Jump to content

ଅଷ୍ଟାବକ୍ର ଗୀତା

ଉଇକିପିଡ଼ିଆ‌ରୁ

ଅଷ୍ଟାବକ୍ର ଗୀତା (ସଂସ୍କୃତ: अष्टावक्रगीता; IAST: aṣṭāvakragītā) ଏକ ପ୍ରାଚୀନ ଅଦ୍ୱୈତ ଗ୍ରନ୍ଥ ଯାହା ମିଥିଳାର ରାଜା ଜନକ ଓ ଋଷି ଅଷ୍ଟାବକ୍ରଙ୍କ ମଧ୍ୟରେ ଘଟିଥିବା ସଂଳାପ ରୂପରେ ରଚିତ ।[] ଭଗବତ୍ଗୀତା, ଉପନିଷଦ ଏବଂ ବ୍ରହ୍ମସୂତ୍ର ଭଳି ଏହା ହିନ୍ଦୁ ଜଗତର ଏକ ଅମୂଲ୍ୟ ଗ୍ରନ୍ଥ । ଏହି ଗ୍ରନ୍ଥ ବିଷୟରେ ଏକ କୀମ୍ବଦନ୍ତି ଶୁଣିବାକୁ ମିଳେ ଯେ ରାମକୃଷ୍ଣ ପରମହଂସ ତାଙ୍କ ଶିଷ୍ୟ ସ୍ଵାମୀ ବିବେକାନନ୍ଦଙ୍କୁ ମଧ୍ୟ ଏହି ଗ୍ରନ୍ଥ ପାଠ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହା ପାଠ କରିବା ପରେ କାଳାନ୍ତରେ ସେ ବିବେକାନନ୍ଦ ନାମରେ ପ୍ରସିଦ୍ଧି ଲାଭ କଲେ ।

ପ୍ରାଚୀନତା

[ସମ୍ପାଦନା]

ଭାରତୀୟ ସମାଜ ବିଜ୍ଞାନୀ ରାଧାକମଳ ମୁଖର୍ଜୀଙ୍କ ମତରେ ଏହି ଗ୍ରନ୍ଥକୁ ଭଗବଦ୍‍ଗୀତା ପରେ କିଛିକାଳ ପରବର୍ତ୍ତୀ (ମୁକର୍ଜୀ ଅନୁସାରେ 600 BCE; ସାମାନ୍ୟତଃ ଦ୍ୱିତୀୟ ଶତାବ୍ଦୀ BCE) ଅର୍ଥାତ୍ ପ୍ରାୟ 500–400 BCE ସମୟର । ସଂସ୍କୃତ ବିଦ୍ୱାନ J. L. Brockington ଏହାକୁ ବହୁତ ପରବର୍ତ୍ତୀ ସମୟର ମନେ କରି ଅଷ୍ଟମ ଶତାବ୍ଦୀ CE ରେ ଆଦି ଶଙ୍କରଙ୍କ ଅନୁଯାୟୀ କେହି ଏହା ଲେଖିଥିବେ ବା ଚତୁର୍ଦ୍ଦଶ ଶତାବ୍ଦୀରେ ଶଙ୍କର ଦର୍ଶନର ପୁନରୁଦ୍ଧାର ସମୟରେ ଲେଖାଯାଇଥିବ ବୋଲି ମତ ଦେଇଛନ୍ତି। ଶ୍ରୀ ସ୍ୱାମୀ ଶାନ୍ତାନନ୍ଦ ପୁରୀଙ୍କ ମତ ଅନୁଯାୟୀ, ଏହା ଗୌଡପାଦଙ୍କ (6ଟିଏ ଶତାବ୍ଦୀ CE) ପୂର୍ବ ସମୟର ହେବା ଉଚିତ—ଏବଂ ତେଣୁ ଆଦିଶଙ୍କରଙ୍କ ପୂର୍ବବର୍ତ୍ତୀ ।[]

ଅଷ୍ଟାବକ୍ରଙ୍କ ପରିଚୟ

[ସମ୍ପାଦନା]

