ଅନୁପମା ସୂଦ

ଉଇକିପିଡ଼ିଆ‌ରୁ
Anupam Sud
ଜନ୍ମ ନାଆଁଅନୁପମ ସୂଦ ate=1944
ଜନ୍ମHoshiarpur, Punjab, India
ବିଭାଗartist, printmaker,

ଅନୁପମା ସୂଦ (ଜନ୍ମ ୧୯୪୪ ) ଭଭାରତର ରାଜଧାନୀ ସହର ନୂଆ ଦିଲ୍ଲୀର ସହର ତାଳି ଅଞ୍ଚଳରେ ଏକ ବସତିରେ ରହୁଥିବା ଓ କାର୍ଯ୍ୟ କରୁଥିବା ଜଣେ ମହିଳା ଛପା ତିଆରି କରିବା କଳାକାର । ତାଙ୍କର ଜଣ ପଞ୍ଜାବଠାରେ ହେଇଥିଲା ଓ ତାଙ୍କର ବାଲ୍ୟ କାଳର ବହୁଳାଂଶ ବ୍ରିଟିଶ ଭାରତର ଗ୍ରୀଷ୍ମକାଳୀନ ରାଜଧାନୀ ହିମାଚଳ ପ୍ରଦେଶର ଶିମଳାଠାରେ କଟିଥିଲା । ସେହି ସମୟରେ ଏକ ରକ୍ଷ୍ୟଣଶୀଳ ପରିବାରରୁ ଆସିଥିବା ଅନୁପମା ନହକା ଶିକ୍ଷା ଓ କଳାକାର ଜୀବିକା ଗ୍ରହଣ କରିନେବା ଏକ ବିରଳ ଓ ସାହସିକ ପଦକ୍ଷେପ ଥିଲା । ପରିବାରଦ୍ୱାରା ଠିକ କରାଯାଇଥିବା ବିବାହ କରିବା ସତ୍ତ୍ୱେ ସେ କଳାକାର ହେବାର ସଂକଳ୍ପରୁ ଦୂରେଇ ଯାଇ ନ ଥିଲେ । [୧]

ଅନୁପମା ନୂଆ ଦିଲ୍ଲୀସ୍ଥିତ ଦିଲ୍ଲୀ କଲେଜ ଅଫ ଆର୍ଟରେ ୧୯୬୨ ମସିହାରୁ ୧୯୬୭ ମସିହା ଯାଏ ଶିକ୍ଷା ଲାଭ କରିଥିଲେ । ସେତେବେଳେ ପ୍ରସିଦ୍ଧ ଛାପ ତିଆରି କଳାକାର ସେଠାରେ ଛାପାତିଆରି ବିଭାଗକୁ ପୁନର୍ବିନ୍ୟାସ କରି ତାହାର ଉନ୍ନୟନ କରିଥିଲେ । ଅନୁପମା ତାଙ୍କର ଶିକ୍ଷୟକ ଜଗମୋହନ ଚୋପ୍ରାଙ୍କ ସହାୟତାରେ " ଗ୍ରୁପ-୮" ନାମରେ ଏକ କଳାକାର ଗ୍ରୁପ ସହ ଭାରତରେ ଛପାତିଆରି କଳାକୁ ଖୁବ ଉନ୍ନତ ସ୍ତରକୁ ନେବାରେ ଅଗ୍ରଣୀ ଭୂମିକା ନେଇଥିଲେ । 

ପ୍ରିଣ୍ଟ ତିଆରି ବିଦ୍ୟାରେ ଆହୁରି ଉନ୍ନତ ଶୈଳୀ ଶିଖିବାକୁ ଅନୁପମା ୧୯୭୧ ମସିହାରୁ ୧୯୭୨ ମସିହା ଯାଏ ଲଣ୍ଡନ ସ୍ଥିତ"ସ୍ଲେଡ ସ୍କୁଲ ଓଫ ଫାଇନ ଆର୍ଟ "କୁ ଯାଇ ପ୍ରଶିକ୍ଷଣ ନେଇଥିଲେ । ସେଠାରୁ ଫେରିବା ପରେ ସେ ବସ୍ତ୍ର ଓ ଅନ୍ୟ ବସ୍ତୁ ଉପରେ ଛଞ୍ଚାରେ ଖୋଦେଇ କରା କଳାଦ୍ୱାରା ଛପେଇ କରିବା ଦିଗରେ ଖୁବ ଉଦ୍ୟମ କରିଥିଲେ ।ଛଞ୍ଚାରେ ଖୋଦେଇ ମାଧ୍ୟମରେ ସେ ସାମାଜିକ ବିଷୟବସ୍ତୁକୁ ଖୁବ ସୁନ୍ଦର ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି । [୨]

ଅନୁପମା ସାଧାରଣତଃ ଜିଙ୍କ ଛାଞ୍ଚ ଯାହାକୁ ଏକ କଠିନ କାର୍ଯ୍ୟ ବୋଲି କୁହାଯାଇଥାଏ । ଏହି କାର୍ଯ୍ୟ ପାଇଁ ଖୁବ ମନଯୋଗୀତାର ପ୍ରୟୋଜନ ହେଇଥାଏ । ତାଙ୍କର " ଡାୟଲ ସେରିଜ " ନାମକ ଏକ ସିରିଜ କଳା ମଣିଷ ମଧ୍ୟରେ ଥିବା ଆନ୍ତରିକତାକୁ ନୀରବ ଭାଷାରେ ପ୍ରତିପାଦନ କରିଥାଏ ।[୩] ତାଙ୍କର ଉତ୍ତମ କୃତି ମଧ୍ୟରୁ ଅନେକ ଦିଲ୍ଲୀର ଆର୍ଟ ଗଲେରୀ , ଲଣ୍ଡନର ଭିକ୍ଟୋରିଆ ଗ୍ୟାଲେରି ଓ ଆଲ୍ବର୍ଟ ସଂଗ୍ରହାଳୟ , ଆମେରିକାର ପିବାଡି ସଂଗ୍ରହାଳୟ ଓ ଜାପାନର ଗ୍ଲେନବାରା ଆର୍ଟ ସଂଗ୍ରହାଳୟରେ ସ୍ଥାନିତ ହୋଇଛି ।[୪] 


ଆଧାର [ସମ୍ପାଦନା]

  1. Gayatri Sinha, Transgression in Print, Palette Art Gallery, 2007 ISBN 978-81-906029-0-7
  2. Amrita Jhaveri, A Guide to 101 Modern and Contemporary Indian Artists, 2005 ISBN 81-7508-423-5
  3. Neville Tuli, Indian Contemporary Painting, Hary N. Abrams Incorporated, 1998, ISBN 0-8109-3472-8
  4. Geeti Sen (editor), Transgression in Print, Palette Art Gallery, 2007 ISBN 978-81-906029-0-7

ବାହାର ଲିଙ୍କ [ସମ୍ପାଦନା]