ଅନିତା ପ୍ରତାପ
ଅନିତା ପ୍ରତାପ | |
|---|---|
| ଜନ୍ମ | ୨୩ ଡିସେମ୍ବର ୧୯୫୮ Kottayam, Kerala, India |
| ବୃତ୍ତି(ସମୂହ) | Journalist, writer |
| ବୈବାହିକ-ସାଥୀ(s) | Pratap Chandran (divorced) Arne Roy Walther (1999–present) |
| ସନ୍ତାନ | Zubin (son) |
| ୱେବସାଇଟ | www |
ଅନିତା ପ୍ରତାପ (ଜନ୍ମ: ୨୩ ଡିସେମ୍ବର ୧୯୫୮) ଜଣେ ଭାରତୀୟ ଲେଖିକା ଏବଂ ସାମ୍ବାଦିକା।[୧][୨][୩] ୧୯୮୩ ମସିହାରେ ସେ LTTE ମୁଖ୍ୟ ଭେଲୁପିଲାଇ ପ୍ରଭାକରନଙ୍କ ସହ ସାକ୍ଷାତ୍କାର କରିଥିବା ପ୍ରଥମ ସାମ୍ବାଦିକା ଥିଲେ। ସେ କାବୁଲରେ ତାଲିବାନଙ୍କ ଦଖଳ ସମ୍ପର୍କିତ ତାଙ୍କ ଟେଲିଭିଜନ ସାମ୍ବାଦିକତା ପାଇଁ ଟିଭି ରିପୋର୍ଟିଂରେ George Polk Award ଜିତିଥିଲେ।[୧] ସେ CNNର ଭାରତ ବ୍ୟୁରୋ ମୁଖ୍ୟ ଭାବେ କାମ କରିଥିଲେ।[୪] ସେ ଶ୍ରୀଲଙ୍କାକୁ ଆଧାର କରି Island of Blood ନାମକ ପୁସ୍ତକ ରଚନା କରିଛନ୍ତି।[୧] ୨୦୧୩ ମସିହାରେ ସେ କେରଳ କଳା କେନ୍ଦ୍ରମ (ଯାହା କେରଳ ସଙ୍ଗୀତ ନାଟକ ଏକାଡେମୀ ସହ ସଂପୃକ୍ତ) ପକ୍ଷରୁ ଶ୍ରୀରତ୍ନ ଗ୍ଲୋବାଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ।[୫] ୨୦୧୪ ଲୋକସଭା ନିର୍ବାଚନରେ ସେ କେରଳର ଏର୍ଣ୍ଣାକୁଲମ ଆସନରୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଭାବେ ନାମାଙ୍କିତ ହୋଇଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପ୍ରତାପ କେରଳର କୋଟ୍ଟାୟମରେ ଏକ ସିରୋ-ମାଲାବାର କାଥୋଲିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଟାଟା ଗୃପର ଏକ ଉଦ୍ୟୋଗରେ କାର୍ଯ୍ୟରତ ଥିଲେ ଏବଂ ଭାରତର ବିଭିନ୍ନ ସ୍ଥାନରେ ପୋଷ୍ଟିଂ ହୋଇଥିଲେ, ଯାହାଦ୍ଵାରା ସମଗ୍ର ପରିବାର ସହ ତାଙ୍କୁ ସହ ବଦଳି ହେଉଥିବା ସ୍ଥାନକୁ ଯିବାକୁ ହେଉଥିଲା। ଶିଶୁକାଳରେ ପ୍ରତାପ ୧୧ ବର୍ଷରେ ସାତଟି ବିଦ୍ୟାଳୟ ପରିବର୍ତ୍ତନ କରିଥିଲେ। ସେ କଲିକତାର ଏକ Loreto Schoolରୁ Senior Cambridge ପାସ୍ କରିଥିଲେ ଏବଂ ୧୯୭୮ ମସିହାରେ ନୂଆଦିଲ୍ଲୀର Miranda Houseରୁ ଇଂରାଜୀରେ ବି.ଏ. ଡିଗ୍ରୀ ଲାଭ କରିଥିଲେ ।[୬] ପରେ ସେ ବାଙ୍ଗାଲୋର ବିଶ୍ଵବିଦ୍ୟାଳୟରୁ ସାମ୍ବାଦିକତାରେ ଡିପ୍ଲୋମା ଲାଭ କରିଥିଲେ।
କାର୍ଯ୍ୟଜୀବନ
