ଅଯୋଧ୍ୟାକାଣ୍ଡ
ଅଯୋଧ୍ୟାକାଣ୍ଡ ହେଉଛି ବାଳ୍ମୀକିଙ୍କ ରଚିତ ରାମାୟଣ ଏବଂ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତମାନସ-ର ଏକ ଭାଗ (କାଣ୍ଡ କିମ୍ବା ସୋପାନ) । ଏହି କାଣ୍ଡ ବା ସୋପାନ ସମୁଦାୟ ୧୧୯ଟି ସର୍ଗ ବା ଅଧ୍ୟାୟକୁ ନେଇ ରଚିତ ।
ଆଖ୍ୟାନ
[ସମ୍ପାଦନା]ରାମଙ୍କ ବିବାହର କିଛି ସମୟ ପରେ ରାଜା ଦଶରଥ ରାମଙ୍କୁ ରାଜ୍ୟାଭିଷେକ କରିବାକୁ ଇଚ୍ଛା କଲେ । ଏଥିରେ ଦେବତାମାନଙ୍କ ମନରେ ଚିନ୍ତା ସୃଷ୍ଟି ହେଲା,ରାମ ଯଦି ରାଜ୍ୟ ଲାଭ କରି ରାଜ୍ୟ ଶାସନ କରିବେ, ତେବେ ରାବଣଙ୍କ ବଧ କରିବା ଅସମ୍ଭବ ହୋଇପଡିବ । ବ୍ୟସ୍ତ ହୋଇ ସେମାନେ ଦେବୀ ସରସ୍ୱତୀଙ୍କୁ କିଛି ଉପାୟ କରିବା ପାଇଁ ପ୍ରାର୍ଥନା କଲେ । ସରସ୍ୱତୀ କୈକେୟୀଙ୍କ ଦାସୀ ମନ୍ଥରାଙ୍କ ବୁଦ୍ଧିକୁ ଭ୍ରମିତ କରିଦେଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ । ରାମଙ୍କ ସହ ଶୀତା ଓ ଲକ୍ଷ୍ମଣ ମଧ୍ୟ ବନକୁ ଚଲିଗଲେ। ଋଙ୍ଗବେରପୁରରେ ନିଷାଦରାଜ ଗୁହ ତିନିଜଣଙ୍କ ଅତ୍ୟନ୍ତ ସେବା ସତ୍କାର କଲେ । କେଉଟ ପ୍ରଥମେ ରାମଙ୍କୁ ଗଙ୍ଗାନଦୀ ପାର କରିବାକୁ ଅମଙ୍ଗ ହେଉଥିଲା । ପରେ କିନ୍ତୁ କେଉଟ ରାମଙ୍କ ପାଦଧୋଇଦେଇ ନିଜ ଡଙ୍ଗାରେ ଗଙ୍ଗା ନଦୀ ପାରି କରାଇଲେ। ତାପରେ ପ୍ରୟାଗ ପହଞ୍ଚି ରାମ ଭରଦ୍ୱାଜ ମୁନିଙ୍କୁ ଭେଟିଲେ। ସେଠାରୁ ଯମୁନାସ୍ନାନ କରି ରାମ ବାଳ୍ମୀକି ଋଷିଙ୍କ ଆଶ୍ରମରେ ପହଞ୍ଚିଲେ । ବାଳ୍ମୀକିଙ୍କ ମନ୍ତ୍ରଣାନୁସାରେ ରାମ-ସୀତାତା-ଲକ୍ଷ୍ମଣ ଚିତ୍ରକୂଟରେ ବସବାସ କରିବାକୁ ଲାଗିଲେ ।
ରାମଙ୍କ ସରଯୁ ନଦୀ ଅତିକ୍ରମ
[ସମ୍ପାଦନା]
ଅଯୋଧ୍ୟାରେ ପୁତ୍ର ବିରହରେ ଦଶରଥଙ୍କ ଦେହାନ୍ତ ହେଲା । ଵଶିଷ୍ଠମୁନି ଭରତ ଓ ଶତୃଘ୍ନଙ୍କୁ ତାଙ୍କ ମାମୁଘରୁ ଫେରାଇଆଣିଲେ । ଫେରିଆସି ଭରତ ତାଙ୍କ ମା କୈକେୟୀଙ୍କୁ ରମଙ୍କ ବନବାସ ନିମିତ୍ତ କରିଥିବା କୁକର୍ମ ଦର୍ଶାଇ ବହୁତ ତୀବ୍ର ଭାବେ ତିରଷ୍କାର କଲେ ଏବଂ ଗୁରୁଜନଙ୍କ ଆଦେଶାନୁସାରେ ଦଶରଥଙ୍କ ଅନ୍ତିମ ସଂସ୍କାର କରାଇଲେ । ଭରତ ଅଯୋଧ୍ୟାର ରାଜପଦ ସ୍ୱୀକାର କଲେନାହିଁ ଏବଂ ରାମଙ୍କୁ ବୁଝାଇ ଫେରେଇ ଆଣିବା ପାଇଁ ସମସ୍ତ ସ୍ନେହୀଜନଙ୍କ ସହିତ ଚିତ୍ରକୂଟକୁ ଚାଲିଗଲେ । କୈକେୟୀ ମଧ୍ୟ ନିଜ କାର୍ଯ୍ୟ ପାଇଁ ଅତ୍ୟନ୍ତ ଅନୁତାପ କରିଲେ । ସୀତାଙ୍କ ମାତା-ପିତା ସୁନୟନା ଓ ଜନକ ମଧ୍ୟ ଚିତ୍ରକୂଟକୁ ପହଞ୍ଚିଲେ । ଭରତ ଓ ଅନ୍ୟ ସମସ୍ତେ ରାମଙ୍କୁ ଫେରି ଅଯୋଧ୍ୟାକୁ ଯାଇ ରାଜ୍ୟ ଶାସନ କରିବାକୁ ପ୍ରସ୍ତାବ ରଖିଲେ, କିନ୍ତୁ ରାମ ପିତୃଆଜ୍ଞା ପାଳନ କରିବା ଓ ରଘୁବଂଶର ପରମ୍ପରା ରକ୍ଷା ପାଇଁ ଏହାକୁ ଅସ୍ୱୀକାର କରିଲେ । ଭରତ ସମସ୍ତ ସ୍ନେହୀଜନଙ୍କ ସହ ରାମଙ୍କ ପାଦୁକାକୁ ନେଇ ଅଯୋଧ୍ୟାକୁ ଫେରିଗଲେ। ତେବେ ଏକ ବିରଳ ଭ୍ରାତୃ ଭକ୍ତିର ଉଦାହରଣସ୍ୱରୂପ ଭରତ ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।