାମ= ଥିଲା। ଏହି ଗ୍ରାମମାନଙ୍କୁ ମୋଟ ତିନୋଟି ମୁଠାରେ ବିଭାଜନ କରାଯାଇଥିଲା[]

  • ଖଲାଡି ମୁଠା
  • ବନ୍ଦଖଣ୍ଡି ମୁଠା
  • ଭିତର ମୁଠା

ରାଜ୍ୟର ବାର୍ଷିକ ପେସକାସ (ସରକାରୀ ଖଜଣା) ରାଶି ଥିଲା

ଆଠଗଡ଼ ପାଟଣାର ପ୍ରାଚୀନ ସୀମାଗୁଡ଼ିକ ହେଉଛି—
[ସମ୍ପାଦନା]

ପୂର୍ବ: ଖଲ୍ଲିକୋଟ ରାଜ୍ୟ, ପଶ୍ଚିମ: ଘୁମୁସର ରାଜ୍ୟ, ଉତ୍ତର: ବାଣପୁର ଓ ନୟାଗଡ଼ ଓ ଦକ୍ଷିଣ: ଋଷିକୁଲ୍ୟା ନଦୀ ଓ ବ୍ରହ୍ମପୁର[]

ଏହି ଭୌଗୋଳିକ ସ୍ଥିତି ଆଠଗଡ଼ ପାଟଣାକୁ ଐତିହାସିକ, ସାମ୍ରାଜ୍ଯ ଓ ସାସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପରିଣତ କରିଥିଲା।[]

ଇତିହାସିକ ଗୁରୁତ୍ୱ

[ସମ୍ପାଦନା]

ଆଠଗଡ଼ ପାଟଣା ଆଠଗଡ଼ ରାଜ୍ୟର ପ୍ରଶାସନୀକ, ସେନାନୀୟ ଓ ସାଂସ୍କୃତିକ କେନ୍ଦ୍ର ଭାବେ ପ୍ରସିଦ୍ଧ ଥିଲା। ରାଜବାଟୀ, ଦୁର୍ଗ, ପାଳିଓ ଭବନ, ଏବଂ ପ୍ରଶାସନୀକ ସ୍ଥାନଗୁଡ଼ିକ ଏଠିର ମୁଖ୍ୟ ଚିହ୍ନ ଥିଲା। ପାଟଣାର ଉଲ୍ଲେଖ ଅନେକ ପୁରାତନ ପାଣ୍ଡୁଲିପି, ଗଜେଟିୟର ଓ ଇତିହାସୀକ ଲେଖାଗୁଡ଼ିକରେ ମିଳିଥାଏ।[]

ସଂସ୍କୃତି ଓ ପରମ୍ପରା

[ସମ୍ପାଦନା]

ଆଠଗଡ଼ ପାଟଣା ମାତ୍ର ଏକ ରାଜନୈତିକ କେନ୍ଦ୍ର ନୁହେଁ, ବରଂ ଏକ ପୌରାଣିକ ଓ ଧାର୍ମିକ ପରମ୍ପରାର ସଂଗ୍ରହାଳୟ। ଏଠାରେ ଅନେକ ପୌରାତନ ମନ୍ଦିର, ସ୍ଥାନୀୟ ଦେବତାଙ୍କ ଅସ୍ଥାନ ଓ ଐତିହାସିକ ପୂଜାପଦ୍ଧତି ପ୍ରଚଳିତ ଥିଲା।[]

