Jump to content

ଅନିତା ରତ୍ନମ୍‌

ଉଇକିପିଡ଼ିଆ‌ରୁ
ଅନିତା ରତ୍ନମ
Ratnam, 2012 in Cologne
ଜନ୍ମ (1954-05-21) ୨୧ ମଇ ୧୯୫୪ (ବୟସ ୭୧)
ଶିକ୍ଷାKalakshetra
ବୃତ୍ତିସମୂହ
  • dancer
  • choreographer
  • actress
ପ୍ରସିଦ୍ଧିDirector, Arangham Interactive, Chennai
ୱେବସାଇଟwww.anitaratnam.com

ଅନିତା ରତ୍ନମ (ଜନ୍ମ: ୨୧ ମେ ୧୯୫୪) ଜଣେ ଭାରତୀୟ ପାରମ୍ପରିକ ଓ ସମକାଳୀନ ନୃତ୍ୟଶିଳ୍ପୀ ଏବଂ ନୃତ୍ୟନିର୍ଦ୍ଦେଶକା। ସେ ଭରତନାଟ୍ୟମ୍‌ରେ ପାରମ୍ପରିକ ଶିକ୍ଷା ଗ୍ରହଣ କରିଥିବା ସହିତ କଥକଲି, ମୋହିନୀଆଟ୍ଟମ୍‌, ତାଇଚି ଓ କଳାରିପୟଟ୍ଟୁରେ ମଧ୍ୟ ପ୍ରଶିକ୍ଷଣ ପାଇଥିଲେ। ଏହାର ଆଧାରରେ ସେ “ନିଓ ଭାରତମ୍” ନାମକ ଏକ ନୃତ୍ୟ ଶୈଳୀ ଉଦ୍ଭାବନ କରିଥିଲେ।[][]

ଶିକ୍ଷା ଓ ପ୍ରଶିକ୍ଷଣ

[ସମ୍ପାଦନା]

ଅନିତା ରତ୍ନମ୍ ତାଙ୍କ ପ୍ରାରମ୍ଭିକ ନୃତ୍ୟ ପ୍ରଶିକ୍ଷଣ ଭାରତନାଟ୍ୟମ୍ ଗୁରୁ ଅଡ୍ୟାର କେ. ଲକ୍ଷ୍ମଣଙ୍କ ନିକଟରୁ ଗ୍ରହଣ କରିଥିଲେ । ପରେ ସେ ରୁକ୍ମିଣୀ ଦେବୀ ଅରୁଣ୍ଡେଲଙ୍କ ‘କଳାକ୍ଷେତ୍ର’ରେ ଉଚ୍ଚ ପ୍ରଶିକ୍ଷଣ ପାଇଁ ଯୋଗଦେଇ ନୃତ୍ୟରେ ସ୍ନାତକୋତ୍ତର ଡିପ୍ଲୋମା ଅର୍ଜନ କରିଥିଲେ। ସେ ଭାରତନାଟ୍ୟମ୍ ସହିତ କେରଳର ପାରମ୍ପରିକ ନୃତ୍ୟ କଥକଳି ଓ ମୋହିନୀଆଟ୍ଟମ୍‌ରେ ମଧ୍ୟ ପ୍ରଶିକ୍ଷିତ ଥିଲେ।[]

କାର୍ଯ୍ୟଜୀବନ

[ସମ୍ପାଦନା]

ଅନିତା ରତ୍ନମ୍ ନ୍ୟୁ ଅର୍ଲିଅନ୍ସ ବିଶ୍ୱବିଦ୍ୟାଳୟରୁ ଥିଏଟର ଓ ଟେଲିଭିଜନରେ ଏମ୍‌.ଏ. ଡିଗ୍ରୀ ହାସଲ କରିଥିଲେ ଏବଂ ପରବର୍ତ୍ତୀ ଦଶ ବର୍ଷ ଯୁକ୍ତରାଷ୍ଟ୍ରରେ ଟେଲିଭିଜନ ଉତ୍ପାଦିକା ଓ ସମାଲୋଚକା ଭାବେ କାମ କରିଥିଲେ। ସେ ଭାରତର କଳା, ଭ୍ରମଣ ଓ ସଂସ୍କୃତି ଉପରେ ସାପ୍ତାହିକ କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରସ୍ତୁତିରେ ଜଡିତ ଥିଲେ। ୧୯୯୨ ମସିହାରେ ସେ ଚେନ୍ନାଇରେ ‘ଅରଙ୍ଗମ୍ ଟ୍ରଷ୍ଟ’ ସ୍ଥାପନା କରିଥିଲେ ଏବଂ ୧୯୯୩ ମସିହାରେ ‘ଅରଙ୍ଗମ୍ ଡାନ୍ସ ଥିଏଟର’ ନାମକ ଏକ ପ୍ରଦର୍ଶନୀ ସଂସ୍ଥା ଆରମ୍ଭ କରିଥିଲେ।[]