ଅଷ୍ଟାବକ୍ର ମୁନି ପ୍ରାଚୀନ ଭାରତର ଖ୍ୟାତନାମା ଅଦ୍ୱୈତ ବ୍ରହ୍ମଜ୍ଞାନୀ ଋଷି । ଜନ୍ମସମୟରୁ ତାଙ୍କ ଦେହ ଆଠଟି ସ୍ଥାନରେ ବାଙ୍କ ଥିଲା, ତେଣୁ ତାଙ୍କୁ “ଅଷ୍ଟା-ବକ୍ର” ବୋଲି କୁହାଯାଏ । ଶାରୀରିକ ଅସୁବିଧା ସତ୍ତ୍ୱେ ସେ ଅତ୍ୟନ୍ତ ପ୍ରଜ୍ଞାନୀ ଏବଂ ଆତ୍ମଜ୍ଞାନର ସାଧକ ଥିଲେ ।

ଜନକଙ୍କୁ ଶିକ୍ଷାଦାନ

[ସମ୍ପାଦନା]

ମିଥିଳାର ରାଜା ଜନକ, ଯିଏ ଧାର୍ମିକ ଏବଂ ଜ୍ଞାନୀ ରାଜା ଥିଲେ, ଆତ୍ମସତ୍ୟ ଜାଣିବାକୁ ଅଷ୍ଟାବକ୍ରଙ୍କ ନିକଟକୁ ଗଲେ । ଜନକ ପଚାରିଲେ— “ମୁକ୍ତି କିପରି ମିଳେ?” ତାହାର ଉତ୍ତରରେ ଅଷ୍ଟାବକ୍ର ଅତ୍ୟନ୍ତ ସହଜ ଏବଂ ଗଭୀର ଶିକ୍ଷା ଦେଲେ—

  • ତୁମେ ଶରୀର ନୁହେଁ, ତୁମେ ପବିତ୍ର ଚେତନା ।
  • ମନ, ଅହଂକାର, ଦୁଃଖ–ସବୁ ଅନିତ୍ୟ ।
  • ଆତ୍ମାକୁ ଜାଣିଲେ ମନୁଷ୍ୟ ତୁରନ୍ତ ମୁକ୍ତ ହେଇଯାଏ ।

ଏହି ସମ୍ବାଦ-ରୂପୀ ଶିକ୍ଷାକୁହିଁ ଅଷ୍ଟାବକ୍ର ଗୀତା ବୋଲି କୁହାଯାଏ । ଏଥିରେ ମୁଖ୍ୟତଃ ଆତ୍ମଜ୍ଞାନ, ସ୍ୱାଧୀନତା ଏବଂ ଅଦ୍ୱୈତ ଦର୍ଶନର ମୁଖ୍ୟ ସାର ସ୍ପଷ୍ଟ ହୋଇଛି ।

ବିଷୟବସ୍ତୁ

[ସମ୍ପାଦନା]

ସାରାଂଶ

[ସମ୍ପାଦନା]

ଅଷ୍ଟାବକ୍ର ଗୀତା ହେଉଛି ଅଷ୍ଟାବକ୍ର ଓ ଜନକଙ୍କ ମଧ୍ୟରେ ଆତ୍ମା (ଆତ୍ମନ୍), ଯଥାର୍ଥତା ଓ ବନ୍ଧନ ସମ୍ବନ୍ଧୀୟ ଆଲୋଚନା । ଏହା ଅଦ୍ୱୈତ ବେଦାନ୍ତ ଦର୍ଶନର ଏକ ଅତ୍ୟନ୍ତ ଗଭୀର ରୂପକୁ ପ୍ରକାଶ କରେ । ଏହି ଗୀତା ବାହ୍ୟ ଜଗତକୁ ସମ୍ପୂର୍ଣ୍ଣ ଅବାସ୍ତବ ବୋଲି ଓ ଅସ୍ତିତ୍ୱକୁ ଏକମାତ୍ର ବୋଲି ଘୋଷଣା କରେ । ଏଥିରେ ଧର୍ମ, କର୍ତ୍ତବ୍ୟ କିମ୍ବା ଭକ୍ତିର କୌଣସି ଉଲ୍ଲେଖ ନଥିବାରୁ, କେତେକ ଭାଷ୍ୟକାର ଏହାକୁ ‘ନିରୀଶ୍ୱର’ ବୋଲି କହନ୍ତି । ଏହା ନାମ ଓ ରୂପକୁ ଅଜ୍ଞାନର ଚିହ୍ନ ବୋଲି ଅସ୍ୱୀକାର କରେ । ଜନକ ଓ ଅଷ୍ଟାବକ୍ରଙ୍କ ସଂଳାପରେ, ଅଷ୍ଟାବକ୍ର ତାଙ୍କର ବଙ୍କଶରୀର ସମ୍ପର୍କରେ କହିଥିବାରେ, ସେ କୁହନ୍ତି—ମନ୍ଦିରର ଆକାର ତାହାର ଆକୃତି ଦ୍ୱାରା ପ୍ରଭାବିତ ହୁଏନାହିଁ; ସେପରି, ଶରୀରର ଆକୃତି ଆତ୍ମାକୁ ପ୍ରଭାବିତ କରେନାହିଁ। ଅଜ୍ଞାନୀ ବ୍ୟକ୍ତି ନାମ-ରୂପରେ ମୁଗ୍ଧ ଥାଏ, କିନ୍ତୁ ଜ୍ଞାନୀ କେବଳ ଆତ୍ମାକୁ ଦେଖନ୍ତି।[]

