ଅଲିଅଳି ରାଜଜେମା
| ଅଲିଅଳି ରାଜଜେମା | |
|---|---|
| ନିର୍ଦ୍ଦେଶକ | ଅମରେଶ ପତି |
| ପ୍ରଯୋଜକ | ସଞ୍ଜୀବ ଦ୍ୱିବେଦୀ |
| ସଂଳାପ | ବି. ଚନ୍ଦନ କୁମାର |
| ଚିତ୍ରନାଟ୍ୟ | ବି. ଚନ୍ଦନ କୁମାର |
| କାହାଣୀ | ବି. ଚନ୍ଦନ କୁମାର |
| କଳାକାର | ସନ୍ଦୀପ ମିଶ୍ର କୁକିଜ୍ ସ୍ୱାଇଁ ପୃଥ୍ୱୀରାଜ ନାୟକ |
| ସଙ୍ଗୀତ | ବୈଦ୍ୟନାଥ ଦାଶ |
| ଚିତ୍ରଗ୍ରହଣ | ସର୍ବେଶ୍ୱର ଦାଶ |
| ସମ୍ପାଦକ | ପିଣ୍ଟୁ ନାୟକ |
| ବିତରକ | ତରଙ୍ଗ ଟିଭି ତରଙ୍ଗ ପ୍ଲସ୍ |
ମୁକ୍ତିଲାଭ ତାରିଖ | ୨୪ ଅଗଷ୍ଟ ୨୦୨୫ |
| ଦେଶ | |
| ଭାଷା | ଓଡ଼ିଆ |
ଅଲିଅଳି ରାଜଜେମା ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମରେଶ ପତି । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସନ୍ଦୀପ ମିଶ୍ର ଓ କୁକିଜ୍ ସ୍ୱାଇଁ । ପୃଥ୍ୱୀରାଜ ନାୟକ, ଅଳକା ଶତପଥୀ, ଭବେଷ, ପାୟଲ, ପିହୁ, ରାଜଲକ୍ଷ୍ମୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୪ ଅଗଷ୍ଟ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସନ୍ଦୀପ ମିଶ୍ର
- କୁକିଜ୍ ସ୍ୱାଇଁ
- ପୃଥ୍ୱୀରାଜ ନାୟକ
- ଅଳକା ଶତପଥୀ
- ଭବେଷ
- ପାୟଲ
- ପିହୁ
- ରାଜଲକ୍ଷ୍ମୀ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିହାର ପ୍ରିୟଦର୍ଶୀ, ଦେବୀଦତ୍ତ ମହାନ୍ତି ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଚିରାଗଦୀପ ପଣ୍ଡା, ଅର୍ପିତା ଚୌଧୁରୀ, ତାରିକ୍ ଅଜିଜ୍, ସ୍ଥିତି ଶୁଭାକାଂକ୍ଷୀ, ପ୍ରଜ୍ଞା ହୋତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଲିଅଳି ରାଜଜେମା