Jump to content

ଅନ୍ନପୂର୍ଣ୍ଣା ଦେବୀ (ଜନ୍ମ:୧୮୮୩)

ଉଇକିପିଡ଼ିଆ‌ରୁ

ଅନ୍ନପୂର୍ଣ୍ଣା ଦେବୀ (୧୮୮୩-୧୯୪୮) ଜଣେ ଓଡ଼ିଆ କବୟତ୍ରୀ, ସମ୍ପାଦକ ତଥା ତତକାଳୀନ ଓଡ଼ିଶାରେ ମହିଳାମୁକ୍ତି ଆନ୍ଦୋଳନର ଏକ ପୁରୋଧା ଥିଲେ ।

ସଂକ୍ଷିପ୍ତ ଜୀବନି ଓ ସାହିତ୍ୟକୃତି

[ସମ୍ପାଦନା]

ସେ ଗଞ୍ଜାମ ଜିଲ୍ଲାରେ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତେଣୁ ସେଠି ସେ ମାତ୍ର ପାଠଶାଳା ପର୍ଯ୍ୟନ୍ତ ଶିକ୍ଷା ଅର୍ଜନ କରିପାରିଲେ । ଦରିଦ୍ରତା ଏବଂ ଅଭାବ ମଧ୍ୟରେ, ସ୍ଵଯ଼ଂ ଶିକ୍ଷିତ ଏହି ମହିଳା ହଜାରରୁ ଅଧିକ କବିତା ରଚନା କରିଥିଲେ । ସେ ନିଜ ପତି ଶ୍ରୀରାମ ପଟ୍ଟନାୟକଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିଲେ, ଯିଏ ବଡ଼ଖେମୁଣ୍ଡି ରାଜାଙ୍କ ଅଧୀନରେ ଏକ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ସ୍ଵାମୀଙ୍କ ପ୍ରେରଣାରେ ସେ ତାଙ୍କ ପ୍ରଥମ କାବ୍ୟ ‘ବିଛେଦ ମିଳନ’ ଲେଖିବା ଲେଖିଥିଲେ । ସେହି ଦିନରୁ, ସେ ନିରନ୍ତର ସମାଜ, ଶିକ୍ଷା, ସଂସ୍କୃତି ଏବଂ ତତ୍କାଳୀନ ସମୟର ଘଟଣା ଉପରେ ଅନେକ କବିତା ରଚନା କରିଥିଲେ ।

ସେ ବାଲେଶ୍ୱରର ଲକ୍ଷ୍ମୀ ନାରାୟଣ ସାହୁଙ୍କ ଦ୍ଵାରା ପରିଚାଳିତ ମାସିକ ପତ୍ରିକା ‘ସହକାର’ କୁ ସମ୍ପାଦନା କରିଥିଲେ । ସେ ରଚିଥିବା ସାହିତ୍ୟକୃତି ‘ପଦ୍ୟମାଳା’ ପ୍ରଥମ ଏବଂ ଦ୍ଵିତୀୟ ଭାଗ ୧୯୦୪ ଏବଂ ୧୯୦୫ ମସିହାରେ ପ୍ରକାଶିତ ହୋଇଥିଲା । ତାଙ୍କ କବିତା ସଂଗ୍ରହ ‘ପକ୍ଷିଘର’ ୧୯୦୭ ମସିହାରେ ପୁରୀ ଜଗନ୍ନାଥ ପ୍ରେସ୍‌ ଦ୍ଵାରା ପ୍ରକାଶିତ ହୋଇଥିଲା ।

ତାଙ୍କ ଲିଖିତ ‘କଳ୍ପକୁଞ୍ଜ’ ଗ୍ରନ୍ଥରେ ମାନବଜାତିର ଉନ୍ନତି ପାଇଁ ତାଙ୍କରି ଆବେଗ ପ୍ରକାଶ ପାଇଛି । ସାହିତ୍ୟ ମାଧ୍ୟମରେ ସେ ସତ୍ୟ, ସ୍ନେହ ଏବଂ ବିଶ୍ୱଭ୍ରାତୃତ୍ୱର ପ୍ରଚାରରେ ନିୟୋଜିତ ହେବା ସହ ମହିଳାମାନଙ୍କ ମୁକ୍ତି ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ । ସେ ନିଜ ଲେଖାରେ ସେହି ଦିଗରେ ଏକ ସହାନୁଭୂତିପୂର୍ଣ୍ଣ ମନୋଭାବ ସୃଷ୍ଟି କରିଥିଲେ । ସେ ଅନେକ ଚିଠି ଲେଖିଥିଲେ ଏବଂ ସମ୍ମିଳନୀ ଅୟୋଜନ କରିଥିଲେ, ଯାହା ମହିଳାମାନଙ୍କ ସମାଜରେ ଉଚିତ ସ୍ଥାନ ଦେବା ପାଇଁ ପ୍ରେରଣା ଦେଇଥିଲା । ସେ ‘ମହିଳା ସମିତି’ ଗଠନ କରିଥିଲେ ଏବଂ ଗାଁ ପାଠଶାଳାମାନଙ୍କ ମାଧ୍ୟମରେ ମହିଳା ଶିକ୍ଷାର ପ୍ରଚାର କରିଥିଲେ । ଅନ୍ନପୂର୍ଣ୍ଣା ଦେବୀ ମହିଳାମାନଙ୍କ ଗୃହବନ୍ଦୀ ଜୀବନ ବିଷୟରେ ବିରୋଧ କରିବା ସହ ପର୍ଦ୍ଦା ପ୍ରଥା ଦୂର କରିବାକୁ ଜୋର ଦେଇଥିଲେ । ସେ ‘ଗଞ୍ଜାମ ଗୁଣ ଦର୍ପଣ’, ‘ସମ୍ବଲପୁର ହିତୈଷିଣୀ’ ଏବଂ ଅନ୍ୟାନ୍ୟ ପ୍ରସାର ଗ୍ରନ୍ଥରେ ବ୍ୟାପକ ଭାବରେ ଲେଖିଥିଲେ ।[]

  1. "Annapurna Devi ( 1883- 1948) – A Harbinger of Renaissance in Odia Literature" (PDF). https://ijcrt.org. Retrieved 1 April 2025. {{cite web}}: External link in |website= (help)