ଗ୍ରନ୍ଥର ବିଭାଗ ଗଠନ

[ସମ୍ପାଦନା]
Ashtavakra

ଗ୍ରନ୍ଥଟିରେ 20ଟି ଅଧ୍ୟାୟ ଅଛି:[]

  1. ସାକ୍ଷୀ – ସର୍ବବ୍ୟାପୀ ସାକ୍ଷୀ ଭାବେ ଆତ୍ମା
  2. ଆଶ୍ଚର୍ୟମ୍ – ପ୍ରକୃତି ପାରେ ଅସୀମ ଆତ୍ମା
  3. ଆତ୍ମାଦ୍ୱୈତ – ସମସ୍ତରେ ଆତ୍ମା ଓ ଆତ୍ମାରେ ସମସ୍ତ
  4. ସର୍ବତ୍‌ମାତ୍ମା – ଆତ୍ମଜ୍ଞାନୀ ଓ ଅଜ୍ଞାନୀ
  5. ଲୟ – ଚେତନାର ଲୟ
  6. ପ୍ରକୃତେଃ ପରଃ – ଲୟର ଅପ୍ରାସଙ୍ଗିକତା
  7. ଶାନ୍ତ – ଶାନ୍ତ ଓ ଅପାର ଆତ୍ମ ସାଗର
  8. ମୋକ୍ଷ – ସମସ୍ତ ବନ୍ଧନରୁ ଶାଶ୍ୱତ ମୁକ୍ତି
  9. ନିର୍ବାଣ – ଉଦାସୀନତା
  10. ବୈରାଗ୍ୟ – ବିରକ୍ତି
  11. ଚିତ୍ରୂପ – ସୂକ୍ଷ୍ମ ଓ ପବିତ୍ର ଚେତନା
  12. ସ୍ୱଭାବ – ଧ୍ୟାନର ଅଭ୍ୟୁଦୟ
  13. ଯଥାସୁଖମ୍ – ଅତୀନ୍ଦ୍ରିୟ ଆନନ୍ଦ
  14. ଈଶ୍ୱର – ମନର ସ୍ୱାଭାବିକ ଲୟ
  15. ତତ୍ତ୍ୱମ୍ – ଅଜନ୍ମା ଆତ୍ମା ବା ବ୍ରହ୍ମ
  16. ସ୍ୱସ୍ଥ୍ୟ – ଜଗତ-ବିଲୟ ଦ୍ୱାରା ଆତ୍ମ-ନିଷ୍ଠା
  17. କୈବଲ୍ୟ – ଆତ୍ମାର ସମ୍ପୂର୍ଣ୍ଣ ଏକାକୀଭାବ
  18. ଜୀବନ୍ମୁକ୍ତି – ଜୀବନରେ ଥିଲେମଧ୍ୟ ସମ୍ପୂର୍ଣ୍ଣ ମୁକ୍ତ ଅବସ୍ଥା
  19. ସ୍ଵମହିମା – ଆତ୍ମାର ମହିମା
  20. ଅକିଞ୍ଚନଭାବ – ଆତ୍ମାର ସମ୍ପୂର୍ଣ୍ଣ ପାରମାର୍ଥିକ ଅବସ୍ଥା
  1. Mukerjee 1971, p. 184.
  2. "The Absolute" (PDF). swamishantanandapurimaharaj.org. Retrieved 20 November 2025.
  3. "The Story of Ashtavakra and Janaka: Podcast Tuesday". isha.sadhguru.org (in ଇଂରାଜୀ). Retrieved 2025-11-20.
  4. "Ashtavakra Gita" (PDF). holybooks.com. Retrieved 20 November 2025.