ଅନିତା ମାର୍କସ୍
ଅନିତା ସୁସାନ୍ ମାର୍କସ୍ (ଜନ୍ମ ୨୯ ଏପ୍ରିଲ୍, ୧୯୭୦)[୧][୨] ଜଣେ ରେଡିଓ ବ୍ୟକ୍ତିତ୍ୱ, ଫୁଟବଲ୍ ସାଇଡ୍ଲାଇନ୍ ରିପୋର୍ଟର ଏବଂ ପୂର୍ବତନ ମହିଳା ବୃତ୍ତିଗତ ଫୁଟବଲ୍ ଖେଳାଳି ଅଟନ୍ତି।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅନିତା ଫ୍ଲୋରିଡାର ଦକ୍ଷିଣ ଡେଡ୍ କାଉଣ୍ଟିରେ ବଢ଼ିଥିଲେ । ମାର୍କସ୍ ୧୯୮୮ ମସିହାରେ ମିଆମି ସନସେଟ୍ ସିନିୟର ହାଇସ୍କୁଲରୁ ସ୍ନାତକ ହାସଲ କରିଥିଲେ।
ଖେଳ ଜୀବନ
[ସମ୍ପାଦନା]ତା'ପରେ ସେ ଦକ୍ଷିଣ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ , ଯେଉଁଠାରେ ସେ ଚାରି ବର୍ଷ ପାଇଁ କଲେଜିଏଟ୍ ଫ୍ଲାଗ୍ ଫୁଟବଲରେ ଅଂଶଗ୍ରହଣ କରିଥିଲେ। ଅନିତା ୧୯୯୨ ମସିହାରେ ଯୋଗାଯୋଗ ଡିଗ୍ରୀ ହାସଲ କରିଥିଲେ।[୩]
ମାର୍କସ୍ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ମହିଳା ବୃତ୍ତିଗତ ଫୁଟବଲ୍ ଖେଳିଥିଲେ, ସେହି ସମୟର ଅଧିକାଂଶ ସମୟ ମିଆମି ଫ୍ୟୁରି ପାଇଁ ଖେଳିଥିଲେ ଏବଂ ଫ୍ଲୋରିଡା ଷ୍ଟିଙ୍ଗରେଜ୍ ସହିତ ତାଙ୍କର ଶେଷ ସିଜନରେ WPFL ଚାମ୍ପିଅନସିପରେ ଖେଳିଥିଲେ ।
ମାର୍କସ୍ ୨୦୦୨ ମସିହାରେ ଜଣେ ବୃତ୍ତିଗତ ଫୁଟବଲ୍ ଖେଳାଳି ଭାବରେ ତାଙ୍କ କ୍ୟାରିୟର ସମୟରେ ପ୍ଲେବୟ ପାଇଁ ପୋଜ୍ ଦେଇଥିଲେ[୪]
ପ୍ରସାରଣ ଜୀବନ
[ସମ୍ପାଦନା]ଅନିତା ବାଲ୍ଟିମୋରରେ ୧୦୫.୭ ଦି ଫ୍ୟାନ୍ ରେ ସ୍ପୋର୍ଟସ୍ ଟକ୍ ରେଡିଓର ପୂର୍ବତନ ହୋଷ୍ଟ ଥିଲେ। ସେ MASN -TV ରେ ମଧ୍ୟ ସିମୁଲକାଷ୍ଟ ହୋଇଥିବା ଏକ ଶୋ’ର ସହ-ହୋଷ୍ଟ କରିଥିଲେ। ସେ MASN ରେ "ଫଣ୍ଟାସି ବ୍ଲିଟ୍ଜ" ନାମକ ତାଙ୍କର ନିଜର ଫ୍ୟାଣ୍ଟାସି ଫୁଟବଲ୍ ଶୋ’ର ହୋଷ୍ଟ କରିଥିଲେ ଏବଂ ଭର୍ସସରେ ପ୍ରସାରିତ ୟୁନାଇଟେଡ୍ ଫୁଟବଲ୍ ଲିଗ୍ ପାଇଁ ଏକ ସାଇଡ୍ଲାଇନ୍ ରିପୋର୍ଟର ଥିଲେ। ମାର୍କସ୍ ଅନ୍ୟ ସୁଯୋଗ ଖୋଜିବା ପାଇଁ ଜାନୁଆରୀ ୨୫, ୨୦୧୦ ରେ CBS ରେଡିଓ ବାଲ୍ଟିମୋର ଛାଡିଥିଲେ ।
ଅନିତା ନ୍ୟୁୟର୍କ ଜାଏଣ୍ଟସ ବ୍ରଡକାଷ୍ଟ ଦଳରେ କାମ କରିଥିଲେ: MSG ନେଟୱାର୍କ , WWOR-TV My9, ଏବଂ Verizon Fios ରେ ଶୋ ହୋଷ୍ଟ କରୁଥିଲେ , ଏବଂ ନ୍ୟୁୟର୍କର WFAN ସ୍ପୋର୍ଟସ୍ ରେଡିଓରେ ପ୍ରି- ଏବଂ ପୋଷ୍ଟଗେମ୍ ମଧ୍ୟ କରୁଥିଲେ। ସେ SiriusXM ଏବଂ NBC ସ୍ପୋର୍ଟସ୍ ରେଡିଓରେ ମଧ୍ୟ ଶୋ ହୋଷ୍ଟ କରୁଥିଲେ ଏବଂ ବ୍ଲୁମବର୍ଗ ସ୍ପୋର୍ଟସ୍ ପାଇଁ ଜଣେ ଫ୍ୟାଣ୍ଟାସି ଫୁଟବଲ୍ ବିଶ୍ଳେଷକ ଥିଲେ । ସେ ବର୍ତ୍ତମାନ ESPN ନ୍ୟୁୟର୍କ ପାଇଁ ଜଣେ ଅପଡେଟ୍ ଆଙ୍କର ଏବଂ ଫିଲ୍-ଇନ୍ ଟକ୍ ଶୋ ହୋଷ୍ଟ କରନ୍ତି । ସେ ପ୍ରତି ରବିବାର ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ "ସଣ୍ଡେ ଫଣ୍ଡେ" ନାମକ ଏକ ଶୋ ହୋଷ୍ଟ କରନ୍ତି।
ଆଧାର
[ସମ୍ପାଦନା]- ↑ Instagram Post of Anita Marks
- ↑ Tweet of Anita Marks
- ↑ "Anita Marks". Archived from the original on 2006-07-20. Retrieved 2022-06-11.
{{cite web}}: CS1 maint: unfit URL (link) - ↑ "Remembering The Jewish Playmates Of Hugh Hefner – The Forward". 28 September 2017.