Jump to content

ଅସଲମବିକାଇ

ଉଇକିପିଡ଼ିଆ‌ରୁ
ପଣ୍ଡିତାଇ

ଅସଲମବିକାଇ

ଆମ୍ମାଇୟାର
ଜନ୍ମ ଓ ଜନ୍ମସ୍ଥାନ(1875-07-16)୧୬ ଜୁଲାଇ ୧୮୭୫
ମୃତ୍ୟୁ1955 (aged 79–80)
ଭାଷାତାମିଲ

ଅସଲମବିକାଇ ଜଣେ ଭାରତୀୟ ମହିଳା ସଂଗ୍ରାମୀ । ପଣ୍ଡିତାଇ ଅସଲମବିକାଇ ଆମ୍ମାଇୟାର ଭାବରେ ପରିଚିତା ଏହି ସଂଗ୍ରାମୀ ଜଣଙ୍କ ଜଣେ ତାମିଲ ବିଦ୍ୱାନ ଓ ବକ୍ତା ଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସହିତ ଜଡ଼ିତ ଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଅସଲମବିକାଇ ଆମ୍ମାଇୟାର ୧୮୭୫ ମସିହାର ଜୁଲାଇ ୧୬ ତାରିଖରେ ଉତ୍ତର ଆର୍କୋଟ ଜିଲ୍ଲାର ତିରୁକୋଭିଲୁର ଠାରେ ଜନ୍ମଗ୍ରହଣ କରିଥିଲେ ।[] ସେ ମାତ୍ର ୮ ବର୍ଷ ବୟସରେ ବିବାହ କରିଥିଲେ ଏବଂ ୧୧ ବର୍ଷ ବୟସରେ ବିଧବା ହୋଇଥିଲେ । ପ୍ରାରମ୍ଭିକ ବ୍ୟକ୍ତିଗତ ଆହ୍ୱାନ ସତ୍ତ୍ୱେ, ସେ ଘରେ ତାଙ୍କର ଶିକ୍ଷା ଜାରି ରଖିଥିଲେ ଏବଂ ଗୁରୁ ତିରୁବାଦୁତୁରାଇ ଅଧୀନମଙ୍କ ଅଧିନରେ ସେ ତାମିଲ ସାହିତ୍ୟ ଓ ପୁରାଣ ଆଦିର ଅଧ୍ୟୟନ କରିଥିଲେ ।[]

ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ

[ସମ୍ପାଦନା]

ଅସଲମବିକାଇ ଆମ୍ମାଇୟାର ପ୍ରତ୍ୟକ୍ଷ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।[] ୧୭ ସେପ୍ଟେମ୍ବର ୧୯୨୧ରେ ଯେତେବେଳେ ମହାତ୍ମା ଗାନ୍ଧୀ କୁଡ୍ଡାଲୋର ଯାଇଥିଲେ, ସେତେବେଳେ ସେ ଦକ୍ଷିଣ ଆର୍କୋଟ ଜିଲ୍ଲାର ମହିଳା ସଂଗଠନ ତରଫରୁ ଗାନ୍ଧିଜୀଙ୍କୁ ଭେଟିଥିଲେ ।[] ୧୯୨୧, ୧୯୨୪ ଓ ୧୯୨୯ ମସିହାରେ ତିରୁବନ୍ନାମଲାଇରେ ଆୟୋଜିତ ବିଭିନ୍ନ ରାଜନୈତି ତଥା ଧାର୍ମିକ ସଭାରେ ସେ ଅଂଶଗ୍ରହଣ କରିଥିଲେ ଏବଂ ନିଜର ବକ୍ତବ୍ୟ ମଧ୍ୟ ରଖିଥିଲେ ।[][] ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ, ଛୁଆଁଅଛୁଆଁ ଭେଦଭାବର ଉଚ୍ଛେଦ ପାଇଁ କାମ କରିଥିଲେ ଏବଂ ଟୋଡି ସପ୍‌ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ ।[]

ସାହିତ୍ୟିକ ଅବଦାନ

[ସମ୍ପାଦନା]