ଦେଖିବାଯୋଗ୍ୟ ସ୍ଥାନ

  • ପ୍ରାଚୀନ ଆଠଗଡ଼ ରାଜବାଟୀ ଭଗ୍ନାବଶେଷ
  • ଆଠଗଡ଼ ଦୁର୍ଗ
  • ପ୍ରାଚୀନ ମନ୍ଦିରମାନ
  • ପାଟଣାର ପୌରାତନ ଗ୍ରାମ
  • ଆଠଗଡ଼ ପାଟଣା, କବିସୂର୍ଯ୍ୟନଗର, ଗଞ୍ଜାମ—ଏହି ନାମଟି କେବଳ ଏକ ଭୌଗୋଳିକ ପରିଚୟ ନୁହେଁ, ବରଂ ଓଡ଼ିଶାର ଗୌରବମୟ ଇତିହାସର ଏକ ଅଲଖ୍ୟ ପୃଷ୍ଠା। ପ୍ରାଚୀନ କଳା, ସମୃଦ୍ଧ ସଂସ୍କୃତି, ଧାର୍ମିକ ଆସ୍ଥା ଓ ରାଜସିକ ପରମ୍ପରାର ଅଦ୍ୱିତୀୟ ସମାଗମ ଏଠାରେ ଦେଖାଯାଏ। ମଧ୍ୟଯୁଗୀୟ ଓଡ଼ିଶାର ଏହି ଐତିହାସିକ ଗ୍ରାମ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ଅନେକ ଅମୂଲ୍ୟ ସ୍ମୃତିଚିହ୍ନକୁ ଆଜିପର୍ଯ୍ୟନ୍ତ ଅଙ୍କିତ କରି ରଖିଛି, ଯାହା ଏହାକୁ ଏକ ସଜୀବ ସଂଗ୍ରହାଳୟର ରୂପ ଦେଇଛି। ଏହି ଭୂମିର ମହିମାକୁ ଅଧିକ ଉଜାଗର କରେ ଏହାର ଇତିହାସ। ଯେତେବେଳେ ଅନ୍ଧକାରମୟ ସମୟରେ ତକି ଖାଁଙ୍କ ଆକ୍ରମଣରେ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରାନ୍ତ ହୋଇଥିଲା, ସେତେବେଳେ ଆଠଗଡ଼ ପାଟଣା ଏକ ଶରଣସ୍ଥଳୀର ଭୂମିକା ଗ୍ରହଣ କରିଥିଲା। ସେହି ସମୟରେ ଆଠଗଡ଼ର ଧର୍ମପରାୟଣ ଓ ସାହସୀ ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଗଜପତି ରାମଚନ୍ଦ୍ର ଦେବଙ୍କୁ ଆଶ୍ରୟ ଦେଇ ଧର୍ମର ରକ୍ଷା କରିଥିଲେ। ଏହି ମହାନ କାର୍ଯ୍ୟ ଆଠଗଡ଼ ପାଟଣାକୁ “ଶରଣ ଶ୍ରୀକ୍ଷେତ୍ର” ଭାବେ ଅମର କରିଛି, ଯାହା ଏହାର ଆଧ୍ୟାତ୍ମିକ ଗରିମାକୁ ଅଧିକ ଗଭୀର କରିଥାଏ। “ଆଠଗଡ଼” ବା “ଅଷ୍ଟଦୁର୍ଗ” ନାମର ଅର୍ଥ ଓ ଉତ୍ପତ୍ତି ଏହି ଅଞ୍ଚଳର ସାମରିକ ଶକ୍ତିକୁ ପ୍ରକାଶ କରେ। ପୂର୍ବକାଳରେ ଏହା ଏକ ସୁସଂଗଠିତ ଗଡ଼ଜାତ ରାଜ୍ୟ ଥିଲା, ଯାହାର ସୁରକ୍ଷା ପାଇଁ ଆଠଟି ଶକ୍ତିଶାଳୀ ଦୁର୍ଗ ନିର୍ମିତ ହୋଇଥିଲା। ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼ ଓ ଓପାଟିଗଡ଼—ଏହି ସମସ୍ତ ଦୁର୍ଗଗୁଡ଼ିକ ମିଶି ଆଠଗଡ଼କୁ ଏକ ଅଭେଦ୍ୟ କୋଟରେ ପରିଣତ କରିଥିଲେ। ସେମାନେ ଶତ୍ରୁଙ୍କ ଆକ୍ରମଣକୁ ପ୍ରତିହତ କରି ରାଜ୍ୟର ସ୍ୱାଧୀନତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ମାମଲାରେ ମଧ୍ୟ ଆଠଗଡ଼ ପାଟଣା ଏକ ଅଦ୍ୱିତୀୟ ନିଦର୍ଶନ। ସବୁଜ ବନାନୀ, ଫୁଲରେ ଭରିଥିବା ଉଦ୍ୟାନ ଓ ନାଗେଶ୍ୱର ଫୁଲର ମନମୋହନ ସୁଗନ୍ଧ ଏହି ଅଞ୍ଚଳକୁ ସ୍ୱର୍ଗୀୟ ରୂପ ଦେଇଥିଲା। ପ୍ରକୃତି ଓ ମାନବ ସୃଷ୍ଟିର ଏହି ସମନ୍ୱୟ ଆଠଗଡ଼କୁ ଏକ ସୌନ୍ଦର୍ଯ୍ୟମୟ ତୀର୍ଥକ୍ଷେତ୍ରରେ ପରିଣତ କରିଛି। ଏହି ଅଞ୍ଚଳର ପ୍ରାଚୀନତାର ସବୁଠାରୁ ଦୃଢ଼ ପ୍ରମାଣ ହେଉଛି ନିକଟସ୍ଥ ନାଗରୀ ପାହାଡ଼ରୁ ମିଳିଥିବା ଶିଳାଲିପି, ଯାହାରେ ତେଲୁଗୁ ଓ ଓଡ଼ିଆ ଭାଷାର ସମ୍ମିଳିତ ୬୫୭ଟି ଅକ୍ଷର ଖୋଦା ଅଛି। ଏହି ଶିଳାଲିପି ସେଇ ସମୟର ସାହିତ୍ୟ, ଭାଷା ଓ ପ୍ରଶାସନିକ ପ୍ରଣାଳୀର ଏକ ମୂଲ୍ୟବାନ ଦଳିଲ। ଏହା ସହିତ ମିଳିଥିବା ଖପରା ଓ ପୁରାତତ୍ତ୍ୱ ଚିହ୍ନଗୁଡ଼ିକ ଏହାକୁ ପ୍ରାଗ୐ତିହାସିକ ନୂତନ ପ୍ରସ୍ତର ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ବୋଲି ସୂଚିତ କରେ। ଏହାରୁ ଜଣାପଡ଼େ ଯେ, ଆଠଗଡ଼ ପାଟଣା ଏକ ଦୀର୍ଘ ଐତିହାସିକ ବିକାଶର ସାକ୍ଷୀ ରହିଛି। ଏହି ଗ୍ରାମର ଧାର୍ମିକ ଓ ସାଂସ୍କୃତିକ ଗୌରବର ମୁଖ୍ୟ କେନ୍ଦ୍ର ହେଉଛି ୧୭୨୮ ମସିହାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର। ଏହାର ଶିଳ୍ପକଳା, ଗଠନ ଓ ଭବ୍ୟତା ଦର୍ଶକମାନଙ୍କୁ ଆକର୍ଷିତ କରେ। ଏହା ବ୍ୟତୀତ ମାଉସୀ ମା ମନ୍ଦିର, ନୃସିଂହ ମନ୍ଦିର, କର୍ଣ୍ଣେଶ୍ୱର ଶିବ ମନ୍ଦିର, ନାରାୟଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଗୋପିନାଥ ମନ୍ଦିର, କୁଞ୍ଜବିହାରୀ ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, କନକଦୁର୍ଗା ମନ୍ଦିର ଇତ୍ୟାଦି ଅନେକ ପବିତ୍ର ପୀଠ ଏହି ଭୂମିକୁ ଆଧ୍ୟାତ୍ମିକ ରୂପେ ସମୃଦ୍ଧ କରିଛି। ଲଙ୍ଗଳବେଣୀ ରାଜବାଟି ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତିମୂର୍ତ୍ତି ଏହି ଅଞ୍ଚଳର ସାହିତ୍ୟିକ ଓ ଐତିହାସିକ ପରମ୍ପରାକୁ ଜୀବନ୍ତ କରି ରଖିଛି। ତଥାପି, ଏତେ ଗୌରବମୟ ଐତିହ୍ୟ ଥିବା ସତ୍ତ୍ୱେ ଆଜି ଏହାର ଅବସ୍ଥା ଅବହେଳାର ଅନ୍ଧକାରରେ ଆଛାଦିତ। ମାଉସୀ ମା ମନ୍ଦିର ପରିତ୍ୟକ୍ତ ଓ ଅବହେଳିତ ଅବସ୍ଥାରେ ଅବସ୍ଥିତ, ଯେଉଁଠାରେ ଭିତର ପ୍ରାଙ୍ଗଣ ଜଙ୍ଗଲ, ଆବର୍ଜନା ଓ ବିଭିନ୍ନ ବିପଦଜନକ ପ୍ରାଣୀରେ ପୂର୍ଣ୍ଣ। ଲଙ୍ଗଳବେଣୀ ରାଜବାଟି ମଧ୍ୟ ତାହାର ପୂର୍ବତନ ଗୌରବ ହାରାଇ ଏକ ଭଙ୍ଗା ଓ ଜର୍ଜରିତ ଗୃହରେ ପରିଣତ ହୋଇଛି, ଯାହା ଆଜି ଭୂତକୋଠି ସଦୃଶ ଦିଶୁଛି। ଏଠାରେ ପ୍ରବେଶ କରିବା ମଧ୍ୟ ବିପଦପୂର୍ଣ୍ଣ, ଯାହା ଏହି ଐତିହାସିକ ସମ୍ପଦର ଅବନତିକୁ ପ୍ରକାଶ କରେ। ଏହି ପରିସ୍ଥିତି ଆମକୁ ଗଭୀର ଚିନ୍ତାରେ ପକାଏ। ଏହା କେବଳ ଗୋଟିଏ ଗ୍ରାମର ଅବସ୍ଥା ନୁହେଁ, ବରଂ ଆମ ସମୂହୀୟ ଅବହେଳାର ପରିଣାମ। ତେଣୁ ଆବଶ୍ୟକ ଯେ, ସରକାର, ସଂସ୍କୃତିପ୍ରେମୀ ଓ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଏହି ଅମୂଲ୍ୟ ଐତିହ୍ୟର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। ସଂରକ୍ଷଣ, ପୁନରୁଦ୍ଧାର ଓ ସଚେତନତା ମାଧ୍ୟମରେ ଆଠଗଡ଼ ପାଟଣାକୁ ପୁନର୍ବାର ତାହାର ପ୍ରାଚୀନ ଗୌରବରେ ପ୍ରତିଷ୍ଠିତ କରାଯାଇପାରିବ। —ଏହା ଓଡ଼ିଶାର ଇତିହାସ, ସଂସ୍କୃତି ଓ ଆତ୍ମାର ଏକ ଜୀବନ୍ତ ପ୍ରତୀକ। ଏହାର ସୁରକ୍ଷା ଆମର ଦାୟିତ୍ୱ ।
  1. "battelli di Roma http://www.tiber-river.com". SciVee. 2008-08-29. Retrieved 2025-11-29. {{cite web}}: External link in |title= (help) athagadaPatna
  2. "battelli di Roma http://www.tiber-river.com". SciVee. 2008-08-29. Retrieved 2025-11-29. {{cite web}}: External link in |title= (help)
  3. "battelli di Roma http://www.tiber-river.com". SciVee. 2008-08-29. Retrieved 2025-11-29. {{cite web}}: External link in |title= (help)
  4. "battelli di Roma http://www.tiber-river.com". SciVee. 2008-08-29. Retrieved 2025-11-29. {{cite web}}: External link in |title= (help)
  5. Dharanidhar, Behera (2008-08-29). "battelli di Roma http://www.athagada-patna.com". AthagadaPatna. Retrieved 2025-11-29. {{cite web}}: Check |url= value (help); External link in |title= (help)[permanent dead link]
  6. Dharanidhar, Behera (2008-08-29). "battelli di Roma http://www.tiber-river.com". SciVee. Retrieved 2025-11-29. {{cite web}}: External link in |title= (help)

DHARANIDHAR BEHERA, THE HISTORY OF ATHAGADAPATNA BOOk

    title=battelli http://www.athagada.com%7Cwebsite=Dharani%7Clast=Behera%7Cfirst=Dharanidhar}}%5B%5D</ref>