Jump to content

ଅସ୍ୱାଭାବିକ ନିମୋନିଆ

ଉଇକିପିଡ଼ିଆ‌ରୁ
Atypical pneumonia
Walking pneumonia;[] atypical pneumonia syndrome[]
ଫାଇଲ:PMC3141478 AIAN-14-127-g002 (cropped).png
CXR of atypical pneumonia showing right central peribronchial infiltrate
ବିଭାଗInfectious disease, pulmonology
ଲକ୍ଷଣFever, cough, tiredness, headache[]
ଅବଧିFew weeks[]
କାରଣBacteria, viruses, fungi[][]
ବିପଦ କାରକSmoking, crowded places, inhaled steroids[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and CXR[]
ଚିକିତ୍ସାAntibiotics (azithromycin or doxycycline)[]
PrognosisGenerally good[]
ପୁନଃପୌନିକCommon[]

ଅସ୍ୱାଭାବିକ ନିମୋନିଆ, (ଇଂରାଜୀ ଭାଷାରେ Atypical pneumonia/ ଆଟିପିକାଲ ନିମୋନିଆ) ବା ଚାଲୁଥିବା ନିମୋନିଆ (ଇଂରାଜୀ ଭାଷାରେ walking pneumonia ) ମଧ୍ୟ କୁହାଯାଏ, ହେଉଛି ଏକ ପ୍ରକାର ସମ୍ପ୍ରଦାୟ ଉପାର୍ଜିତ ନିମୋନିଆ ଯାହା ଜୀବାଣୁ ବା ପାଥୋଜେନ ଦ୍ୱାରା ସୃଷ୍ଟି ହୋଇଥାଏ ଓ ଯାହା କମ୍ ସାଧାରଣ ଏବଂ ପୃଥକ କରିବା କଷ୍ଟକର ଅଟେ। [] [] ଏକ ଉପର ଶ୍ୱାସକ୍ରିୟା ସଂକ୍ରମଣ ଭାବରେ ଆରମ୍ଭ ହୋଇ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ ଦିଗକୁ ଅଗ୍ରଗତି କରେ ।[] ଏହାର ଲକ୍ଷଣ ମଧ୍ୟରେ ସାଧାରଣତଃ ଗଳା ଘାଆ, ଜ୍ୱର, କାଶ, ଥକାପଣ ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ ।[] [] ସାଧାରଣ ନିମୋନିଆ ଅପେକ୍ଷା ଏହା ପ୍ରାୟ କମ୍ ସାଂଘାତିକ ହୋଇଥାଏ ।[]

ଏହା ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡୋଫିଲା ନିମୋନି, କିମ୍ବା ଲେଜିଓନେଲା ନିମୋଫିଲା ଜୀବାଣୁ ଯୋଗୁ ହୁଏ ।[] କେତେକ କାରଣ ଭାବରେ ଭୁତାଣୁ ଯେପରିକି ଇନଫ୍ଲୁଏଞ୍ଜା କିମ୍ବା ଆରଏସଭି/ RSV ବା କବକ ମଧ୍ୟ ଅନ୍ତର୍ଭୁକ୍ତ ହୁଏ । [] [] [] ରୋଗ ଲକ୍ଷଣ, ଏକ୍ସ-ରେ ଚିତ୍ର ଏବଂ ଆଣ୍ଟିବାୟୋଟିକ୍ ସମ୍ବେଦନଶୀଳତା ଭିନ୍ନ ହୋଇପାରେ ବୋଲି ପାର୍ଥକ୍ୟକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା ।[] କେବଳ ଲକ୍ଷଣ ଉପରେ ଆଧାର କରି ପୃଥକୀକରଣ କରିବା ସଠିକ ନୁହେଁ । []

ସାଧାରଣତଃ ଆଜିଥ୍ରୋମାଇସିନ କିମ୍ବା ଡକ୍‌ସିସାଇକ୍ଲିନ୍ ଭଳି ଆଣ୍ଟିବାୟୋଟିକ୍ ସାହାଯ୍ୟରେ ଚିକିତ୍ସା ହୋଇଥାଏ ।[] ଜ୍ୱରରେ ସାହାଯ୍ୟ କରିବାକୁ ନ‌ନଷ୍ଟେରଏଡାଲ ଆଣ୍ଟିବାୟୋଟିକ ଔଷଧ ଦିଆ ଯାଇପାରେ ।[] ସାଧାରଣତଃ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ନୁହେଁ ।[] ଏକ ରୁ ୨ ସପ୍ତାହ ମଧ୍ୟରେ ଫଳାଫଳ ଉନ୍ନତ ହୁଏ, ୬ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ବିଭେଦନ ବା ରିଜୋଲ୍ୟୁସନ୍ ହୋଇଯାଏ ।[] []

ଅସ୍ୱାଭାବିକ ନିମୋନିଆ ଏକ ସାଧାରଣ ରୋଗ ଅଟେ। [] ଶିଶୁ ଏବଂ ଯୁବକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] [] ଏହା ସାଧାରଣତଃ ଏକ ବିସ୍ତାରର ଅଂଶ ଭାବରେ ଘଟିଥାଏ ।[] ଅନ୍ତତ ପକ୍ଷେ ୧୯୦୦ ଦଶକରୁ ଏହି ଶବ୍ଦଟି ବ୍ୟବହୃତ ହୋଇଆସୁଥିବା ବେଳେ ଏହା କେବଳ ୧୯୩୦ ଦଶକରେ ହୋବର୍ଟ ରେମାନଙ୍କ ପ୍ରବନ୍ଧ ବାହାରିବା ପରେ ସାଧାରଣ ବ୍ୟବହାରରେ ଆସିଥିଲା ।[] ମୂଳତଃ ଏହା ନିମୋନିଆକୁ ସୂଚିତ କରିଥିଲା କିନ୍ତୁ ନିମୋୋକୋକସ୍ ଜନିତ ଲୋବାର ନିମୋନିଆ ନୁହେଁ ।[] କେତେକ ଅନୁଭବ କରନ୍ତି ଯେ ଏହାର ଅନିର୍ଦ୍ଦିଷ୍ଟ ପ୍ରକୃତି ହେତୁ ଏହି ଶବ୍ଦକୁ ପରିତ୍ୟାଗ କରାଯିବା ଉଚିତ୍ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Atypical Pneumonia (Walking Pneumonia)". Cleveland Clinic. Archived from the original on 2016-12-23. Retrieved 2022-06-23.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Bennett, John E.; Dolin, Raphael; Blaser, Martin J.; Mandell, Gerald L. (19 October 2009). Mandell, Douglas, and Bennett's Principles and Practice of Infectious Diseases E-Book (in ଇଂରାଜୀ). Elsevier Health Sciences. p. 907. ISBN 978-1-4377-2060-0. Retrieved 15 December 2024.
  3. ୩.୦ ୩.୧ ୩.୨ ୩.୩ ୩.୪ "Atypical pneumonia - Summary". bestpractice.bmj.com. Archived from the original on 14 November 2023. Retrieved 11 December 2024.
  4. ୪.୦ ୪.୧ ୪.୨ ୪.୩ Murdoch, DR; Chambers, ST (August 2009). "Atypical pneumonia--time to breathe new life into a useful term?". The Lancet. Infectious diseases. 9 (8): 512–9. doi:10.1016/S1473-3099(09)70148-3. PMID 19628176.
  5. "Typical Bacterial Pneumonia Imaging: Practice Essentials, Radiography, Computed Tomography". EMedicine. 13 June 2023. Archived from the original on 12 February 2024. Retrieved 11 December 2024.