Jump to content

ଅନନ୍ତା

ଉଇକିପିଡ଼ିଆ‌ରୁ
ଅନନ୍ତା
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକନବୀନ ଭଣ୍ଡାରୀ
ସୂରଜ ମୋହନଟ
ଅର୍ଚ୍ଚିତା ସାହୁ
ସଂଳାପରଜନୀରଞ୍ଜନ
ମୂଳ ଆଧାରରାଣ୍ଡିପୁଅ ଅନନ୍ତା
କଳାକାରସବ୍ୟସାଚୀ ମିଶ୍ର
ସୂର୍ଯ୍ୟମୟୀ ମହାପାତ୍ର
କୁନା ତ୍ରିପାଠୀ
ପୃଥ୍ୱୀରାଜ ନାୟକ
ତାପସ ସରଘରିଆ
ଜ୍ୟୋତିର୍ମୟୀ ପଣ୍ଡା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣହୁଏଣ୍ଟସଙ୍ଗ ମହାପାତ୍ର
ସମ୍ପାଦକକୁମାର ମହାପାତ୍ର
ଲମ୍ବୋଦର ଟକ୍ରି
Production
company
ଆମର ଷ୍ଟୁଡିଓ
ଶିବାଂଶ ପ୍ରଡ଼କ୍ସନ
ସବ୍ୟସାଚୀ ଫିଲ୍ମସ୍
ବିତରକରାଜଶ୍ରୀ ଫିଲ୍ମସ୍
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ଅନନ୍ତା ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ, ସୂରଜ ମୋହନଟ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଯାହାକି ମିଳିତ ଭାବରେ ଆମର ଷ୍ଟୁଡିଓ, ଶିବାଂଶ ପ୍ରଡ଼କ୍ସନ ଓ ସବ୍ୟସାଚୀ ଫିଲ୍ମସ୍ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ଫକୀରମୋହନ ସେନାପତିଙ୍କର କ୍ଷୁଦ୍ରଗଳ୍ପ ରାଣ୍ଡିପୁଅ ଅନନ୍ତା ଉପରେ ଆଧାରିତ ଏବଂ ରଜନୀ ରଞ୍ଜନ ଏହାର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ସୂର୍ଯ୍ୟମୟୀ ମହାପାତ୍ର । କୁନା ତ୍ରିପାଠୀ, ପୃଥ୍ୱୀରାଜ ନାୟକ, ତାପସ ସରଘରିଆ, ଜ୍ୟୋତିର୍ମୟୀ ପଣ୍ଡା, ସୁଶୀଳା ନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କଥାଚିତ୍ରଟି ୧୨ ଜୁନ ୨୦୨୫ରେ, ରଜ ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି କୌଣସି କଟ୍ ବିନା ସେନ୍ସର୍ ବୋର୍ଡ଼ ଦ୍ୱାରା 'ୟୁ' ସାର୍ଟିଫିକେଟ୍ ପାଇଥିଲା ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]
ଅନନ୍ତା
କଥାଚିତ୍ର ଗୀତ by
ଅଭିଜିତ ମଜୁମଦାର
ଶୈଳୀକଥାଚିତ୍ର ଗୀତ
ଭାଷାଓଡ଼ିଆ
ନାମଆମର ମ୍ୟୁଜିକ୍
ପ୍ରଯୋଜକନବୀନ ଭଣ୍ଡାରୀ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହାର ଗୀତଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, କରୁଣାକର ସେଠୀ, ସଞ୍ଜୁ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ, ସୁବାଶିଷ ମହାକୁଡ଼, ଜେମ୍ସ, ଅନୁସୟା ନାଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[]

