ମାଉସୀ ମା’ ମନ୍ଦିର
| ମାଉସୀ ମା' ମନ୍ଦିର | |
|---|---|
ମାଉସୀ ମା' ମନ୍ଦିର, ପୁରୀ | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ପୁରୀ |
| Location | |
| Country | ଭାରତ |
ମାଉସୀ ମା' ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) ପୁରୀଠାରେ ଥିବା ଏକ ମନ୍ଦିର । ଏହା ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଏଠାର ଅଧିଷ୍ଠାତ୍ରୀ ଦେବୁ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣା । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁମାମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।[୧]
ମାଉସୀ ମା
[ସମ୍ପାଦନା]ମା ଦେଖିବାକୁ ଅବିକଳ ସୁଭଦ୍ରା ଦେବୀଙ୍କ ପରି । ମାଙ୍କ ମୂର୍ତ୍ତି କୃଷ୍ଣପଥରରେ ତିଆରି । ସେ ଦ୍ୱିଭୂଜା, ଦୁଇ ପାଖରେ ଅଛନ୍ତି ଦୁଇ ପାର୍ଶ୍ୱଦେବୀ ଛାୟା ଓ ମାୟା । ମୂର୍ତ୍ତିର କଟିଦେଶ ଉପରକୁ ଆଚ୍ଛାଦିତ କରି ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି । [୨]
ଆଧାର
[ସମ୍ପାଦନା]- ↑ "ବାମ୍ଫରେ ହୁଏ ମାଉସୀମା' ପୋଡ଼ପିଠା". dharitri.com. ୨୮ ଜୁନ ୨୦୧୨. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
{{cite web}}: Check date values in:|date=and|archivedate=(help) - ↑ "ମାଉସୀ ମା'". epaper.prameyanews.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021.
{{cite web}}: Check date values in:|archivedate=(help)