Jump to content

ଅନିତା ପଣ୍ଡା

ଉଇକିପିଡ଼ିଆ‌ରୁ

ଅନିତା ପଣ୍ଡା (ଜନ୍ମ: ୨୦ ଜୁନ ୧୯୪୯) ଜଣେ ଭାରତୀୟ ଚିକିତ୍ସିକା ଓଡ଼ିଆ-ଭାଷୀ ଲେଖିକା । ଅତି କମ୍ ବୟସରୁ ଲେଖାଲେଖିରେ ସକ୍ରିୟ ଅନୀତାଙ୍କର ବହୁ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

୧୯୪୯ ମସିହାରେ ସେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥିତ ତଳିହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆଦିକନ୍ଦ ପଣ୍ଡା ଓ ସେ ମଧ୍ୟ ଜଣେ ଡାକ୍ତର ଏବଂ ମାତାଙ୍କ ନାମ ଭାନୁ ଦେବୀ । ସେ ଆଦିକନ୍ଦ ପଣ୍ଡାଙ୍କୁ ବିବାହ କରିଥିଲେ ଏବଂ ଆଦିକନ୍ଦ ଜଣେ ଡାକ୍ତର । ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା MBBS, MD, FAMS, FICS, FICO, FIMAAMS, MRCO (London) । ବୃତ୍ତିରେ ଜଣେ ଡାକ୍ତର ଭାବେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟ କରିଥିଲେ ।

ସାହିତ୍ୟ ରଚନା

[ସମ୍ପାଦନା]
  • ୧୦ ବର୍ଷ ବୟସରେ ପ୍ରଥମ କବିତା ଲିଖିତ ଓ ପ୍ରକାଶିତ ।
  • ୧୧ ବର୍ଷ ବୟସରେ ପ୍ରଥମ କ୍ଷୁଦ୍ର ଗଳ୍ପ ଲିଖିତ ଓ ପ୍ରକାଶିତ ।
  • ୧୫ ବର୍ଷ ବୟସରେ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ।
  • ୧୬ ବର୍ଷ ବୟସରେ ପ୍ରଥମ ନାଟକ ଲିଖିତ ଓ ଦ୍ବିତୀୟ ସ୍ଥାନ ହାସଲ ।
  • ୧୮ ବର୍ଷ ବୟସରେ ରାଜ୍ୟସ୍ତରୀୟ ଯୁବ ଲେଖକ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ।
  • ୨୦ ବର୍ଷ ବୟସରେ ପ୍ରଥମ ଉପନ୍ୟାସ ଅସମାପ୍ତ ଲିଖିତ ଓ ଅପ୍ରକାଶିତ ।
  • ୨୧ ବର୍ଷ ବୟସରେ ପତ୍ରିକାରେ ପ୍ରଥମ ସାକ୍ଷାତକାର ।

ରଚନାବଳୀ

[ସମ୍ପାଦନା]

ଉପନ୍ୟାସ

[ସମ୍ପାଦନା]
  • ପ୍ରତାରଣା ପରେ ୨୦୧୪
  • ଘୂର୍ଣ୍ଣ ପ୍ରତୀତି ୨୦୧୫
  • ଅସ୍ତରାଗିଣୀ ୨୦୧୭
  • ପରିଧି ୨୦୧୮
  • ପ୍ରଥିତ ପ୍ରତୀତି ୨୦୧୯
  • ଦିହୁଡ଼ି ୨୦୨୦
  • କୈଶୋର୍ଯ୍ଯ କସ୍ତୁରୀ ୨୦୨୧
  • ମଧୁ ମାଳତୀ ୨୦୨୨
  • ବନ୍ଦ କୋଠରି ଭିତରେ ୨୦୨୨

କବିତା

[ସମ୍ପାଦନା]
  • ଆଷାଢ଼ସ୍ୟ ପ୍ରଥମ ଦିବସେ ୧୯୯୬
  • ଗୋପଲୀଳା (ଗୀତି କବିତା ଓ ଭଜନ) ୧୯୯୬
  • ସ୍ମୃତି ଏକ ଅନୁରକ୍ତି ୨୦୧୩
  • ପ୍ରଣୟ, ପ୍ରଣେୟ, ପ୍ରମିତି ୨୦୧୪
  • ପ୍ରତିଲେଖ ୨୦୧୪
  • ଅନନ୍ୟ ସ୍ବର ୨୦୧୭
  • ମୁଁ ଏକ ୨୦୧୮
  • କତିପୟ ଏକପଦୀ ୨୦୨୨
  • ଶତାବ୍ଦୀର ରୂପ ୨୦୨୨

