Jump to content

ଅର୍ଜୁନଙ୍କ ବିଷାଦ ଯୋଗ (ଶ୍ରୀମଦ୍ଭଗବତ୍ଗୀତା)

ଉଇକିପିଡ଼ିଆ‌ରୁ
An 1830 CE painting depicting Arjuna, on the chariot, paying obeisance to Krisha, the charioteer.
କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ

ଅର୍ଜୁନଙ୍କ ବିଷାଦ ଯୋଗ (ସଂସ୍କୃତ: अर्जुनविषादयोग, ରୋମନାଇଜ୍: Arjuna Viṣāda-yōga) ହେଉଛି ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟ ।[] ଏହି ଅଧ୍ୟାୟରେ ମୋଟ ୪୭ଟି ଶ୍ଲୋକ ରହିଛି। ଏହା ମହାଭାରତର ଷଷ୍ଠ ପର୍ବ ଭୀଷ୍ମ ପର୍ବର ୨୫ତମ ଅଧ୍ୟାୟ ଅଟେ।[] []

ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ । ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।

ମୂଳ ଭଗବଦ୍‌ ଗୀତାରେ କୌଣସି ଅଧ୍ୟାୟ ଶିରୋନାମାଯୁକ୍ତ ବିଭାଗ ନ ଥିଲା । କିନ୍ତୁ ପରେ କିଛି ସଂସ୍କୃତ ସଂସ୍କରଣରେ ଯେଉଁଠି ଗୀତାକୁ ମହାଭାରତରୁ ଅଲଗା କରି ସ୍ୱତନ୍ତ୍ର ଗ୍ରନ୍ଥ ଭାବେ ପ୍ରସ୍ତୁତ କରାଗଲା, ସେଠାରେ ଏହି ଅଧ୍ୟାୟଗୁଡିକୁ ଶିରୋନାମ ଦିଆଯାଇଛି । ଉଦାହରଣସ୍ୱରୂପ, ସ୍ୱାମୀ ଚିଦ୍‌ଭବାନନ୍ଦ ପ୍ରତ୍ୟେକ ଅଧ୍ୟାୟକୁ ଏକ ସ୍ୱତନ୍ତ୍ର ଯୋଗ ଭାବେ ବର୍ଣ୍ଣନା କରିଛନ୍ତି, କାରଣ ପ୍ରତ୍ୟେକ ଅଧ୍ୟାୟ ଯୋଗର ଭଳି ମନ ଓ ଶରୀରକୁ ଶିକ୍ଷିତ କରେ । ସେ ପ୍ରଥମ ଅଧ୍ୟାୟକୁ ଅର୍ଜୁନସ୍ୟ ବିଷାଦ ଯୋଗ ବୋଲି ନାମ ଦେଇଛନ୍ତି ।[]

ଅନ୍ଧ ରାଜା ଧୃତରାଷ୍ଟ୍ର ତାଙ୍କ ରଥଚାଳକ ସଞ୍ଜୟଙ୍କୁ ଅନୁରୋଧ କରନ୍ତି ଯେ, ସେ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରୁ ସେଠାର ଘଟଣାଗୁଡ଼ିକର ଏକ ପ୍ରତ୍ୟକ୍ଷ ବିବରଣୀ ଦିଅନ୍ତୁ । ସଞ୍ଜୟ ତାଙ୍କ ବର୍ଣ୍ଣନା ଆରମ୍ଭ କରନ୍ତି । ଯୁଦ୍ଧକ୍ଷେତ୍ରରେ ଭୀଷ୍ମ ତାଙ୍କ ଶଙ୍ଖ ଫୁଙ୍ଗି ଯୁଦ୍ଧ ଆରମ୍ଭର ଘୋଷଣା କରିବା ସହ ସେନାମାନଙ୍କର ମନୋବଳ ବଢ଼ାନ୍ତି । ସେ ସମୟରେ ଶ୍ରୀକୃଷ୍ଣ ତାଙ୍କ ଶଙ୍ଖ ପାଞ୍ଚଜନ୍ୟ ଫୁଙ୍ଗନ୍ତି ଓ ଅର୍ଜୁନ ତାଙ୍କ ଶଙ୍ଖ ଦେବଦତ୍ତ ଫୁଙ୍ଗନ୍ତି । ଉଭୟ ପକ୍ଷର ଅନେକ ଯୋଧା ମଧ୍ୟ ସେହିପରି କରନ୍ତି ।

