Jump to content

ଆକାଶବାଣୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଆକାଶବାଣୀ (ଓଡ଼ିଆ କଥାଚିତ୍ର)
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକରୋହନ ଗର୍ଗ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟତ୍ରିପତି ସାହୁ
କାହାଣୀନିର୍ମଳ ନାୟକ
କଳାକାରରୋହନ ଗର୍ଗ
ପୂର୍ଣ୍ଣିମା ବରାଳ
ଜୋଗେଶ ଜୋଜୋ
ରୋଶନ ଭରଦ୍ୱାଜ
ପ୍ରିୟଙ୍କା ମହାପାତ୍ର
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୧୬ ଫେବୃଆରୀ ୨୦୨୪
ଦେଶ ଭାରତ
ଭାଷାଓଡ଼ିଆ

ଆକାଶବାଣୀ (ଓଡ଼ିଆ କଥାଚିତ୍ର) ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋହନ ଗର୍ଗ । ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ତ୍ରିପତି ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ, ଜୋଗେଶ ଜୋଜୋ, ରୋଶନ ଭରଦ୍ୱାଜ, ପ୍ରିୟଙ୍କା ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ପ୍ରତିଭା ପଣ୍ଡା, ନମିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୬ ଫେବୃଆରୀ ୨୦୨୪ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ, କୁକୁ ପ୍ରଭାସ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ତାରିକ୍ ଅଜିଜ୍, ଅଭିଜିତ ମଜୁମଦାର, ବିଶ୍ୱ ସ୍ୱରୂପ, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ, ଇନ୍ଦୁ ସୋନାଲି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଭାଇରାଲ୍ ଜ୍ୱାଇଁ"କୁକୁ ପ୍ରକାଶଇନ୍ଦୁ ସୋନାଲି, ଅଭିଜିତ ମଜୁମଦାର 
2."ଯୁଆଡ଼େ ଯାଉଚୁ ଯା'"ନିର୍ମଳ ନାୟକତାରିକ୍ ଅଜିଜ୍, ସଞ୍ଜୁ 
3."ଟାଉନ୍ ବାଲି ଚୋରି"ନିର୍ମଳ ନାୟକଅଭିଜିତ ମଜୁମଦାର, ସଞ୍ଜୁ 

ବାହାର ଆଧାର

[ସମ୍ପାଦନା]