Jump to content

ଅନୁରାଧାପୁର

Coordinates: 8°20′6″N 80°24′39″E / 8.33500°N 80.41083°E / 8.33500; 80.41083
ଉଇକିପିଡ଼ିଆ‌ରୁ
ଅନୁରାଧାପୁର
අනුරාධපුරය
அனுராதபுரம்
Ruwanwelisaya
ଅନୁରାଧାପୁର is located in Sri Lanka
ଅନୁରାଧାପୁର
ଅନୁରାଧାପୁର
Location in Sri Lanka
Coordinates: 8°20′6″N 80°24′39″E / 8.33500°N 80.41083°E / 8.33500; 80.41083
CountrySri Lanka
ProvinceNorth Central Province
DistrictAnuradhapura
Established5th century BC
Government
 • TypeMunicipal Council
Area
 • City7,179 km2 (2,772 sq mi)
 • Urban
36 km2 (14 sq mi)
Elevation
81 m (266 ft)
Population
 (2012)
 • City୫୦,୫୯୫
 • Density2,314/km2 (5,990/sq mi)
DemonymAnuradhians
Time zoneUTC+5:30 (Sri Lanka Standard Time Zone)
Postal code
50000

ଅନୁରାଧାପୁର (ସିଂହଳ: අනුරාධපුරය, ତାମିଲ୍: அனுராதபுரம்) ହେଉଛି ଶ୍ରୀଲଙ୍କାର ଉତ୍ତର ମଧ୍ୟ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ସହର । ଏହା ଉତ୍ତର କେନ୍ଦ୍ରୀୟ ପ୍ରୋଭିନ୍‌ସର ରାଜଧାନୀ ଏବଂ ଅନୁରାଧାପୁର ଜିଲ୍ଲାର ଏହା ମୁଖ୍ୟ ସହର ଅଟେ । ସହରଟି ବର୍ତ୍ତମାନ ରାଜଧାନୀ କୋଲୋମ୍ବୋରୁ ପ୍ରାୟ ୨୦୫ କି.ମି. (127 ମାଇଲ) ଉତ୍ତରରେ ଅବସ୍ଥିତ ଅଛି ଏବଂ ଐତିହାସିକ ମାଲ୍ୱାଥୁ ଓୟା ନଦୀର ପାର୍ଶ୍ୱରେ ବିସ୍ତୃତ ହୋଇଛି । ଏହା ଏବେ ଏକ ବିଶ୍ୱ ଐତିହ୍ୟ ସ୍ଥଳ (World Heritage Site) ଭାବରେ ପରିଚିତ, ଯାହା ପ୍ରାଚୀନ ସିଂହଳ ସଭ୍ୟତାର ସୁରକ୍ଷିତ ଭସ୍ମାବଶେଷ ପାଇଁ ଖ୍ୟାତିଲାଭ କରିଛି ।[]

ଇତିହାସ

[ସମ୍ପାଦନା]

ମହାବଂଶ ଅନୁସାରେ ଅନୁରାଧାପୁର ସହରଟି ୪୩୭ ଖ୍ରୀଷ୍ଟପୂର୍ବରେ ପ୍ରତିଷ୍ଠିତ ହୋଇଥିଲା, କିନ୍ତୁ ପୁରାତତ୍ତ୍ୱ ତଥ୍ୟରୁ ଜଣାଯାଏ ଯେ ଏହି ସ୍ଥାନରେ ଏହା ଠାରୁ ବହୁ ଆଗରୁ ମନୁଷ୍ୟ ବସବାସ କରୁଥିଲେ। ଏହି ସହରଟି ପ୍ରାୟ ତିନି ହଜାର ବର୍ଷ ଧରି ଅବିରତ ଭାବରେ ମାନବ ବସତି ଅବସ୍ଥିତ ଥିବା ଏସିଆର ସବୁଠାରୁ ପୁରୁଣା ସହରମାନଙ୍କ ମଧ୍ୟରୁ ଗୋଟିଏ ।

