Jump to content

ଅନୁପ୍ରିୟା କପୁର

ଉଇକିପିଡ଼ିଆ‌ରୁ
ଅନୁପ୍ରିୟା କପୁର
ଜନ୍ମ (1990-11-26) ୨୬ ନଭେମ୍ବର ୧୯୯୦ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦–୨୦୧୮
ବୈବାହିକ-ସାଥୀବରୁଣ ଶର୍ମା (ବିବାହ: ୨୦୨୨)
ସମ୍ପର୍କୀୟବ୍ୟୋମ କପୁର (ଭାଇ)

ଅନୁପ୍ରିୟା କପୁର ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକ କାମ କରନ୍ତି । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ତେରେ ଲିୟେରେ ତାଙ୍କ ଅଭିନୀତ ଭୂମିକା ତାନୀ ବାନାର୍ଜୀ ପାଇଁ ଏବଂ ୟେଃ ହୈ ଆଶିକୀରେ ସୁମନ ଭୂମିକାରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୯୦ ମସିହାର ନଭେମ୍ବର ୨୬ ତାରିଖରେ, ସେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ଟିଭି ରିଆଲିଟି ଶୋ ଭଏସ୍ ଅଫ୍ ଇଣ୍ଡିଆରେ ଅଂଶଗ୍ରହଣ କରିବା ପାଇଁ ସେ ତାଙ୍କ ଭାଇ ବ୍ୟୋମ କପୁରଙ୍କ ସହ ମୁମ୍ବାଇ ଯାଇଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

୨୦୧୦ ମସିହାରେ, ଷ୍ଟାର୍ ୱାନ୍‌ରେ ପ୍ରସାରିତ ଧାରାବାହିକ ମିଲିୟେ ଜବ୍ ହମ୍ ତୁମ୍ ଜରିଆରେ ସେ ତାଙ୍କ ଅଭିନୟ ଜୀବନର ଆରମ୍ଭ କରିଥିଲେ । ଏହାରେ ପରେ, ସେ ବିଭିନ୍ନ ଧାରାବାହିକରେ କାମ କରିଥିଲେ । ୨୦୧୩ ମସିହାରେ, ବିନ୍ଦାସ ଟିଭିରେ ପ୍ରସାରିତ ୟେଃ ହୈ ଆଶିକୀରେ ସେ ଶକ୍ତି ଆରୋରାଙ୍କ ବିପକ୍ଷରେ ନାୟିକା ଭାବରେ କାମ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା
୨୦୧୦ ମିଲିୟେ ଜବ୍ ହମ୍ ତୁମ୍ ସୁହାନୀ ଶେରଗିଲ୍
ସେଭେନ୍ ମାଲିନୀ
ସହହହହ...ଫିର୍ କୋଇ ହୈ ମନ୍ଦିରା ମେହରା/ଶାଲବାରୀ
ରିସ୍ତା ଅତିଥି
୨୦୧୦–୨୦୧୧ ତେରେ ଲିୟେ ତାନି ବାନାର୍ଜୀ ଗାଙ୍ଗୁଲି
୨୦୧୦ ୟେଃ ରିସ୍ତା କ୍ୟା କେହଲାତା ହୈ ତାନି
୨୦୧୧ ଜୀ ଲେ ୟେ ପଲ୍ ନିଜେ[]
୨୦୧୩ ୟେଃ ହୈ ଆଶିକୀ ସୁମନ
୨୦୧୪ ହାଲ୍ଲା ବୋଲ୍ ସଞ୍ଜନା
୨୦୧୫ ୱାରିଅର୍ ହାଇ ବିଭା ଆନନ୍ଦ
କୋଡ୍ ରେଡ୍ ଜେନିଫର୍
୨୦୧୫–୨୦୧୬ ଭାଗ୍ୟଲକ୍ଷ୍ମୀ ଦିବ୍ୟା/ଭୂମି ପ୍ରଜାପତି
୨୦୧୮ ଲାଲ ଇସ୍କ

ପୁରସ୍କାର

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ କାର୍ଯ୍ୟକ୍ରମ ଫଳାଫଳ
୨୦୧୦ ଇଣ୍ଡିଆନ ଟେଲି ଆୱାର୍ଡ଼ସ୍ ଶ୍ରେଷ୍ଠ ନବାଗତା ତେରେ ଲିୟେ ବିଜୟୀ
ଇଣ୍ଡିଆନ ଟେଲିଭିଜନ ଏକାଡେମୀ ଆୱାର୍ଡ଼ସ୍
  1. Towari, Vijaya (2013) "Anupriya Kapoor & Shakti Arora in Yeh Hai Aashiqui", The Times of India, 9 October 2013. Retrieved 4 August 2014
  2. "Jee Le Yeh Pal: Reality show on races?". Hindustan Times (in ଇଂରାଜୀ). 6 September 2011. Retrieved 27 September 2020.

ବାହାର ଲିଙ୍କ୍

[ସମ୍ପାଦନା]