[ସମ୍ପାଦନା]ସାମ୍ବାଦିକତାରେ ଡିପ୍ଲୋମା ସମାପ୍ତ ପରେ ପ୍ରତାପଙ୍କୁ ସେତେବେଳେ ଦ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକ ଅରୁଣ ସୌରୀ ଦିଲ୍ଲୀରେ ନିଯୁକ୍ତ କରିଥିଲେ। ପରେ ସେ ବେଙ୍ଗାଲୁରୁକୁ ପିତାମାତାଙ୍କ ସହ ରହିବା ପାଇଁ ଯାଇଥିଲେ ଏବଂ କିଛି ସମୟ ପରେ ସଣ୍ଡେ ମାଗାଜିନରେ ଯୋଗ ଦେଇଥିଲେ। ତାଙ୍କ ସାମ୍ବାଦିକତା ଆଗ୍ରହ ମୁଖ୍ୟତଃ ଆନ୍ତର୍ଜାତୀୟ ରାଜନୀତି ଥିଲା, ଯାହା ତାଙ୍କୁ ଶ୍ରୀଲଙ୍କାର ଜାତିଗତ ସଂଘର୍ଷ ଅଞ୍ଚଳକୁ ନେଇଯାଇଥିଲା। ସେ ଅସଲି ତଥ୍ୟ ସଂଗ୍ରହ ପାଇଁ ଅନେକ ସ୍ଥାନକୁ ଯାଇଥିଲେ। ୧୯୮୩ ମସିହାରେ ସେ LTTEର ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରଣଙ୍କ ସହ ସାକ୍ଷାତ୍କାର କରିଥିଲେ ।[୧] ଏହା ପ୍ରଭାକରଣଙ୍କ ପ୍ରଥମ ବିଶ୍ୱସ୍ତରୀୟ ସାକ୍ଷାତ୍କାର ଥିଲା, ଯେଉଁଠାରେ ସେ LTTE ସ୍ଥାପନାର ଦର୍ଶନ, ସରକାର ଉପରେ ନିର୍ଭର ନକରି ସ୍ୱୟଂ ପଦକ୍ଷେପ ନେବା ଏବଂ ତାଙ୍କ ଆଗାମୀ ଯୋଜନା ବିଷୟରେ କଥାହେବା କରିଥିଲେ। ଏହା ଦ୍ୱାରା ଅନିତା ଆନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇଥିଲେ। ସେ ଶ୍ରୀଲଙ୍କାରେ କାମ ଜାରି ରଖିଥିଲେ ଏବଂ ୨୦୦୩ ମସିହାରେ ତାଙ୍କ ଅନୁଭବ ଆଧାରିତ ପ୍ରଥମ ପୁସ୍ତକ Island of Blood ପ୍ରକାଶ କରିଥିଲେ।[୧]
ପ୍ରତାପ ଇଣ୍ଡିଆ ଟୁଡେରେ କାମ କରିଥିଲେ ଏବଂ ପରେ ଆଠ ବର୍ଷ ପର୍ଯ୍ୟନ୍ତ Time ପତ୍ରିକାର ସଂବାଦଦାତା ଥିଲେ।[୭] ୧୯୯୩ ମସିହାରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ବିସ୍ଫୋରଣ ପରେ ସେ Time ପତ୍ରିକା ପାଇଁ ବାଲ ଠାକରେଙ୍କ ସାକ୍ଷାତ୍କାର କରିଥିଲେ; ସେ ସେତେବେଳେ ମହାରାଷ୍ଟ୍ରର ପ୍ରମୁଖ ବିରୋଧୀ ଦଳ ଶିବ ସେନାର ମୁଖ୍ୟ ଥିଲେ। ୧୯୯୬ ମସିହାରେ ସେ CNNରେ ଯୋଗ ଦେଇ ଟେଲିଭିଜନ ସାମ୍ବାଦିକତାରେ ପ୍ରବେଶ କରିଥିଲେ। ସେ କିଛି ସମୟ ପାଇଁ ଆଟଲାଣ୍ଟା ଏବଂ ବ୍ୟାଙ୍କକ୍ ବ୍ୟୁରୋରେ କାମ କରିଥିଲେ। ପରେ ସେ କାବୁଲରେ ତାଲିବାନଙ୍କ ଦଖଳ ସମ୍ବନ୍ଧୀୟ ସମ୍ବାଦ କଭର୍ କରିଥିଲେ, ଯାହା ପାଇଁ ସେ George Polk Awardରେ ସମ୍ମାନିତ ହୋଇଥିଲେ।
ପ୍ରିଣ୍ଟ ମାଧ୍ୟମରୁ ଟେଲିଭିଜନକୁ ପରିବର୍ତ୍ତନ କରି ପ୍ରତାପ ସାମାଜିକ ସମସ୍ୟା ଏବଂ କଳାକୁ ଆଧାର କରି ବିଭିନ୍ନ ଡକ୍ୟୁମେଣ୍ଟାରୀ ତିଆରି କରିଥିଲେ। Light Up the Sky ଡକ୍ୟୁମେଣ୍ଟାରୀରେ ସେ ବିଦ୍ରୋହପୀଡ଼ିତ ମିଜୋରାମରୁ ଏକ ଗଣତାନ୍ତ୍ରିକ ରାଜ୍ୟରେ ପରିଣତିକୁ ପ୍ରଦର୍ଶନ କରିଥିଲେ। Orphans of an Ancient Civilizationରେ ଶିଳ୍ପୀମାନଙ୍କ ଦୁରବସ୍ଥା ଉଲ୍ଲେଖ କରିଥିଲେ ଏବଂ When The Soul Glows ଲୋକନୃତ୍ୟ ପରମ୍ପରାକୁ ଡକ୍ୟୁମେଣ୍ଟ କରିଥିଲା। The Shabash Hallelujah ନାଗା ରେଜିମେଣ୍ଟ ଉପରେ ଏକ ଡକ୍ୟୁମେଣ୍ଟାରୀ ଥିଲା। ବେଙ୍ଗାଲୁରୁ-ଆଧାରିତ ଫଟୋଗ୍ରାଫର୍ ମହେଶ ଭଟ୍ଟଙ୍କ ସହ ସହଲେଖନ କରି ସେ ୨୦୦୭ ମସିହାରେ ତାଙ୍କ ଦ୍ୱିତୀୟ ପୁସ୍ତକ Unsung ପ୍ରକାଶ କରିଥିଲେ, ଯେଉଁଥିରେ ସମାଜକୁ ସେବା କରିଥିବା ନଅଜଣ ସାଧାରଣ ଭାରତୀୟଙ୍କ କାହାଣୀ ରହିଛି।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- 1 2 3 4 5 "'Together we rise'". The Hindu (in Indian English). 2013-03-06. ISSN 0971-751X. Retrieved 2026-02-15.
- ↑ Krishna, Sankaran (1999). Postcolonial Insecurities: India, Sri Lanka, and the Question of Nationhood (in ଇଂରାଜୀ). U of Minnesota Press. ISBN 978-1-4529-0387-3.
- ↑ Chapman, Professor Graham P. (2012-11-28). The Geopolitics of South Asia: From Early Empires to the Nuclear Age (in ଇଂରାଜୀ). Ashgate Publishing, Ltd. ISBN 978-1-4094-8807-1.
- ↑ Menon, Bindu (1999-11-22). "Former CNN bureau chief in New Delhi Anita Pratap weds Norwegian envoy Arne Walther". India Today (in ଇଂରାଜୀ). Retrieved 2026-02-22.
- ↑ "Shreeratna global award for Anita Pratap". archive.ph. Archived from the original on 29 June 2013. Retrieved 22 February 2026.
- ↑ "Profile". www.mirandahouse.ac.in. Retrieved 2026-02-22.
- ↑ "EelamWeb� - Interviews -". www.eelamweb.com. Retrieved 2026-02-22.
{{cite web}}: replacement character in|title=at position 9 (help) - ↑ "Past Winners | Long Island University". www.liu.edu. Retrieved 2026-02-22.
- 1 2 "New York State Writers Institute - Anita Pratap". www.albany.edu. Retrieved 2026-02-22.
- ↑ www.karmaveerawards.com http://www.karmaveerawards.com/year-2010-11-next2.php. Retrieved 2026-02-22.
{{cite web}}: Missing or empty|title=(help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |