ଅବ୍‌ଦୁଲ୍ ହକିମ୍ ସାନି ବ୍ରାଉନ୍‌

ଉଇକିପିଡ଼ିଆ‌ରୁ
ଅବ୍‌ଦୁଲ୍ ହକିମ୍ ସାନି ବ୍ରାଉନ୍‌
ବ୍ୟକ୍ତିଗତ ତଥ୍ୟ
ଜାତୀୟତା ଜାପାନ
ଜନ୍ମ (1999-03-06) ୬ ମାର୍ଚ୍ଚ ୧୯୯୯ (ବୟସ ୨୪)
ଫୁକୁଓକା, ଜାପାନ
ଉଚ୍ଚତା୧.୮୭ m (୬ ft 2 in)[୧]
Sport
କ୍ରୀଡ଼ାଦୌଡ
Event(s)୧୦୦ ମିଟର, ୨୦୦ ମିଟର
Achievements and titles
Personal best(s)100m: 10.18 (Azusa, CA 2017)
200m: 20.34 (Cali 2015)
Medal record


ଅବ୍‌ଦୁଲ୍ ହକିମ୍ ସାନି ବ୍ରାଉନ୍‌ (ଜନ୍ମ ମାର୍ଚ୍ଚ ୬,୧୯୯୯) ଜଣେ ଜାପାନୀୟ ଖେଳାଳୀ। ମୁଖ୍ୟତଃ ଦୌଡ ପ୍ରତିଯୋଗିତା ପାଇଁ ସେ ବେଶ୍ ଜଣାଶୁଣା। ସାନି ବ୍ରାଉନ୍ଙ୍କ ପିତା ଜଣେ ଘାନାୟିଅନ ଓ ମାତା ଜଣେ ଜାପାନୀଯ ଅଟନ୍ତି। ସାନି ବ୍ରାଉନ୍ ୨୦୧୫ ମସିହାରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ୱାଲ୍‌ଡ ୟୁଥ୍ ଚାମ୍ପିୟନ୍‌ସିପ୍ ଇନ୍ ଆଥ୍‌ଲେଟିକ୍‌ସ ଜିତି ଫାଇନାଲରେ ୧୦.୨୮(-୦.୪)ର ରେକର୍ଡ କରିଥିଲେ।[୨]

ସାନି ବ୍ରାଉନ୍ ୨୦୧୫ ମସିହାରେ ଜାପାନୀୟ ଜାତୀୟ ଚାମ୍ପିୟାନସିପରେ ଉଭୟ ୨୦୦ ମିଟର ଓ ୧୦୦ ମିଟର ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ କିନ୍ତୁ ୱାଲ୍‌ଡ ଚାମ୍ପିୟନ୍‌ସିପ୍ ପାଇଁ ସେ ଅନ୍ୟ କୌଣସି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ। ସେ ୨୦୦ ମିଟରରେ ୨୦.୫୬ ରେକର୍ଡ କରିଥିଲେ। ୨୦୧୫ ୱାଲ୍‌ଡ ୟୁଥ୍ ଚାମ୍ପିୟନ୍‌ସିପ୍ ଇନ୍ ଆଥ୍‌ଲେଟିକ୍‌ସରେ ସାନି ବ୍ରାଉନ୍‌ ୧୦୦ ମିଟର ଦୌଡରେ ୧୦.୩୦ ରେକର୍ଡ କରିଥିଲେ।[୩]

୨୦୧୫ ୱାଲ୍‌ଡ ଚାମ୍ପିୟନ୍‌ସିପ୍‌ରେ ସାନି ବ୍ରାଉନ୍‌ ତାଙ୍କଠାରୁ ୩ ବର୍ଷ ଜ୍ୟେଷ୍ଠ ଖେଳାଳୀମାନଙ୍କୁ ହରାଇ ସେମି ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ।

ଆଧାର[ସମ୍ପାଦନା]

  1. http://www.eurosport.com/athletics/abdul-hakim-sani-brown_prs432963/person.shtml
  2. "Abdul Hakim Sani Brown". Retrieved 30 June 2017.
  3. "Abdul Hakim Sani Brown".