ସେ କିଛି ତାମିଲ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି, ଯେପରିକି “କଣ୍ଡୁକୋଣ୍ଡେନ୍ କଣ୍ଡୁକୋଣ୍ଡେନ୍” (2000) ଏବଂ “ବୋୟସ୍” (୨୦୦୩)।

ନୃତ୍ୟ ସଂଯୋଜନା

[ସମ୍ପାଦନା]
  • “ଏ ମ୍ୟାପ୍ ଟୁ ଦ ନେକ୍ସ୍ଟ ୱର୍ଲ୍ଡ” (1997), ନେଟିଭ୍ ଆମେରିକୀୟ କବି ଜୟ ହାର୍ଜୋଙ୍କ ସହିତ
  • “ଇନର ୱର୍ଲ୍ଡ” (1998), ମିନିଆପୋଲିସ୍‌ର ପାଞ୍ଜିଆ ୱର୍ଲ୍ଡ ଥିଏଟର ସହିତ
  • “ଡ଼ଟର୍ସ ଅଫ୍ ଦ ଓସିଆନ୍” (1999), ଲେଖିକା ଶୋଭିତା ପୁଞ୍ଜାଙ୍କ ସହିତ
  • “ଡ଼ଷ୍ଟ” (2002), ପିଟସବର୍ଗ୍‌ର ଡାନ୍ସ ଏଲଏାୟର୍‌ର ମାର୍କ ଟେଲରଙ୍କ ସହିତ
  • “ହାଇଫେନେଟେଡ୍” (2002), ଟୋରଣ୍ଟୋର ଲତା ପଦା ପାଇଁ
  • “ସେଭେନ୍ ଗ୍ରେସେସ୍” (2005), କାନାଡା ଭିତ୍ତିକ ହରି କୃଷ୍ଣନଙ୍କ ସହିତ
  • “ଭର୍ଟେକ୍ସଟ୍” (2006), କାନାଡୀୟ ନୃତ୍ୟଶିଳ୍ପୀ ପିଟର ଚିନଙ୍କ ସହିତ
  • “MA3KA” (2009)

ପୁରସ୍କାର

[ସମ୍ପାଦନା]

ଅନିତା ରତ୍ନମ୍ ଭାରତ ଓ ବିଦେଶରେ ପରିବେଷଣ କଳାରେ ତାଙ୍କ ଅବଦାନ ପାଇଁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ସେଗୁଡିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି :

ସଙ୍ଗୀତ ନାଟକ ଅକାଦେମି ପୁରସ୍କାର (୨୦୧୬) — ସମକାଳୀନ ନୃତ୍ୟ ପାଇଁ।[]

  1. "The Hindu : Music Season / Dance : Stirs the intellect". www.hindu.com. Retrieved 2026-02-15.
  2. hysvm. "The Hindu : Metro Plus Hyderabad / Personality : Dance diva waltzes on". www.hinduonnet.com. Archived from the original on 2010-01-05. Retrieved 2026-02-15.
  3. "ANITA RATNAM". webindia123.com. Retrieved 16 February 2026.
  4. Kothari, Sunil (2003). New directions in Indian dance. Marg Publications on behalf of the National Centre for the Performing Arts. p. 186.
  5. "ANITA R RATNAM" (PDF). web.archive.org. Archived from the original on 28 June 2022. Retrieved 16 February 2026.{{cite web}}: CS1 maint: bot: original URL status unknown (link)