ଅବିନାଶ ସାହୁ
ଅବିନାଶ ସାହୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ପିତାମାତା | କୁମୁଦ ଚନ୍ଦ୍ର ସାହୁ (ବାପା) କାମିନି ସାହୁ (ମାଆ) |
ଅବିନାଶ ସାହୁ (ଜନ୍ମ: ୭ ସେପ୍ଟେମ୍ବର ୧୯୯୦; ଜନ୍ମସ୍ଥାନ: ଡେରଙ୍ଗ, ତାଳଚେର) ଜଣେ ଓଡ଼ିଆ ସମ୍ପାଦକ, କବି, ଚିତ୍ରକର, ଫଟୋଗ୍ରାଫର ଓ ହ୍ୟାଣ୍ଡଲୁମ୍ ଫ୍ୟାଶନ୍ ଡିଜାଇନର୍ । ସେ ୨୦୧୩ ମସିହାରୁ ପ୍ରକାଶିତ ହେଇଆସୁଥିବା ଓଡ଼ିଆ ପତ୍ରିକା ଅୟମାରମ୍ଭ ପତ୍ରିକାର ସମ୍ପାଦକ ଓ ପ୍ରକାଶକ ଅଟନ୍ତି, ଯାହାକି ପୁନଃନାମକରଣ ହୋଇ ସର୍ଜନାର ମଙ୍ଗାଶାଳ - ଅବିକା ଭାବରେ ପ୍ରକାଶିତ ହେଉଛି । ସେ ୨୦୧୯ ମସିହାରୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ପ୍ରସାର ଦିଗରେ ଅନେକ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ହସ୍ତତନ୍ତକୁ ନେଇ ୨୦୨୦ ମସିହାରୁ ଅବିକା କ୍ୟାଲେଣ୍ଡର ପ୍ରସ୍ତୁତ କରୁଛନ୍ତି, ଯାହାକି ଏକ ପ୍ରତିଯୋଗିତା ଦ୍ୱାରା ଏହାର ମଡେଲ୍ ମାନଙ୍କୁ ବାଛିଥାଏ ।[୧][୨]
ଜୀବନୀ
[ସମ୍ପାଦନା]ସେ ଅନୁଗୋଳ ଜିଲ୍ଲାର ତାଳଚେର ସ୍ଥିତ ଡେରଙ୍ଗ ଠାରେ ୧୯୯୦ ମସିହାର ସେପ୍ଟେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁମୁଦ ଚନ୍ଦ୍ର ସାହୁ ଓ ମାଆଙ୍କ ନାମ କାମିନି ସାହୁ । ସେ ଡେରଙ୍ଗ ସ୍ଥିତ ଭଣେଶ୍ଵରୀ ଉଚ୍ଚବିଦ୍ୟାଳୟରୁ ସ୍କୁଲ୍ ଶିକ୍ଷା ଶେଷ କରିବା ପରେ, ତାଳଚେର ମହାବିଦ୍ୟାଳୟରୁ +୨ ପଢ଼ିଥିଲେ ଏବଂ ବୈଦ୍ୟୁତିକ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।
ସାହିତ୍ୟ ସର୍ଜନା ଓ ମଞ୍ଚରେ ଅଭିନୟ
[ସମ୍ପାଦନା]ସେ +୨ରେ ପଢ଼ିବା ସମୟରୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକ ନିର୍ଭୟ, ଧରିତ୍ରୀ, ନିତିଦିନ, ସମାଜ, ଅର୍ପିତା, କାବ୍ୟଲୋକ, ଅପୂର୍ବା, ଜାହ୍ନବୀ, ପରାଗ, ଗୋକର୍ଣିକା, ପ୍ରବାହ, ସାଗରିକା, ମହୁରୀ, ପାହାଚ, ସୃଜନ ସ୍ୱପ୍ନ, ଅୟମାରମ୍ଭ, ଗୌରୀପ୍ରଭା, ଓଡ଼ିଶା ସମ୍ବାଦ, ଲେଖାଲେଖି, ରେବତୀ ଭଳି ଓଡ଼ିଆ ସମ୍ବାଦପତ୍ର ତଥା ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।
ଆଧାର
[ସମ୍ପାଦନା]- ↑ Otv, News Desk. "Abika Calendar 2025: ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେରେ ଇପ୍ସିତା ନନ୍ଦ 'ଫେସ୍ ଅଫ୍ ଦ ଇୟର'". Abika Calendar 2025: ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେରେ ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’. Retrieved 2025-04-11.
- ↑ "Abika Calender model contest held in Bhubaneswar, Pragati Priyadarshini becomes Face of the Year". Kalinga TV. 18 January 2021. Retrieved 11 April 2025.
ବାହାର ଆଧାର
[ସମ୍ପାଦନା]