କାରାଇକ୍କାଲ ଆମ୍ମାଇୟାରଙ୍କ ପରେ, ଅସଲମବିକାଇ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ତଥି ପଟ୍ଟୁ ରଚନା କରିଥିଲେ, ଯାହାକି ଏକ ପ୍ରକାରର କବିତା ଯେଉଁଠାରେ ପୂର୍ବ ପଦର ଶେଷ ଶବ୍ଦକୁ ପରବର୍ତ୍ତୀ ପଦର ପ୍ରଥମ ଶବ୍ଦ ଭାବରେ ବ୍ୟବହାର କରାଯାଏ ।[] ଅସଲମବିକାଇ ଆମ୍ମାଇୟାର ଜଣେ ପ୍ରବୀଣ ଲେଖିକା ଥିଲେ ଯିଏ ସ୍ୱଦେଶମିତ୍ରାଣ ଖବରକାଗଜରେ ଧାରାବାହିକ କାହାଣୀ ଲେଖିଥିଲେ । ସେ ଅନେକ ଗୁରୁତ୍ୱପୂର୍ଣ୍ଣ କୃତି ଲେଖିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ:

  • ଗାନ୍ଧୀ ପୁରାଣମ୍: ଏଥିରେ ୨୦୩୪ଟି ଗୀତ ରହିଛି, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଶିକ୍ଷା ବିଷୟରେ ବର୍ଣ୍ଣନା ଥିଲା ।[][] ତାଙ୍କର ଗିରଫ ହେବା ଓ କାରାବାସ ପର୍ଯ୍ୟନ୍ତ ଘଟଣାବଳୀ ବର୍ଣ୍ଣନା କରୁଥିବା ପ୍ରଥମ ଦୁଇଟି ଖଣ୍ଡ ଡିସେମ୍ବର ୧୯୨୩ରେ ଏବଂ ଖଦି ଆନ୍ଦୋଳନ ମାଧ୍ୟମରେ ଗାନ୍ଧୀଜୀଙ୍କ ସେବା ବିଷୟରେ ତୃତୀୟ ଓ ଚତୁର୍ଥ ଖଣ୍ଡ ଡିସେମ୍ବର ୧୯୨୫ରେ ପ୍ରକାଶିତ ହୋଇଥିଲା ।[] ବାକି ଚାରୋଟି ଖଣ୍ଡ ୧୯୪୭ ମସିହା ପରେ ପ୍ରକାଶିତ ହୋଇଥିଲା ।[]
  • ତିଲକର ମନମିୟମ: ୪୧୫ଟି ଗୀତକୁ ନେଇ ଗଠିତ ଏହି କୃତିଟି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଆଉ ଜଣେ ପ୍ରମୁଖ ନେତା ବାଳ ଗଙ୍ଗାଧର ତିଳକଙ୍କ ଜୀବନୀ ଓ ଅବଦାନକୁ ବର୍ଣ୍ଣନା କରେ ।[]

ମୃତ୍ୟୁ

[ସମ୍ପାଦନା]

୧୯୫୫ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।[]

  1. The Contributions of the Tamils to Indian Culture: Art and architecture (in ଇଂରାଜୀ). International Institute of Tamil Studies. 1994. p. 64.
  2. ୨.୦ ୨.୧ ୨.୨ ୨.୩ "Pandithai Aslambikai Ammayar". Azadi Ka Amrit Mahotsav.
  3. Correspondent, Special (2022-02-18). "Philatelists seek stamps on freedom fighters". The Hindu (in Indian English). ISSN 0971-751X. Retrieved 2024-06-28.
  4. ୪.୦ ୪.୧ ୪.୨ ୪.୩ ୪.୪ "Asalambikai". Tamil Wiki (in ଇଂରାଜୀ). 2024-06-13. Archived from the original on 2024-11-14. Retrieved 2024-06-28.
  5. "::Kalaikalangiyam::". www.tamilvu.org (in ତାମିଲ୍). Retrieved 2024-06-28.
  6. Studies, University of Mysore Institute of Kannada (1971). Gandhiji in Indian Literature (in ଇଂରାଜୀ). Institute of Kannada Studies, University of Mysore. p. 253.
  7. Cuppiramaṇiyan̲, Ca Vē (1982). Studies in Tamilology (in ଇଂରାଜୀ). Tamil Patippakam. p. 214.
  8. K, Rajeswari. "PROMINENT WOMEN PERSONALITIES OF TAMILNADU" (PDF). Shanlax International Journal of Arts, Science & Humanities. 3 (2): 138–139. ISSN 2321-788X. Archived from the original (PDF) on 2024-11-16. Retrieved 2025-08-16.