ଅରୁଣ ମନ୍ତ୍ରୀ
ଦେଖଣା
ଅରୁଣ ମନ୍ତ୍ରୀ | |
|---|---|
୨୦୨୩ ମସିହାର ୭ମ ସାଳନ୍ଦୀ ପୁସ୍ତକ ମେଳାରେ ଅରୁଣ | |
| ଜନ୍ମ | ଅରୁଣ ମନ୍ତ୍ରୀ ୨୭ ଅଗଷ୍ଟ |
| ଜାତୀୟତା | |
| ପ୍ରସିଦ୍ଧି | ଓଡ଼ିଆ ଗୀତିକାର |
| ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
| ଦସ୍ତଖତ | |
ଅରୁଣ ମନ୍ତ୍ରୀ ଜଣେ ଓଡ଼ିଆ ଗୀତିକାର, କବି ଓ କ୍ଷୁଦ୍ରଗଳ୍ପ ଲେଖକ । ସେ ଭଜନ, ଚଳଚ୍ଚିତ୍ର, ଯାତ୍ରା ଓ ଆଲବମ ପାଇଁ ଗୀତ ଲେଖନ୍ତି । ସେ ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଲେଖିଛନ୍ତି ।[୧] ୧୯୯୫ ମସିହାରେ, ତାଙ୍କ ଲିଖିତ ଗୀତ ପ୍ରଥମ ଥର ପାଇଁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା ।[୨] ତାଙ୍କ ଲିଖିତ ପ୍ରଥମ ଭଜନ ଥିଲା ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ । ଆଲବମ ଗୀତ ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କାଶିଆ କପିଳା ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ଲେଖିବା ଆରମ୍ଭ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅରୁଣଙ୍କ ପୌତୃକ ଗ୍ରାମ ଜଗତସିଂହପୁରର ମଣିଜଙ୍ଗା । ସେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ ମଧ୍ୟ, ଗୀତିକାର ବୃତ୍ତିକୁ ପସନ୍ଦ କରିଥିଲେ । ପିତା ଜଗବନ୍ଧୁ ମନ୍ତ୍ରୀ ଜଣେ ନାଟ୍ୟକାର ଓ ନିର୍ଦ୍ଦେଶକ ଥିଲେ । ସେ ୨ଟି ନାଟକ ଲେଖିବା ସହିତ ଅନେକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।[୩]
ଚଳଚ୍ଚିତ୍ରରେ ଅବଦାନ
[ସମ୍ପାଦନା]
ଆଧାର
[ସମ୍ପାଦନା]- ↑ Surya Kanta jena (2025-08-30). "ଅରୁଣଙ୍କ ପରେ ନିର୍ମଳ". Sambad. Retrieved 2026-05-26.
- 1 2 ପଣ୍ଡା, ଗୌରୀ ଶଙ୍କର (26 July 2025). "ଅରୁଣଙ୍କ ଦ୍ୱିଶତକ". ସମ୍ବାଦ (in Odia). Retrieved 27 May 2026.
{{cite news}}: CS1 maint: unrecognized language (link) - ↑ Patree, Annapurna (2021-08-14). "ସଫଳତା ପରେ ହିଁ ବାସ୍ତବ ସଂଘର୍ଷ". Dharitri Odia News. Retrieved 2026-05-26.