ଅରୁଣ କୁମାର ପରିଚ୍ଛା
ଅରୁଣ କୁମାର ପରିଚ୍ଛା (ଜନ୍ମ: ୨ ଅକ୍ଟୋବର, ୧୯୪୬) ଜଣେ ଓଡ଼ିଆ କବି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧]
ଶିକ୍ଷା ଓ ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଜଷ୍ଟିସ୍ ପରିଚ୍ଛା ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ରୀ ଧୋବାଇ ଚର ପରିଛା ପାଟଣାଗଡ଼ ବାର୍ ଆସୋସିଏସନର ଏକ ଅଧିବକ୍ତା ଥିଲେ । ଜଷ୍ଟିସ ପରିଛା ୧୯୬୦ରେ ପାଟଣାଗଡ଼ ହାଇସ୍କୁଲ୍ରୁ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୬୪ରେ ସମ୍ବଲପୁରର ଜି.ଏମ୍.କଲେଜ୍ରୁ ବିଜ୍ଞାନ ଶାଖାରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ତା'ପରେ ସେ କଟକର ଏମ.ଏସ୍. ଲ କଲେଜରେ ଆଇନ ଅଧ୍ୟୟନ କରି ଏଲ୍ଏଲ୍ବି ଡିଗ୍ରୀ ହାସଲ କଲେ । ପଢ଼ା ଶେଷ କରିବା ପରେ, ସେ ୧୯୬୮ରେ ଆଇନଜୀବୀ ପେଶାରେ ଯୋଗଦେଲେ । କେବଳ ତିନି ବର୍ଷର ଓକିଲାତି ପରେ ସେ ପ୍ରବେଶନାରୀ ମୁନ୍ସିଫ୍ ଭାବରେ ଚୟନ ହୋଇ ୦୩.୧୧.୧୯୭୧ରେ ଏହି ପଦରେ ଯୋଗ ଦେଲେ । ପଦୋନ୍ନତି ପାଇବା ପରେ, ସେ ୧୯୮୮ରେ ଓଡିଶା ବରିଷ୍ଠ ନ୍ୟାୟିକ ସେବାର (ଉଚ୍ଚ ଶାଖାର) ସଦସ୍ୟ ହେଲେ । ଏହି ସେବାର ସଦସ୍ୟ ଭାବରେ, ସେ ସମ୍ବଲପୁରର ସ୍ଵତନ୍ତ୍ର ନ୍ୟାୟାଧୀଶ (ଭିଜିଲାନ୍ସ), ୨୨ ଜୁନ ୧୯୯୨ ରୁ ୫ ଜୁଲାଇ ୧୯୯୫ ଅବଧିରେ ମୟୁରଭଞ୍ଜର ଜିଲ୍ଲା ଏବଂ ଦୌରା ନ୍ୟାୟାଧୀଶ[୨], ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ନ୍ୟାୟିକ), ୮ ସେପ୍ଟେମ୍ବର ୧୯୯୭ରୁ ୨୪ ମାର୍ଚ୍ଚ ୨୦୦୦ ଅବଧିରେ ଗଞ୍ଜାମ-ଗଜପତିର ଜିଲ୍ଲା ଏବଂ ଦୌରା ନ୍ୟାୟାଧୀଶ[୩], ସି.ବି.ଆଇ.ର ସ୍ଵତନ୍ତ୍ର ନ୍ୟାୟାଧୀଶ ଏବଂ ଓଡିଶାର ସେଲ୍ସ ଟାକ୍ସ ଟ୍ରାଇବ୍ୟୁନାଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କଲେ । ଏହି ପଦରେ ତାଙ୍କୁ ପଦୋନ୍ନତି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ନ୍ୟାୟାଧୀଶ ଭାବରେ ନିଯୁକ୍ତ କରାଯାଇଥିଲା ।
ଜଷ୍ଟିସ ପରିଛା ୦୫.୦୭.୨୦୦୪ ଠାରୁ ୦୧.୦୧.୨୦୦୮ ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବରେ ସେବା କଲେ।[୧]
ଜଷ୍ଟିସ ପରିଛା କବି ଏବଂ ନାଟକଲେଖକ ମଧ୍ୟ ଥିଲେ। ତାଙ୍କ ଦ୍ୱାରା ଲିଖିତ ଓଡିଆ ଭାଷାର ଅନେକ ନାଟକ ଏବଂ କବିତା ସଂଗ୍ରହ ପ୍ରକାଶିତ ହୋଇଛି ।[୧][୪][୫]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ ୧.୨ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-25.
- ↑ "Former Judges | District & Sessions Judge Court, Mayurbhanj | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-13. Retrieved 2025-01-25.
- ↑ "Former Judges | District and Sessions Court, Ganjam at Berhampur | India" (in ଆମେରିକୀୟ ଇଂରାଜୀ). Archived from the original on 2024-12-21. Retrieved 2025-01-25.
- ↑ "Buy books written by writer Arun Kumar Parichha from Odisha E Store - A to Z odia E Marketplace". Odisha E Store (in ଇଂରାଜୀ). Retrieved 2025-01-25.
- ↑ "Surjyodaya By Arun Kumar Parichha". www.odiabookbazar.com. Retrieved 2025-01-25.