Jump to content

ଅରୁଣା ସୁରେଶ

ଉଇକିପିଡ଼ିଆ‌ରୁ
Hon'ble Ms. Justice

ଅରୁଣା ସୁରେଶ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି
କାର୍ଯ୍ୟକାଳ
28 October 2010 – 17 February 2012
Nominated byS. H. Kapadia
Appointed byପ୍ରତିଭା ପାଟିଲ
Judge of the Delhi High Court
କାର୍ଯ୍ୟକାଳ
4 July 2006 – 27 October 2010
Nominated byYogesh Kumar Sabharwal
Appointed byଏ. ପି. ଜେ. ଅବଦୁଲ କଲାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-02-19) ୧୯ ଫେବୃଆରୀ ୧୯୫୦ (ବୟସ ୭୫)
ଶିକ୍ଷାନୁଷ୍ଠାନUniversity of Delhi

ଅରୁଣା ସୁରେଶ (ଜନ୍ମ:19.02.1950) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ ଅରୁଣା ସୁରେଶ 19.02.1950 ରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୬ ମସିହାରେ କ୍ବିନ୍ସ ମେରୀ ସ୍କୁଲ୍ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରାପ୍ତ କରିଥିଲେ । ୧୯୬୯ ମସିହାରେ ଦିଲ୍ଲୀ ୟୁନିଭର୍ସିଟିର ଇନ୍ଦ୍ରପ୍ରସ୍ଥ କଲେଜ୍ ଫର୍ ୱିମେନରୁ ସ୍ନାତକ ଡିଗ୍ରୀ ଲାଭ କଲେ । ୧୯୭୨ ମସିହାରେ ଦିଲ୍ଲୀ ୟୁନିଭର୍ସିଟିର କ୍ୟାମ୍ପସ୍ ଲ’ ସେଣ୍ଟରରୁ ଏଲ୍‌ଏଲ୍‌ବି୍ ଡିଗ୍ରୀ ହାସଲ କଲେ ।

01.02.1973 ରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଲାଭ କରି ଦିଲ୍ଲୀ ନ୍ୟାୟିକ ସେବାରେ ଯୋଗ ଦେଲେ । ମେ 1991 ପର୍ଯ୍ୟନ୍ତ ସବୋର୍ଡିନେଟ ସିଭିଲ୍ ଜଜ୍, ମେଟ୍ରୋପଲିଟନ ମ୍ୟାଜିଷ୍ଟ୍ରେଟ୍, ଅଡିସନାଲ୍ ରେଣ୍ଟ କଣ୍ଟ୍ରୋଲର୍, କମର୍ସିଆଲ୍ ସିଭିଲ୍ ଜଜ୍, ସ୍ମଲ୍ କଜ୍ କୋର୍ଟ ଜଜ୍, ଅଡିସନାଲ୍ ସିନିଅର ସବ୍ ଜଜ୍, ଗାର୍ଜିଆନ୍ ଜଜ୍, ଇନସଲଭେନ୍ସି ଜଜ୍ ଭାବେ କାମ କରିଥିଲେ। ଜୁଲାଇ 1987 ରୁ ମେ 1991 ଯାଏଁ ଜିଲ୍ଲା କୋର୍ଟର ଲିଗାଲ୍ ଏଡ୍ ସେକ୍ରେଟାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

30 ମେ 1991 ରେ ଦିଲ୍ଲୀ ଉଚ୍ଚତର ନ୍ୟାୟିକ ସେବାରେ ପଦୋନ୍ନତି ପାଇ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ହିସାବରେ ନିଯୁକ୍ତ ହୋଇଥିଲେ । ଏହି ସମୟରେ ମ୍ୟାଟ୍ରିମୋନିଆଲ୍ ଜଜ୍, ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବ୍‌ସ୍‌ଟାନ୍ସ ଆକ୍ଟ ସ୍ପେଶାଲ୍ ଜଜ୍, ମହିଳା ଅଦାଲତ୍ (ସେସନ୍ସ), ଅତିରିକ୍ତ ଜିଲ୍ଲା ଜଜ୍ ଭାବରେ ସିଭିଲ୍ ମାମଲା ଓ ଅପିଲ୍ ଯୋଗ୍ୟତା ସମ୍ପର୍କୀୟ ମାମଲାରେ କାର୍ଯ୍ୟଭାର ଗ୍ରଃଅଣ କରିଥିଲେ । ସେସନ୍ ଟ୍ରାୟାଲ୍‌ର ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟ ଓ ସିବିଆଇର ସ୍ପେଶାଲ୍ ଜଜ୍ ଭାବରେ ମାମଲା ବିଚାର କରିଥିଲେ।27.2.2006 ରେ ରୋହିଣି କୋର୍ଟସ୍, ଦିଲ୍ଲୀର ଜଜ୍ ଇନ୍‌ଚାର୍ଜ୍ ଭାବରେ ନିଯୁକ୍ତ ହୋଇଥିଲେ। 05.04.2006 ରେ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ କାର୍ଯ୍ୟଭାର ନେଲେ ।

04.07.2006 ରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ପଦୋନ୍ନତି ଲାଭ କଲେ ଏବଂ 11.2.2008 ରୁ ସ୍ଥାୟୀ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ ।

ପରବର୍ତ୍ତୀ ସମୟରେ ବଦଳି ହୋଇ 28.10.2010 ରେ କଟକର ଓଡିଶା ହାଇକୋର୍ଟର ଜଜ୍ ଭାବେ ଶପଥ ଗ୍ରହଣ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-28.