ଏହା ହାଇଡ୍ରୋଲିକ୍ ସିଂହଳ ସଭ୍ୟତା, ଥେରାବାଦ ବୌଦ୍ଧ ଧର୍ମର ଜନ୍ମଭୂମି ଓ ଶ୍ରୀଲଙ୍କାର ସବୁଠାରୁ ଦୀର୍ଘ ସମୟ ରାଜଧାନୀ ଥିବା ସହର ଭାବରେ ପରିଚିତ; ଯାହା ପ୍ରାୟ ୧୫୦୦ ବର୍ଷ ଧରି ପ୍ରାଚୀନ ସଂସ୍କୃତିକ କେନ୍ଦ୍ର ଥିଲା । ଏହା ସିଂହଳ ରାଜ୍ୟ ରାଜରଟାର ପ୍ରଥମ ରାଜଧାନୀ ଥିଲା, ଯାହା ପରେ ତାମ୍ବପଣ୍ଣି ଓ ଉପତିସ୍ସ ନୁୱାରା ରାଜ୍ୟଗୁଡ଼ିକରେ ସ୍ଥାପିତ ହୋଇଥିଲା । ଅନୁରାଧାପୁର ଅନେକ ଶତାବ୍ଦୀ ଧରି ଥେରାବାଦ ବୁଦ୍ଧ ଧର୍ମର କେନ୍ଦ୍ର ଥିଲା ଏବଂ ଏହା ଏକ ପ୍ରମୁଖ ବୌଦ୍ଧ ତୀର୍ଥସ୍ଥଳ ଭାବେ ମଧ୍ୟ ପରିଚିତ । ଏଠାରେ ଅନେକ ପ୍ରାଚୀନ ବୌଦ୍ଧ ବିହାର ଓ ସ୍ତୂପର ଅବଶେଷ ରହିଛି, ଯାହା ମଧ୍ୟରୁ ଅନୁରାଧାପୁର ମହା ବିହାରାୟ ଓ ଜୟ ଶ୍ରୀ ମହା ବୋଧି ବିଶେଷ ଗୁରୁତ୍ୱ ବହନ କରେ । ଜୟ ଶ୍ରୀ ମହା ବୋଧି ବିଶ୍ୱର ସବୁଠାରୁ ପୁରୁଣା ଏବଂ ଏପର୍ଯ୍ୟନ୍ତ ବଞ୍ଚିଥିବା ପବିତ୍ର ବୋଧି ଗଛ, [] ଯାହାକୁ ଭାରତର ବୋଧଗୟାର ମୂଳ ବୋଧି ବୃକ୍ଷ ରୁ ଅଙ୍କୁରିତ ବୋଲି ବିଶ୍ୱାସ କରାଯାଏ ।

ଆଜି ଏହି ସହରରେ ପରିଦର୍ଶନ ଯୋଗ୍ୟ ପ୍ରାଚୀନ ବିହାର, ମନ୍ଦିର ଓ ମଠଗୁଡ଼ିକ ୧୦୦ ବର୍ଗ କିଲୋମିଟର (୪୦ ବର୍ଗ ମାଇ‌ଲ) ଠାରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହୋଇ ରହିଛି । ଅନୁରାଧାପୁର ଶ୍ରୀଲଙ୍କାରେ ପ୍ରାଚୀନ ନଗରୀକରଣର ପ୍ରାରମ୍ଭିକ ଦଶାର ସର୍ବୋତ୍କୃଷ୍ଟ ପ୍ରମାଣ । ଅନୁରାଧାପୁରର ଐତିହାସିକ ଅସ୍ତିତ୍ୱ ତାହାର ପାରମ୍ପରିକ ସ୍ଥାପନା ସହିତ ଚତୁର୍ଥ ଶତାବ୍ଦୀ ଖ୍ରୀଷ୍ଟପୂର୍ବରୁ ଆରମ୍ଭ ହୋଇଛି । ଏହି ସମୟରେ ଦେବାନମ୍ପିୟ ତିସ୍ସ (250–210 ଖ୍ରୀ.ପୂ.) ସହରଟିକୁ ବିନ୍ୟାସ ଓ ବିକଶିତ କରିଥିଲେ।

