Jump to content

ଅନୁ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ଅନୁ ଅଗ୍ରୱାଲ
ଜନ୍ମ (1969-01-11) ୧୧ ଜାନୁଆରୀ ୧୯୬୯ (ବୟସ ୫୭)[]
New Delhi, India
ବୃତ୍ତି(ସମୂହ)Actress, model, social activist
ସକ୍ରିୟ ବର୍ଷ1988–1996

ଅନୁ ଅଗ୍ରୱାଲ (ଜନ୍ମ: ୧୧ ଜାନୁଆରୀ ୧୯୬୯) ଜଣେ ପୂର୍ବତନ ଭାରତୀୟ ମଡେଲ୍ ଓ ଅଭିନେତ୍ରୀ। ସେ ବିଶେଷତଃ Aashiqui, Khal-Naaikaa, The Cloud DoorThiruda Thiruda ଚଳଚ୍ଚିତ୍ରରେ ତାଙ୍କ କାମ ପାଇଁ ପରିଚିତ।

ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି

[ସମ୍ପାଦନା]

ଅନୁ ଅଗ୍ଗରୱାଲ୍ ୧୧ ଜାନୁଆରୀ ୧୯୬୯ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏବଂ ନୂତନ ଦିଲ୍ଲୀରେ ହିଁ ବଢ଼ିଉଠିଥିଲେ। ସେ ତାଙ୍କ ଶିଶୁକାଳରୁ ଅଭିନୟ କାର୍ଯ୍ୟରେ ରୁଚି ରଖୁଥିଲେ। ସେ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ଏକ କଠିନ ପ୍ରତିଯୋଗିତା ଜିତି ଏକ ଏକାଳାପ (monologue) ଅଭିନୟ କରିଥିଲେ। ପରବର୍ତ୍ତୀ ବର୍ଷ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ସେ ଏକ ନାଟ୍ୟ ଦଳ ଗଠନ କରିଥିଲେ। ନବମ ଶ୍ରେଣୀରେ ସେ ଏକ ନାଟକରେ ଅଭିନୟ କରିବା ସହିତ ତାହାର ନିର୍ଦ୍ଦେଶନ ମଧ୍ୟ କରିଥିଲେ। ଦଶମ ଶ୍ରେଣୀରେ ସେ ଏକ ନାଟକର ପାଠ୍ୟ ଲେଖିବା ଆରମ୍ଭ କରିଥିଲେ, କିନ୍ତୁ ବୋର୍ଡ ପରୀକ୍ଷାର କାରଣରୁ ସେହି କାମ ବନ୍ଦ କରିବାକୁ ପଡ଼ିଥିଲା।[] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ର ବିଷୟରେ ସ୍ୱର୍ଣ୍ଣ ପଦକ (ଗୋଲ୍ଡ ମେଡାଲ୍) ପାଇଥିଲେ।[] କିଛି ସମୟ ପର୍ଯ୍ୟନ୍ତ ମଡେଲିଙ୍ଗ ଓ VJ ଭାବେ କାମ କରିବା ପରେ ଏବଂ ଦୂରଦର୍ଶନର ଧାରାବାହିକ Isi Bahane (୧୯୮୮) ରେ ଅଭିନୟ କରିବା ପରେ ସେ ସଙ୍ଗୀତମୟ ବ୍ଲକବଷ୍ଟର ଚଳଚ୍ଚିତ୍ର Aashiqui ମାଧ୍ୟମରେ ବଲିଉଡ୍‌ରେ ତାଙ୍କ ପ୍ରଥମ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ର ପରେ ସେ ଅତ୍ୟଧିକ ଚାହିଦାର ଅଭିନେତ୍ରୀ ହୋଇଉଠିଥିଲେ।[]

