ଅଭୟ ନାରାୟଣ ନାୟକ
ଅଭୟ ନାରାୟଣ ନାୟକ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୧ ମଇ ୧୯୭୩ ନାୟକପଡ଼ା, ସୁବର୍ଣ୍ଣପୁର ଜିଲ୍ଲା |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଛଳ ଛଇଳ |
ଅଭୟ ନାରାୟଣ ନାୟକ (ଜନ୍ମ ୧୧ ମଇ ୧୯୭୩) ଜଣେ ଓଡ଼ିଆ ଭାଷୀ କବି, ପ୍ରାବନ୍ଧିକ ଓ ଗବେଷକ । ୧୯୯୨ରୁ ସୃଜନରେ ମଗ୍ନ ଅଭୟଙ୍କର ପ୍ରଥମ କବିତା ପୁସ୍ତକ 'ଏକାନ୍ତ ଆର୍ତ୍ତି' ୨୦୧୩ରେ ପ୍ରକାଶ ପାଇଥିଲା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଅଭୟ, ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାର ନାୟକପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସାମାଜିକ ନୃତତ୍ତ୍ୱରେ ସ୍ନାତକୋତ୍ତର ଓ ଏମ୍ ଫିଲ୍ ଉପାଧି ପ୍ରାପ୍ତ ହୋଇଥିଲେ । ୧୯୯୯ରେ ସେ ଭାରତୀୟ ଭେଷଜ ଗବେଷଣା ପରିଷଦଦ୍ୱାରା ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଲାଭ କରି ଭେଷଜ ନୃତତ୍ତ୍ୱରେ ପିଏଚ୍ ଡି ଲାଭ କଲେ । ଏତଦ୍ ବ୍ୟତୀତ ଭାରତ ସରକାରଙ୍କ 'ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ' ପକ୍ଷରୁ ଜୁନିଅର ରିସର୍ଚ୍ଚ ଫେଲୋ ଭାବରେ ମନୋନୀତ ହେବା ସହିତ ଭାରତୀୟ ସମାଜ ବିଜ୍ଞାନ ଅନୁସନ୍ଧାନ ପରିଷଦଦ୍ୱାରା ଡକ୍ଟରାଲ ଫେଲୋସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ୧୯୯୬ରୁ ତାଙ୍କର ଗବାଷଣାଧର୍ମୀ ନୃତାତ୍ତ୍ୱିକ ନିବନ୍ଧମାନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇ ଆସୁଅଛି ।[୧]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ଏକାନ୍ତ ଆର୍ତ୍ତି
- ବିଭଂଗ ନୀରବତା
- ଛଳ ଛଇଳ[୨]
- ଚିତ୍ରଲଗ୍ନା
- ଜୀବନ ସଂଗୀତ
- ଅସୀମ ଆକାଶ
ପ୍ରବନ୍ଧ
[ସମ୍ପାଦନା]- ଦିଗ ଓ ଦିଗନ୍ତ
- ଦୃଷ୍ଟି
ଗଳ୍ପ
[ସମ୍ପାଦନା]- ଭିନ୍ନ ପ୍ରତ୍ୟୟ[୩]
ଇଂରାଜୀ
[ସମ୍ପାଦନା]- Burden of Lymphatic Filariasis in Rural Coastal Odisha : A Study in Medical Anthropology
- Strive to Survive or Survive to Strive
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର
- ପଣ୍ଡିତ ନୀଳକଣ୍ଠ ସ୍ମାରକୀ ବକ୍ତୃତା ସମ୍ମାନ
ଆଧାର
[ସମ୍ପାଦନା]- ↑ ନାୟକ, ଅଭୟ ନାରାୟଣ (୨୦୨୦). ଅସୀମ ଆକାଶ. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ. pp. କଭର ପୃଷ୍ଠା.
- ↑ https://samajaepaper.in/imageview_14_912202424031599_4_73_09-12-2024_21_i_1_sf.html#google_vignette
- ↑ https://samajaepaper.in/imageview_56_412025205740829_4_83_05-01-2025_2_i_1_sf.html#google_vignette