କ୍ରମଗୀତକବିଗାୟକସମୟ
1."ଅନନ୍ତା"ନିର୍ମଳ ନାୟକସୁବାଶିଷ ମହାକୁଡ଼, ଜେମ୍ସ, ସଞ୍ଜୁ ମହାନ୍ତି03:29
2."ମଲ୍ଲୀ ଢପ"ନିର୍ମଳ ନାୟକଶ୍ରୀଚରଣ ମହାନ୍ତି, କରୁଣାକର ସେଠୀ, ସଞ୍ଜୁ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ03:10
3."ନୀଳମଣି"ନିର୍ମଳ ନାୟକଅନୁସୟା ନାଥ04:43

ବିବାଦ

[ସମ୍ପାଦନା]

ଏହି କଥାଚିତ୍ରଟି ନିର୍ମାଣ ଚାଲିଥିବାବେଳେ ଏହାର ଶୀର୍ଷକକୁ ଅଭିନେତା ମନୋଜ ମିଶ୍ର ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଅନେକ ବିରୋଧ ହେବା ସହିତ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଥିଲା ।[] ସେ ବ୍ୟାସକବି ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପ ରାଣ୍ଡିପୁଅ ଅନନ୍ତାକୁ କଟାକ୍ଷ କରିବା ସହିତ ବ୍ୟାସକବି ଲେଖା କପି କରିଥିବା କଥା ମଧ୍ୟ କହିଥିଲେ ।[] ଏହି ବିବାଦ ପରେ, କଥାଚିତ୍ରଟିର ଶୀର୍ଷକ "ରାଣ୍ଡିପୁଅ ଅନନ୍ତା"ରୁ ଅନନ୍ତାକୁ ପରିବର୍ତ୍ତନ କରାଯାଇଥିଲା ।[]

  1. Bharat, E. T. V. (2025-06-03). "ସବ୍ୟସାଚୀଙ୍କ ଫିଲ୍ମ 'ଅନନ୍ତା'କୁ ମିଳିଲା 'U' ସାର୍ଟିଫିକେଟ, ଏହି ଦିନ ପରଦାକୁ ଆସିବ". ETV Bharat News. Archived from the original on 2025-06-04. Retrieved 2025-06-04.
  2. Halim, Shaikh (2025-05-19). "'ଅନନ୍ତା'ର ସିନେମା ହଲ୍ ପ୍ରଚାର..." Sambad. Archived from the original on 2025-06-04. Retrieved 2025-06-04.
  3. Bharat, E. T. V. (2025-05-30). "ଓଡ଼ିଆ ଫିଲ୍ମ 'ଅନନ୍ତା' ଗୀତ 'ମଲ୍ଲୀ ଢପ' ରିଲିଜ, ରୋମାନ୍ସ ସହ ଦେଶୀ ତଡକା ଲଗାଇଲେ ସବ୍ୟସାଚୀ-ସୂର୍ଯ୍ୟମୟୀ". ETV Bharat News. Archived from the original on 2025-06-04. Retrieved 2025-06-04.
  4. Behera, Gunanidhi (2024-11-17). "'ରାଣ୍ଡୀପୁଅ ଅନନ୍ତା' ଲେଖାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନୋଜ ମିଶ୍ରଙ୍କୁ ସବୁଆଡ଼େ ନିନ୍ଦା -" (in ଆମେରିକୀୟ ଇଂରାଜୀ). Archived from the original on 2025-06-04. Retrieved 2025-06-04.
  5. Ojha, Sibasankar (2024-11-18). "'ରାଣ୍ଡୀପୁଅ ଅନନ୍ତା'କୁ ନେଇ ମନ୍ତବ୍ୟ: କ୍ଷମାପ୍ରାର୍ଥନା କଲେ ମନୋଜ ମିଶ୍ର". Sambad. Archived from the original on 2025-06-04. Retrieved 2025-06-04.
  6. Sethy, Rajesh (2025-05-18). "ବଦଳିଲା ସିନେମାର ନାଁ". Kanak. Archived from the original on 2025-06-04. Retrieved 2025-06-04.

ବାହାର ଆଧାର

[ସମ୍ପାଦନା]