ଆଗ୍ନେୟ

ଉଇକିପିଡ଼ିଆ‌ରୁ

ଆଗ୍ନେୟୀ (Sanskrit: आग्नेयी, IAST Āgneyī, 'ଅଗ୍ନି ଦେବତାଙ୍କର କନ୍ୟା') ବିଷୟରେ ହରିବଂଶ ଓ ବିଷ୍ଣୁପୁରାଣରେ ଲିଖିତ ଅଛି ଯେ, ସେ ଉଋଙ୍କର (ଅଙ୍ଗିରା ବଂଶ) ପତ୍ନୀ ଥିଲେ ଓ ଅଙ୍ଗ, ସୁମାନସ, ଖ୍ୟାତି, କ୍ରତୁ ଓ ସିବିଙ୍କର ମାତା ଥିଲେ (ହରିବଂଶରେ ଗୟା ନାମକ ଅନ୍ୟ ଏକ ପୁତ୍ର ବିଷୟ ଉଲ୍ଲେଖ ଅଛି) ।[୧][୨] ଅଗ୍ନି ଦେବତା ତାଙ୍କର ପିତା ଥିଲେ ଯିଏ ବୈଦିକ (Vedic) ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତ ଉପମହାଦେଶରେ (Indian subcontinent) ହିନ୍ଦୁ ଦେବତା (Hindu God) ଭାବରେ ପୂଜା ପାଇ ଆସୁଛନ୍ତି ।

ଶବ୍ଦ ଇତିହାସ[ସମ୍ପାଦନା]

ଅଗ୍ନିର ଏକ ବିଶେଷଣ ଭାବରେ ଆଗ୍ନେୟ ଶବ୍ଦକୁ ଗ୍ରହଣ କରାଯାଇଛି ଯାହାର ଅର୍ଥ ଦହନଶୀଳ, ଅଗ୍ନିମୟ ଇତ୍ୟାଦି ।[୩] ଅଗ୍ନି ପୁରାଣରେ ଏହି ଶବ୍ଦର ଏକ ବିଶେଷ୍ୟ ରୂପ ମଧ୍ୟ ଅଛି ଯାହାକୁ ଆଗ୍ନେୟ (Astra) ଅସ୍ତ୍ର, ଦକ୍ଷିଣ ପୂର୍ବ କୋଣକୁ ଆଗ୍ନେୟ କୁହାଯାଏ, ଯେଉଁ ଦିଗର ଦିଗପାଳ ହେଉଛନ୍ତି ଅଗ୍ନି ।

ହିନ୍ଦୁ ଧର୍ମ ସହିତ ସମ୍ପର୍କ[ସମ୍ପାଦନା]

ପୁରାତନ ବେଦ ସାହିତ୍ୟରେ ଆଗ୍ନେୟୀ ବଦଳରେ ଆଗ୍ନେୟା ଲେଖାଯାଇଛି ଯେଉଁଥିରେ ତାଙ୍କୁ ଶକ୍ତିଶାଳୀ ଦେବୀ ଭାବରେ ବର୍ଣ୍ଣନା କରାଯାଇଛି । ତାଙ୍କର ମାତା ଅଗ୍ନିଙ୍କର ପତ୍ନୀ ଥିଲେ ଯାହାଙ୍କର ନାମ ସ୍ୱାହା ବା ଅଗ୍ନାୟୀ ଦିଆଯାଇଥିଲା ।

ଆଧାର[ସମ୍ପାଦନା]

  1. Harivamsa. Bhandarkar Oriental Research Institute, Pune.
  2. Pathak, M. M. (1997–1999). The Critical Edition of the Viṣṇupurāṇam. Oriental Institute, M. S. University, Vadodara.
  3. "The Sanskrit Heritage Dictionary".