୧୯୯୭ ମସିହାରେ ସେ Bihar School of Yoga ରେ ଯୋଗାଭ୍ୟାସରେ ଯୋଗଦେଇ କର୍ମଯୋଗୀ ଭାବେ ସେଠାରେ ରହିଥିଲେ। ୧୯୯୯ ମସିହାରେ ସେ ନିଜ ସାମଗ୍ରୀ ସଜାଇବା ପାଇଁ ମୁମ୍ବାଇକୁ ଫେରିଥିବାବେଳେ ଏକ ଗୁରୁତର ଗାଡ଼ି ଦୁର୍ଘଟନାର ସମ୍ମୁଖୀନ ହେଇଥିଲେ। ଏହି ଦୁର୍ଘଟନା ପରେ ସେ ୨୯ ଦିନ ଧରି କୋମାରେ ଥିଲେ ଏବଂ ତାହାର ପରିଣାମରେ ତାଙ୍କ ପୂର୍ବତନ ଜୀବନ ସମ୍ପର୍କରେ ସ୍ମୃତି ହରାଇଦେଇଥିଲେ।

ପରେ ୨୦୦୧ ମସିହାରେ ସେ ସନ୍ୟାସୀ ଜୀବନ ଗ୍ରହଣ କରିଥିଲେ।[] ବର୍ତ୍ତମାନ ସେ ମୁମ୍ବାଇରେ ବସବାସ କରୁଛନ୍ତି ଏବଂ ଅବିବାହିତ। ସେ ନିୟମିତ ଭାବେ ଯୋଗାଭ୍ୟାସ କରନ୍ତି। ତାଙ୍କ ଗୋଟିଏ ସାକ୍ଷାତ୍କାରରେ ସେ କହିଥିଲେ—

“ଶକ୍ତିଶାଳୀ ଅନୁଭବ କରିବା, ମନୁଷ୍ୟମାନଙ୍କ ମଧ୍ୟରେ ଅସାଧାରଣ ଆତ୍ମବିଶ୍ୱାସ ସହ ଚାଲିବା କୌଣସି ଭୁଲ୍ ନୁହେଁ। ଶାରୀରିକ ଶକ୍ତିର ଏହି ଗର୍ବ ମାନବ ଇତିହାସର ଦୀର୍ଘ ପରମ୍ପରାରୁ ଆସିଛି, ଯେଉଁଠାରେ ଲୋକକଥା, ଗୀତ ଓ କବିତାରେ ଶକ୍ତିଶାଳୀ ନାରୀମାନଙ୍କୁ ସମ୍ମାନ ଦିଆଯାଇଛି।”

ଅନୁ ଅଗ୍ରୱାଲ ଜଣେ ପ୍ରେରଣାଦାୟକ TED ବକ୍ତା ଭାବେ ମଧ୍ୟ ପରିଚିତ। ସେ Anu Aggarwal Foundation ଚାଲାନ୍ତି, ଯାହା ମନୋସ୍ୱାସ୍ଥ୍ୟ, ପରିବେଶୀୟ କୁଶଳତା, ଚାପ ହ୍ରାସ ଏବଂ ଆଜିର ଚ୍ୟାଲେଞ୍ଜମୟ ସମୟରେ ଜୀବନର ଆନନ୍ଦ ଖୋଜିବାକୁ ପ୍ରୋତ୍ସାହନ ଦିଏ।

  1. "Anu Agrawal". Rottentomatoes.com. Retrieved 5 September 2016.
  2. BBC News Hindi (2023-04-08), Anu Aggarwal: Aashiqui से डेब्यू करके रातोंरात स्टार बनी अनु अग्रवाल कहां ग़ायब हो गई थीं(BBC Hindi), retrieved 2026-03-11
  3. 1 2 "From Wonder Girl Of 'Aashiqui' To A Sanyasi, This Is Anu Aggarwal's Story In Her Own Words!". Indiatimes (in ଇଂରାଜୀ). Retrieved 2026-03-11.
  4. "Aashiqui star returns to life, turns author". Hindustan Times (in ଇଂରାଜୀ). 2010-06-13. Retrieved 2026-03-11.