ଅନିଲ ଶାସ୍ତ୍ରୀ
ଅନିଲ କୁମାର ଶାସ୍ତ୍ରୀ | |
|---|---|
| ଲୋକ ସଭାର ସଦସ୍ୟ | |
| କାର୍ଯ୍ୟକାଳ 1989–1991 | |
| ପୂର୍ବ ଅଧିକାରୀ | Shyamlal Yadav |
| ପର ଅଧିକାରୀ | Shrish Chandra Dikshit |
| ନିର୍ବାଚନ ମଣ୍ଡଳୀ | Varanasi |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୪ ଜୁନ ୧୯୪୮ |
| ଜାତୀୟତା | Indian |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Janata Dal |
| ସନ୍ତାନ | 3 |
| ବୋଉ | ଲଳିତା ଶାସ୍ତ୍ରୀ |
| ବାପା | ଲାଲ ବାହାଦୁର ଶାସ୍ତ୍ରୀ |
| ଶିକ୍ଷାନୁଷ୍ଠାନ | Ashridge Executive Education at Hult International Business School |
ଅନିଲ କୁମାର ଶାସ୍ତ୍ରୀ (ଜନ୍ମ ୪ ଜୁନ ୧୯୪୮) ଜଣେ ଭାରତୀୟ ରାଜନେତା ଏବଂ ଭାରତୀୟ ଜାତୀୟ କାଂଗ୍ରେସର ବରିଷ୍ଠ ନେତା ।[୧] ୧୯୮୯ରେ ସେ ଜନତା ଦଳ ପକ୍ଷରୁ ବାରାଣସୀରୁ ନବମ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ ଏବଂ ଭାରତ ସରକାରର ଅର୍ଥମନ୍ତ୍ରଣାଳୟରେ ମନ୍ତ୍ରୀ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲାଲ ବହାଦୁର ଶାସ୍ତ୍ରୀ ଓ ଲଳିତା ଶାସ୍ତ୍ରୀଙ୍କ ଜ୍ୟେଷ୍ଠ ପୁତ୍ରଭାବେ ଅନିଲ ଶାସ୍ତ୍ରୀଙ୍କ ଜନ୍ମ ଲକ୍ଷ୍ନୌରେ ହୋଇଥିଲା । ସେ ଦିଲ୍ଲୀର ସେଣ୍ଟ କଲମ୍ବସ୍ ସ୍କୁଲ ଓ ସେଣ୍ଟ ସ୍ଟିଫେନ୍ସ୍ କଲେଜର ପୁରୁଣା ଛାତ୍ର । ସେ ଆଶ୍ରିଜ୍ ବିଜିନେସ ସ୍କୁଲ (Ashridge Business School,ଏବେ Hult International Business School ର ଅଂଶ) ରୁ Advanced Management Programme ଶିକ୍ଷା କରିଥିଲେ ।
ପେଶାଜୀବନ
[ସମ୍ପାଦନା]ସାମାଜିକ ଓ ଶିକ୍ଷାତ୍ମକ କାର୍ଯ୍ୟ
[ସମ୍ପାଦନା]ଅନିଲ ଶାସ୍ତ୍ରୀ ଉଚ୍ଚ ଶିକ୍ଷା, ବିଶେଷକରି ପ୍ରବନ୍ଧନ ଶିକ୍ଷାର ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେ ତିନିଟି ସଂସ୍ଥା ସ୍ଥାପନା କରିଛନ୍ତି ଏବଂ ତାଙ୍କର ଅଧ୍ୟକ୍ଷତାରେ ଅଛନ୍ତି[୨]:
- ଲାଲ ବହାଦୁର ଶାସ୍ତ୍ରୀ ପ୍ରବନ୍ଧନ ସଂସ୍ଥା, ଦିଲ୍ଲୀ
- ଲାଲ ବହାଦୁର ଶାସ୍ତ୍ରୀ ପ୍ରବନ୍ଧନ ଓ ପ୍ରଯୁକ୍ତି ସଂସ୍ଥା, ବରେଲୀ
- ଲାଲ ବହାଦୁର ଶାସ୍ତ୍ରୀ ପ୍ରଯୁକ୍ତି ଓ ପ୍ରବନ୍ଧନ ସଂସ୍ଥା, ଇନ୍ଦୋର
- ଲାଲ ବହାଦୁର ଶାସ୍ତ୍ରୀ ପଲିଟେକ୍ନିକ, ମଣ୍ଡା, ଅଲ୍ଲାହାବାଦ
ଅନିଲ ଶାସ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ସ୍ମୃତି ଟ୍ରଷ୍ଟର ହୋଲ୍ଡିଂ ଟ୍ରଷ୍ଟି, ଯାହା ବିଭିନ୍ନ ସାମାଜିକ-ସଂସ୍କୃତିକ କାର୍ଯ୍ୟରେ ଜଡିତ । ସେ TATA ର ଏକ ଅଗ୍ରଣୀ କମ୍ପାନୀ Voltas ରେ ମଧ୍ୟ ସତର ବର୍ଷ ଧରି ବରିଷ୍ଠ ପଦବୀରେ କାର୍ଯ୍ୟ କରିଥିଲେ ।
ତାଙ୍କ ପୁଅ ଆଦର୍ଶ ଶାସ୍ତ୍ରୀ ମଧ୍ୟ କର୍ପୋରେଟ୍ ଜଗତରେ ୧୭ ବର୍ଷ ଧରି ବରିଷ୍ଠ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଏପଲ୍ କମ୍ପାନୀର ଚାକିରି ଛାଡ଼ି ଆମ ଆଦମି ପାର୍ଟିରେ ଯୋଗଦେଇଥିଲେ । ସେ ୨୦୧୪ ମସିହାରେ ଅଲ୍ଲାହାବାଦ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ନିର୍ବାଚନରେ ପରାଜିତ ହେଲେ। ପରେ ସେ ଫେବ୍ରୁଆରୀ ୨୦୧୫ ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦ୍ୱାରକା ବିଧାନସଭା ଆସନରୁ ବିଜୟୀ ହେଲେ ।
ପାଇଥିବା ପଦବୀ
[ସମ୍ପାଦନା]- ଲୋକସଭା ସଦସ୍ୟ (ଜନତା ଦଳ), ବାରାଣସୀ, ୧୯୮୯
- ଭାରତ ସରକାରର ଅର୍ଥମନ୍ତ୍ରଣାଳୟରେ ମନ୍ତ୍ରୀ
ପ୍ରକାଶିତ ବହି
[ସମ୍ପାଦନା]- ପବନ ଚୌଧୁରୀ ଓ ଅନିଲ ଶାସ୍ତ୍ରୀ: ଲାଲ ବହାଦୁର ଶାସ୍ତ୍ରୀ: ନେତୃତ୍ୱରେ ଶିକ୍ଷା। ୱିଜଡମ୍ ଭିଲେଜ୍ ପବ୍ଲିକେସନ୍ସ, ୨୦୧୪। ISBN: 9789380710365।
ଆଧାର
[ସମ୍ପାଦନା]- ↑ "Congress will form government on its own or sit in oppositionn: Shastri". https://archive.ph. Archived from the original on 2012-07-01. Retrieved 31 May 2025.
{{cite web}}: External link in(help)|website= - ↑ "An Exclusive Interview with Anil Kumar Shastri - Anil Kumar Shastri". Krishi Jagran (in ଇଂରାଜୀ). Retrieved 2025-05-31.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |