ଅଦ୍ୱୈତ ଗଡ଼ନାୟକ

ଉଇକିପିଡ଼ିଆ‌ରୁ
(ଅଦ୍ବୈତ ଗଡ଼ନାୟକରୁ ଲେଉଟି ଆସିଛି)
ଅଦ୍ୱୈତ ଗଡ଼ନାୟକ
ଜନ୍ମ (1963-04-24) ୨୪ ଅପ୍ରେଲ ୧୯୬୩ (ବୟସ ୬୦)
ନେଉଳପୋଇ, ଢେଙ୍କାନାଳ
ଶିକ୍ଷାନୁଷ୍ଠାନବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ
ବୃତ୍ତିଭାସ୍କର୍ଯ୍ୟ ଶିଳ୍ପୀ
ବୈବାହିକ-ସାଥୀନିବେଦିତା ମିଶ୍ର
ସନ୍ତାନସୋହମ, ସାତ୍ତ୍ୱିକ
ପୁରସ୍କାରଜାତୀୟ ଲଳିତ କଳା ଏକାଡେମୀ ପୁରସ୍କାର

ଅଦ୍ୱୈତ ଗଡ଼ନାୟକ (ଜନ୍ମ ୨୪ ଅପ୍ରେଲ ୧୯୬୩)[୧] ଜାତୀୟ ଲଳିତ କଳା ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ । ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଗ୍ୟାଲେରି ଅଫ ମର୍ଡ଼ର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । ଏହି ପଦବି ଅଧିକାର କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟରୁ ସେ ସର୍ବକନିଷ୍ଠ ଓ ପ୍ରଥମ ଓଡ଼ିଆ ।[୨]

ଜୀବନୀ[ସମ୍ପାଦନା]

ଅଦ୍ୱୈତ, ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା ତାଙ୍କୁ ନଦାଗଡ଼ ପଥର ବୋଲି ଡାକୁଥିଲେ । ଏହି ନଦାଗଡ଼ ପଥର ସମ୍ବୋଦନ ତାଙ୍କୁ ପଥର ଖୋଜିବା ଓ ଗଢିବାକୁ ପ୍ରେରିତ କରିଥିଲା । ସେ ଢେଙ୍କାନାଳର ବି.ବି. ହାଇସ୍କୁଲ, ଆଠଗଡ଼ ମହାବିଦ୍ୟାଳୟ ଓ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଦିଲ୍ଲୀଲଣ୍ଡନରେ ଲଳିତ କଳାରେ ଅଧିକ ଶିକ୍ଷାଲାଭ କରିଛନ୍ତି । ୨୦୧୬ ମସିହା ନଭେମ୍ବର ମାସରେ ନ୍ୟାସନାଲ ଗ୍ୟାଲେରି ଅଫ ମର୍ଡ଼ର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ପଦବୀ ମଣ୍ଡନ କରିବା[୩] ପୂର୍ବରୁ ଗଡ଼ନାୟକ, ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ।[୪] ସେଠାରେ ସେ ଏକ ସ୍କଲପଚର ଉଦ୍ୟାନ ପ୍ରତିଷ୍ଠା କରିବାରେ ମଧ୍ୟ ସକ୍ଷମ ହୋଇଥିଲେ ।[୫] ୨୦୧୪ମସିହାରେ ସେ ବିଜେପି ଓଡ଼ିଶା ଶାଖାର କଳା ଓ ସଂସ୍କୃତି ବିଭାଗର ଆବାହକ ଭାବରେ ମନୋନୀତ ମଧ୍ୟ ହୋଇଥିଲେ ।

କଳାକୃତି[ସମ୍ପାଦନା]

  • ରାଜଘାଟର ଦାଣ୍ଡି ମାର୍ଚ୍ଚ ସ୍ଥାପତ୍ୟ, ନୂଆଦିଲ୍ଲୀ
  • ଆତ୍ମା, ସ୍କଟଲାଣ୍ଡ
  • ପ୍ରାର୍ଥନା, ଡେନମାର୍କ
  • ଇମ୍ପ୍ରେସନ, ଶ୍ରୀଲଙ୍କା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଜାତୀୟ ଲଳିତ କଳା ଏକାଡେମୀ ସମ୍ମାନ - ୧୯୯୩
  • ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ - ୧୯୯୯
  • ସ୍କଟିଶ ଇଣ୍ଟରନାସନାଲ ସ୍କଲପଚର ସମ୍ମାନ[୬]

ଆଧାର[ସମ୍ପାଦନା]

  1. ପଣ୍ଡା, ହରିହର (17 December 2016). "ଭାରତୀୟ ଦର୍ଶନ ଆଧାରରେ ଚାରୁକଳା ପାଠ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ". ନିତିଦିନ. Archived from the original on 15 December 2018. Retrieved 9 January 2017.
  2. http://economictimes.indiatimes.com/news/politics-and-nation/adwaita-gadanayak-to-head-national-gallery-of-modern-art/articleshow/53835698.cms
  3. https://thewire.in/84019/delhi-ngma-funds/
  4. "ଆର୍କାଇଭ୍ କପି". Archived from the original on 2017-04-24. Retrieved 2017-01-09. {{cite web}}: Cite has empty unknown parameter: |1= (help)
  5. https://www.telegraphindia.com/1100715/jsp/orissa/story_12671189.jsp
  6. ସମ୍ବାଦ ରବିବାର ୦୮/୦୧/୨୦୧୭ ପୃଷ୍ଠା ୬ http://www.sambadepaper.com/Details.aspx?id=320563&boxid=213040141. Retrieved 9 January 2017. {{cite news}}: Missing or empty |title= (help)[permanent dead link]