ପରବର୍ତ୍ତୀ ଦଶାରେ ଅନୁରାଧାପୁରର ରାଜାମାନଙ୍କ ଶେଷ ରାଜ୍ୟାଭିଷେକ ପରେ ଅର୍ଥାତ ଦଶମ ଶତାବ୍ଦୀ ଖ୍ରୀଷ୍ଟାବ୍ଦର ଶେଷ ଭାଗରେ ସହରଟି ପରିତ୍ୟକ୍ତ ହୋଇଗଲା । ପରେ ଏକାଦଶ ଶତାବ୍ଦୀରେ ସଂକ୍ଷିପ୍ତ ଭାବରେ ପୁନଃ ଉନ୍ନତ ହେଲା ଏବଂ ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗରେ (1267–1270 ଖ୍ରୀ.ପୂ.) ବିଜୟବାହୁ ଚତୁର୍ଥ ତାହାର କିଛି ପ୍ରମୁଖ ସ୍ମାରକଗୁଡ଼ିକୁ ପୁନଃସ୍ଥାପନ କରିଥିଲେ ।[]

ପରିବହନ

[ସମ୍ପାଦନା]

ଅନୁରାଧାପୁର ସହରଟି ରେଳପଥ ଓ ରାଜମାର୍ଗ ଦ୍ୱାରା ସଂଯୁକ୍ତ କରାଯାଇଛି । ଉତ୍ତର ରେଳପଥ ଲାଇନ୍ ଅନୁରାଧାପୁରକୁ କୋଲୋମ୍ବୋ, ଜାଫ୍ନା ଓ କାଙ୍କେସନ୍ଥୁରାଇ ସହିତ ସଂଯୋଗ ହୋଇଛି । କୋଲୋମ୍ବୋରୁ ଉତ୍ତର ପ୍ରୋଭିନ୍‌ସକୁ ଯାଉଥିବା ଅନେକ ବସ୍ ମାର୍ଗ ଅନୁରାଧାପୁର ମଧ୍ୟ ଦେଇ ଯାଉଛି । ଅନୁରାଧାପୁର ଶ୍ରୀଲଙ୍କାର ଏକ କେନ୍ଦ୍ରୀୟ ସହର । ଏହା ସିଧାସଳଖ ରାସ୍ତା ମାଧ୍ୟମରେ ଦ୍ୱୀପର ଅନେକ ପ୍ରମୁଖ ସହର ଓ ଟାଉନ୍ ସହିତ ସଂଯୁକ୍ତ ହୋଇଛି । ରାସ୍ତା ମାଧ୍ୟମରେ ଏହା ଭାଭୁନିୟା, ଡାମବୁଲ୍ଲା, ମାଟାଲେ, ପୁଟ୍ଟଲମ୍, ଟ୍ରିନକୋମାଲି, ଜାଫ୍ନା, କୁରୁନେଗାଲା ଓ କ୍ୟାଣ୍ଡି ସହିତ ମଧ୍ୟ ସଂଯୁକ୍ତ ।

  1. Centre, UNESCO World Heritage. "Sacred City of Anuradhapura". UNESCO World Heritage Centre (in ଇଂରାଜୀ). Retrieved 2025-10-31.
  2. "A Visit to Anuradhapura and Horton Plains, and a Fond Farewell to Sri Lanka – Herbarium". blogs.clemson.edu. Retrieved 2025-10-31.
  3. Abeywardana, Nuwan; Bebermeier, Wiebke; Schütt, Brigitta (December 2018). "Ancient Water Management and Governance in the Dry Zone of Sri Lanka Until Abandonment, and the Influence of Colonial Politics during Reclamation". Water (in ଇଂରାଜୀ). 10 (12): 1746. Bibcode:2018Water..10.1746A. doi:10.3390/w10121746. ISSN 2073-4441.