ଅପରାହ୍ନର ସୂର୍ଯ୍ୟ
| ଅପରାହ୍ନର ସୂର୍ଯ୍ୟ | |
|---|---|
| ନିର୍ଦ୍ଦେଶକ | ଅଜୟ କୁମାର ମହାନ୍ତି |
| ପ୍ରଯୋଜକ | ଅଜୟ କୁମାର ମହାନ୍ତି |
| ସଂଳାପ | ସାତ୍ୱିକ ରାଜା |
| ଚିତ୍ରନାଟ୍ୟ | ଅଜୟ କୁମାର ମହାନ୍ତି |
| କାହାଣୀ | ଅଜୟ କୁମାର ମହାନ୍ତି |
| କଳାକାର | ପ୍ରମୋଦ ରାଉତ ଜୟା ସ୍ୱାମୀ କଳିଙ୍ଗ ଦାଶ ମୁନ୍ମୁନ୍ ଖୁଣ୍ଟିଆ |
| ସଙ୍ଗୀତ | ମହେନ୍ଦ୍ର ଆଚାର୍ଯ୍ୟ |
| ଚିତ୍ରଗ୍ରହଣ | ଅଜିତ କିଶୋର ଦାସ |
| ସମ୍ପାଦକ | ଗଦାଧର ପୁର୍ତ୍ତି |
ମୁକ୍ତିଲାଭ ତାରିଖ | ୬ ସେପ୍ଟେମ୍ବର ୨୦୨୪ |
| ଦେଶ | |
| ଭାଷା | ଓଡ଼ିଆ |
ଅପରାହ୍ନର ସୂର୍ଯ୍ୟ ୨୦୨୪ ମସିହାରେ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଜୟ କୁମାର ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସାତ୍ୱିକ ରାଜା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅନନ୍ୟା ପ୍ରଡ଼କ୍ସନ ଦ୍ୱାରା ଏହି କଥାଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।
ପ୍ରମୋଦ ରାଉତ, ଜୟା ସ୍ୱାମୀ, କଳିଙ୍ଗ ଦାଶ, ମୁନ୍ମୁନ୍ ଖୁଣ୍ଟିଆ, ସୁସନ୍ଧ୍ୟା ନାରାୟଣୀ ମହାନ୍ତି, ଅଜୟ ମହାନ୍ତି, ସୋମନାଥ ଦାସ, ମାନବୀ ଭଦ୍ରା, ଶୁଭମ, ଲଳିତ ବେହେରା, ପୁଲିନ ସାହୁ, ରାହୁଲ ବିନ୍ଧାଣୀ, ରୀନା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଏହି କଥାଚିତ୍ରଟିର କାହାଣୀ ଦକ୍ଷିଣ ଓଡ଼ିଶାର ଏକ ଆଦିବାସୀ ସମ୍ପ୍ରଦାୟ ମୁଣ୍ଡପୋତା କେଳାଙ୍କ ଉପରେ ପର୍ଯ୍ୟବେଶିତ ।[୨][୩] ୬ ସେପ୍ଟେମ୍ବର ୨୦୨୪ରେ, ଗଣେଶ ପୂଜା ଅବସରରେ ଏହି କଥାଚିତ୍ରଟିର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୪] ୧ ଫେବୃଆରୀ ୨୦୨୪ରେ, ଏହି କଥାଚିତ୍ରଟି ଭଦ୍ରକରେ ଥିବା ମାଧବ ହଲ୍ରେ ପୁଣିଥରେ ମୁକ୍ତିଲାଭ କରିଥିଲା ।[୫]
ଅଭିନୟ
[ସମ୍ପାଦନା]- ପ୍ରମୋଦ ରାଉତ
- ଜୟା ସ୍ୱାମୀ
- କଳିଙ୍ଗ ଦାଶ
- ମୁନ୍ମୁନ୍ ଖୁଣ୍ଟିଆ
- ସୁସନ୍ଧ୍ୟା ନାରାୟଣୀ ମହାନ୍ତି
- ଅଜୟ ମହାନ୍ତି
- ସୋମନାଥ ଦାସ
- ମାନବୀ ଭଦ୍ରା
- ଶୁଭମ
- ଲଳିତ ବେହେରା
- ପୁଲିନ ସାହୁ
- ରାହୁଲ ବିନ୍ଧାଣୀ
- ରୀନା ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ମହେନ୍ଦ୍ର ଆଚାର୍ଯ୍ୟ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ ।[୩]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ପୁରସ୍କାର
[ସମ୍ପାଦନା]କଥାଚିତ୍ର ଜଗତ ଉପରେ ଆଧାରିତ ପତ୍ରିକା ଚଳଚ୍ଚିତ୍ର ଜଗତର ୪୯ ତମ ବାର୍ଷିକ ଉତ୍ସବରେ ଏହି କଥାଚିତ୍ରର କାହାଣୀକାର ଅଜୟ କୁମାର ମହାନ୍ତିଙ୍କୁ ଶ୍ରେଷ୍ଠ କାହାଣୀକାର ପୁରସ୍କାର ମିଳିଥିଲା ।[୬]
ଆଧାର
[ସମ୍ପାଦନା]- ↑ Portal, Prerna News. "ଗଣେଶ ପୂଜା ଅବସରରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର". prernanews.com (in ଇଂରାଜୀ). Retrieved 2025-04-07.
- ↑ "Aparanhhara Surjya to hit theaters this Ganesh Puja". Orissa Post. 6 September 2024. Retrieved 7 April 2025.
- ↑ ୩.୦ ୩.୧ Digital, Sambad (2024-06-29). "ମୁଣ୍ଡପୋତା କେଳାଙ୍କ କଥା ଅପରାହ୍ନର ସୂର୍ଯ୍ୟ". Sambad. Retrieved 2025-04-07.
- ↑ Bharat, E. T. V. (2024-09-08). "ମୁକ୍ତିଲାଭ କଲା 'ଅପରାହ୍ନର ସୂର୍ଯ୍ୟ', ପରଦାରେ ଲୋପ ପାଇଥିବା ମୁଣ୍ଡପୋତା କେଳାଙ୍କ କାହାଣୀ - Odia Film Aparanhara Surjya Release". ETV Bharat News. Retrieved 2025-04-07.
- ↑ "ଶୁଭମୁକ୍ତି କଲା ମୁଣ୍ଡପୋତା କେଳାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର 'ଅପରାହ୍ନର ସୂର୍ଯ୍ୟ'". www.prameyanews7.com. Retrieved 2025-04-07.
- ↑ "'ଅପରାହ୍ନର ସୂର୍ଯ୍ୟ' ପାଇଁ ଅଜୟ ମହାନ୍ତିଙ୍କୁ 'ଶ୍ରେଷ୍ଠ କାହାଣୀକାର' ସମ୍ମାନ". ଧରିତ୍ରୀ. ୨୫ ଜାନୁଆରୀ ୨୦୨୫. Retrieved 7 April 2025.
{{cite news}}: Check date values in:|date=(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅପରାହ୍ନର ସୂର୍ଯ୍ୟ