Jump to content

ଅର୍ଚ୍ଚନା ତାଇଡେ

ଉଇକିପିଡ଼ିଆ‌ରୁ
ଅର୍ଚ୍ଚନା ତାଇଡେ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ଟିଭି ପ୍ରଯୋଜକ, ଲେଖିକା
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ
ବୈବାହିକ-ସାଥୀଆଶିଷ ଶର୍ମା (ବିବାହ: ୨୦୧୩)

ଅର୍ଚ୍ଚନା ତାଇଡେ ଶର୍ମା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଦୂରଦର୍ଶନରେ କାମ କରନ୍ତି । ୯ଏକ୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ ବଲିଉଡ୍ କା ଟିକେଟ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଆଶିଷ ଶର୍ମାଙ୍କ ସହିତ ପ୍ରଯୋଜନା କରିଥିବା କାର୍ଯ୍ୟକ୍ରମ ଚୋରେ ତେରା ଗାଓଁ ବଡ଼ା ପ୍ୟାରା ଜରିଆରେ ଲେଖିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।

ଇମାଜିନ୍ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବୀନ୍ଦ ବନୂଙ୍ଗା ଘୋଡ଼ି ଚଢ଼ୁଙ୍ଗାରେ ସେ ପନବୀ ଭୂମିକାରେ ଅଭିନୟ କରିଥିଲେ । ଜୀ ଟିଭିରେ ପ୍ରସାରିତ ଧାରାବାହିକ କବୁଲ୍ ହୈରେ ସେ ନିଖତ ଅହମ୍ମଦ ଖାନ୍ ଭୂମିକାରେ ଅଭିନୟ କରିଥିଲେ ।[] ଆଣ୍ଡ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ସନ୍ତୋଷୀ ମାଆରେ ସେ କାମ କରିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅର୍ଚ୍ଚନା ଏକ ମରାଠୀ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆନନ୍ଦ ତାରିଡେ ଓ ମାଆଙ୍କ ନାମ କିରଣ ତାଇଡେ । ସେ ମୁମ୍ବାଇର ସିଓନ୍ ସ୍ଥିତ ଆୱାର୍ ଲେଡି ଅଫ୍ ଗୁଡ୍ କାଉନ୍‌ସେଲ୍ ହାଇ ସ୍କୁଲରେ ପଢ଼ୁଥିଲେ । ୨୦୧୩ ମସିହାର ଜାନୁଆରୀ ୩୦ ତାରିଖରେ, ସେ ଜୟପୁର ଠାରେ ଆଶିଷ ଶର୍ମାଙ୍କୁ ବିବାହ କରିଥିଲେ ।[][]

ଟେଲିଭିଜନ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଭୂମିକା
୨୦୦୮ କୌନ୍ ଜୀତେଗା ବଲିଉଡ୍ କା ଟିକେଟ୍ ପ୍ରତିଯୋଗୀ
୨୦୦୯ ମାତ ପିତାଃ କେ ଚରଣୋଁ ମେଁ ସ୍ୱର୍ଗ ସୁହାନି
୨୦୧୦ ମାନ ରହେ ତେରା ପିତାଃ ଅନ୍‌‌ମୋଲ୍
୨୦୧୧–୨୦୧୨ ବୀନ୍ଦ ବନୂଙ୍ଗା ଘୋଡ଼ି ଚଢ଼ୁଙ୍ଗା ପନବୀ
୨୦୧୨ ଅଦାଲତ ଗୀତା
୨୦୧୨–୨୦୧୪ କବୁଲ ହୈ[] ନିଖତ ଅହମ୍ମଦ/ଖୁସବୁ
୨୦୧୪ ଝଲକ ଦିଖ୍‌ଲା ଜା ୭ ନିଜେ
୨୦୧୬–୨୦୧୭ ସନ୍ତୋଷୀ ମାଆ ସିନ୍ଦୂରୀ/ନକଲି ସନ୍ତୋଷୀ
  1. ୧.୦ ୧.୧ "Aleeza Khan gets replaced in Qubool Hai!". Times of India. 22 October 2012.
  2. "Archana Taide Is The New Entrant In 'Santoshi Maa'". Mid-day.com. 14 July 2016.
  3. "LSD actor Ashish to get married in Jaipur". Times of India. 22 January 2013.
  4. "Real-life couple Ashish Sharma and Archana Taide spill the beans". Deccan Chronicle. 6 December 2014.

ବାହାର ଲିଙ୍କ୍

[ସମ୍ପାଦନା]