କ୍ଷୁଦ୍ରଗଳ୍ପ

[ସମ୍ପାଦନା]
  • ଶିଖା ଲିଭିଛି ୧୯୯୬
  • ଦି' ଟୋପା ଲୁହ ୧୯୯୭
  • ଲେଖନୀ ୨୦୧୪
  • ଭିନ୍ନରୂପ ୨୦୧୮
  • ଅଗ୍ନି ଜ୍ୟୋତ୍ସ୍ନା ୨୦୧୯
  • ହୃଦୟ ସୁନା ମନ ଅରଣା ୨୦୨୦
  • ଗଳ୍ପ ସମୂହ
  • ପୁଚ୍ଛଲ ତାରା ୧୯୯୬
  • ନାଟକ ପସରାରେ ସଂସ୍କୃତି ୧୯୯୬
  • ମୁକ୍ତ ଆକାଶ ୨୦୧୫

ଅନ୍ୟାନ୍ୟ

[ସମ୍ପାଦନା]
  • Where there is will ୨୦୧୭
  • Efforts do not die ୨୦୨୦
  • ତୋଟାରୁ ତଟାଗ ୨୦୨୧
  • କଲମରେ କରୋନା ୨୦୨୧
  • ସାଉଁଟା ମୋତି ୨୦୨୨
  • ସ୍ମୃତି ନୈବେଦ୍ୟ ୨୦୨୨
  • ବିଗତ ଅପରାହ୍ନ ୨୦୨୨
  • ଚେନାଏ ଅନୁଭୂତି ୨୦୨୨

ସମ୍ପାଦନା

[ସମ୍ପାଦନା]
  • ଉପହାର ୨୦୨୧
  • ଅମୃତ ସନ୍ଧାନୀ ମନୋଜ ୨୦୨୧
  • ଆମ ଜୀବନରେ କବି ରମାକାନ୍ତ ୨୦୨୨
  • ଅମୃତ ଆହ୍ବାନ ବାପୁ ୨୦୨୨
  • ପ୍ରେରଣା ଉତ୍ସ (ଦ୍ରୌପଦୀ ମୁର୍ମୂ)

ଅନୁବାଦ (ହିନ୍ଦୀ)

[ସମ୍ପାଦନା]
  • ଲୁଟ୍ କେ ବାଦ୍ ଭୀ ୨୦୨୧
  • ତିସରା ଜନମ ୨୦୨୨
  • ମନ କା ସ୍ବର

ସମ୍ମାନ

[ସମ୍ପାଦନା]
  • ନାଟକ ଲେଖିକା ସମ୍ମାନ ପତ୍ର ୧୯୮୬, ୧୯୯୦, ୧୯୯୫, ୧୯୯୮, ୨୦୧୦, ୨୦୧୧, ୨୦୧୨, ୨୦୧୪
  • ଆଶ୍ରୟ ସମ୍ମାନ ୨୦୧୨
  • ଇଣ୍ଟେଲେକ୍ଟ ସମ୍ମାନ ୨୦୧୩
  • ଗୋଧୂଳି ସମ୍ମାନ
  • କୁନ୍ତଳା କୁମାରୀ ସାବତ ସମ୍ମାନ - ଜଗନ୍ନାଥ ପରିଷଦ ୨୦୧୬
  • ଓଡ଼ିଶା ଲେଖିକା ସଂସଦ ଉମାଦେବୀ ସମ୍ମାନ ୨୦୧୮
  • ଶ୍ବେତ ସଂକେତ ବହୁମୂଖୀ ପ୍ରତିଭା ସମ୍ମାନ ୨୦୧୮
  • ଅଲ୍ ଇଣ୍ଡିଆ ପୋଏଟେସ୍ ସମ୍ମାନ ୨୦୧୮
  • ସ୍ମୃତି ସାନ୍ତ୍ବନା ସମ୍ମାନ ୨୦୧୯
  • ସାରଳା ସଂସଦ ସମ୍ମାନ ୨୦୨୦
  • କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୧
  • ଅଲ୍ ଇଣ୍ଡିଆ ପୋଏଟେସ୍ - ଜୀବନ ବ୍ୟାପି ସାହିତ୍ୟ ସମ୍ମାନ ୨୦୨୨