ଅର୍ଜୁନ ତାଙ୍କ ରଥଚାଳକ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରନ୍ତି ଯେ, ରଥକୁ ଯୁଦ୍ଧକ୍ଷେତ୍ରର ମଧ୍ୟଭାଗକୁ ନେଇ ଦୁଇପକ୍ଷୀୟ ସେନାକୁ ଦେଖିବାକୁ ଦିଅନ୍ତୁ । ସେ ଦେଖିଲେ ଯେ, ଦୁଇ ପକ୍ଷରେ ନିଜ ବନ୍ଧୁବନ୍ଧବ, ଗୁରୁ, ପରିବାରଜନ ଓ ପ୍ରିୟଜନ ଦାଣ୍ଡାୟମାନ ଅଛନ୍ତି । ଏହା ଦେଖି ଅର୍ଜୁନ ଗଭୀର ନିରାଶାରେ ପଡ଼ି, ଶ୍ରୀକୃଷ୍ଣଙ୍କୁ କହନ୍ତି ଯେ, ସେ କିପରି ଏମିତି ଯୁଦ୍ଧରେ ଅଂଶ ନେବେ ଯେଉଁଠି ସେକଥା ନିଜ ପରିଜନଙ୍କ ସହ ଯୁଦ୍ଧ କରିବାକୁ ପଡ଼ିବ । ସେ ଭାବନ୍ତି ଯେ, ବିଜୟ ଓ ସୁଖ ପାଇଁ ଏମିତି ଯୁଦ୍ଧ କରିବା ଅର୍ଥହୀନ, କାରଣ ଯେଉଁମାନେ ପାଇଁ ସେ ଯୁଦ୍ଧ କରୁଛନ୍ତି, ସେମାନେ ନିଜେ ତାଙ୍କ ବିପକ୍ଷରେ ଅସ୍ତ୍ର ଧରିଛନ୍ତି । ସେ ଏହି ଯୁଦ୍ଧକୁ ଅଧର୍ମ ଓ ପାପମୟ ଭାବି, ଗୁରୁଜନ ଓ ପରିବାରବନ୍ଧବଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାଇବାକୁ ଅନୁଚିତ ମନେ କରନ୍ତି। ସେ ଭାବନ୍ତି ଯେ, ଏହି ଗୃହଯୁଦ୍ଧ କେବଳ ପରିବାରନାଶ, ଧର୍ମହାନି ଓ ରାଜ୍ୟଲୋଭ ଆଣିବ । ପରିବାର ନାଶ ହେଲେ ପିତୃପୂଜା, ସଂସ୍କାର, ନାରୀମାନଙ୍କ ଦୁଃଖ, ଜାତିମିଶ୍ରଣ ଓ ପୂର୍ବଜମାନଙ୍କ ଅଶାନ୍ତି ଆସିବ । ସେ କହନ୍ତି ଯେ, ନିରସ୍ତ୍ର ଓ ନିରୋଧ ବିନା ସେ କୌରବମାନଙ୍କ ହସ୍ତେ ମରିଯିବାକୁ ମଧ୍ୟ ପ୍ରସ୍ତୁତ । ଏପରି ଭାବରେ ଅର୍ଜୁନ ନିଜ ରଥରେ ବସି, ଧନୁ ଓ ବାଣକୁ ପୃଥକ କରି ନିରାଶା ଓ ବିଷାଦରେ ବୁଡିଯାନ୍ତି ।[]

ମହତ୍ତ୍ୱ

[ସମ୍ପାଦନା]

ଏହି ଅଧ୍ୟାୟର ମହତ୍ତ୍ୱ ଏହାର ଗଭୀର ଦାର୍ଶନିକ ଶିକ୍ଷା ଓ ଭଗବଦ୍‌ ଗୀତାର ଅନ୍ୟାନ୍ୟ ଅଧ୍ୟାୟ ପାଇଁ ଭୂମିକା ସୃଷ୍ଟି କରିବାରେ ରହିଛି । ଏହି ଅଧ୍ୟାୟରେ କର୍ତ୍ତବ୍ୟ, ନୀତି, ସନ୍ଦେହ ଓ ଜୀବନର ସ୍ୱଭାବ ଭଳି ସାଧାରଣ ମାନବୀୟ ବିଷୟଗୁଡ଼ିକୁ ଉଠାଇ ଆଣାଯାଇଛି । ଏହା ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଘଟିଥିବା ଗଭୀର ଆଧ୍ୟାତ୍ମିକ ସଂଲାପ ପାଇଁ ପ୍ରସ୍ଥାନ ସୃଷ୍ଟି କରେ; ଯେଉଁଠି ଧର୍ମ (ନୀତିପର କର୍ତ୍ତବ୍ୟ), କର୍ମ (କାର୍ଯ୍ୟ), ଓ ମୋକ୍ଷ (ମୁକ୍ତି) ଭଳି ଶିକ୍ଷା ଉପସ୍ଥାପିତ ହୋଇଛି । ଏହି କାରଣରୁ, ଏହି ଅଧ୍ୟାୟ ଯୁଗ ଯୁଗ ଧରି ଓ ବିଭିନ୍ନ ସଂସ୍କୃତିରେ ମାନବ ମନକୁ ସ୍ପର୍ଶ କରିଆସୁଛି।

  1. Ranjan, Nisheeth. "Shrimad Bhagwat Geeta In Hindi ~ सम्पूर्ण श्रीमद्‍भगवद्‍गीता". हिंदी साहित्य मार्गदर्शन (in ହିନ୍ଦୀ). Retrieved 2026-02-23.
  2. कृष्णद्वैयपायन (1897). महाभारत भीष्म पर्व.
  3. "Aristotle, Plato and Bhagvad Gita on the "Soul" In the Light Primarily of On the Soul, Phaedo and the Second Chapter of Bhagvad Gita | WorldCat.org". search.worldcat.org (in ଇଂରାଜୀ). Retrieved 2025-11-02.
  4. Chidbhavananda 1997, p. 33
  5. "Chapter 1: Arjun Viṣhād Yog - Bhagavad Gita, The Song of God – Swami Mukundananda". www.holy-bhagavad-gita.org. Retrieved 2025-11-02.