Jump to content

ଅନିଲ ବଲୁନି

ଉଇକିପିଡ଼ିଆ‌ରୁ
ଅନିଲ ବଲୁନି
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୪ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀତୀର୍ଥ ସିଂହ ରାୱତ
ନିର୍ବାଚନ ମଣ୍ଡଳୀଗରୱାଲ
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
୩ ଅପ୍ରେଲ ୨୦୧୮ – ୨ ଅପ୍ରେଲ ୨୦୨୪
ପୂର୍ବ ଅଧିକାରୀମହେନ୍ଦ୍ର ସିଂହ ମାହରା
ପର ଅଧିକାରୀମହେନ୍ଦ୍ର ଭଟ୍ଟ
ନିର୍ବାଚନ ମଣ୍ଡଳୀଉତ୍ତରାଖଣ୍ଡ
ରାଷ୍ଟ୍ରୀୟ ମୁଖପାତ୍ର ତଥା ମିଡ଼ିଆ ପ୍ରଭାରୀ: ବିଜେପି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1970-12-02) ୨ ଡିସେମ୍ବର ୧୯୭୦ (ବୟସ ୫୫)
ପଉରି ଗରୱାଲ, ଉତ୍ତରାଖଣ୍ଡ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଦୀପ୍ତି ଜୋଶୀ
ସନ୍ତାନ୨ (ଗୋଟିଏ ପୁଅ ଓ ଗୋଟିଏ ଝିଅ)
ଘରକାଠଗୋଦାମ, ଉତ୍ତରାଖଣ୍ଡ
ଶିକ୍ଷାବି.କମ୍
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ପେଷାସମାଜସେବୀ, ରାଜନେତା

ଅନିଲ ବଲୁନି (ଜନ୍ମ: ୨ ଡିସେମ୍ବର ୧୯୭୦) ଜଣେ ଭାରତୀୟ ରାଜନେତା । ସେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ତଥା ଦଳର ମୁଖ୍ୟ ପ୍ରବକ୍ତା ଓ ରାଷ୍ଟ୍ରୀୟ ଗଣମାଧ୍ୟମ ପ୍ରଭାରୀ ଭାବରେ କାର୍ଯ୍ୟରତ । ସେ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ଗରୱାଲ ଆସନରୁ ୧୮ଶ ଲୋକ ସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ସେ ୨୦୧୮ରୁ ୨୦୨୪ ଯାଏଁ ଉତ୍ତରାଖଣ୍ଡରୁ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୦ ମାର୍ଚ୍ଚ ୨୦୧୮ରେ, ବିଜେପି ପକ୍ଷରୁ ତାଙ୍କୁ ଉତ୍ତରାଖଣ୍ଡରୁ ରାଜ୍ୟ ସଭା ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଥିଲା ।[୧][୨][୩] ସେ ଉତ୍ତରାଖଣ୍ଡର ପଉରି ଗରୱାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ସରକାରୀ ବାସଭବନ ନୈନିତାଲ ଓ ନୂଆଦିଲ୍ଲୀରେ ଅବସ୍ଥିତ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଦୀପ୍ତି ଜୋଶୀଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ତଥା ଗଙ୍ଗା ନାମରେ ଗୋଟିଏ ଝିଅ ଅଛନ୍ତି ।

କାର୍ଯ୍ୟଭାର

[ସମ୍ପାଦନା]
ବର୍ଷ ବିବରଣୀ
୨୦୧୮–୨୦୨୪ ଉତ୍ତରାଖଣ୍ଡରୁ ରାଜ୍ୟ ସଭାକୁ ନିର୍ବାଚିତ
  • ସଦସ୍ୟ – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କମିଟି (୨୦୧୮–୧୯)
  • ସଦସ୍ୟ – ପରିବେଶ ଓ ଜଙ୍ଗଲ କମିଟି (୨୦୧୮–୧୯)
  • ସଦସ୍ୟ – ଏମ୍ସ ଋଷିକେଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (୨୦୧୯–ଏବେଯାଏଁ)
  • ସଦସ୍ୟ – ରାଜଘାଟ ସମାଧି କମିଟି, ନଗର ଉନ୍ନୟନ ମନ୍ତ୍ରଣାଳୟ (୨୦୧୯–ଏବେଯାଏଁ)
  • ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର
୨୦୨୪–ଏବେଯାଏଁ ଗରୱାଲ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ
  1. ↑ "Speculation ends as BJP names Anil Baluni for RS seat from Uttarakhand". Hindustan Times (in ଇଂରାଜୀ). 2018-03-11. Retrieved 2018-03-12.
  2. ↑ "The Man Who Could Be King if BJP Wins Uttarakhand". News18. Retrieved 2018-03-12.
  3. ↑ My Neta