ଅତୁଲ ଚନ୍ଦ୍ର ପ୍ରଧାନ
ଅତୁଲ ଚନ୍ଦ୍ର ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଫୁଲବଣୀ ଗ୍ରାମ, ଭୋଗରାଇ, ବାଲେଶ୍ବର | ୨୯ ସେପ୍ଟେମ୍ବର ୧୯୪୫
ମୃତ୍ୟୁ | ୨୩ ଅଗଷ୍ଟ ୨୦୨୦ | (ବୟସ ୭୪)
ବୃତ୍ତି | ଲେଖକ, ଅଧ୍ୟାପକ, ଐତିହାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଏକ ଉତ୍ତର ଆଧୁନିକ ଆତ୍ମଜୀବନୀ |
ଅତୁଲ ଚନ୍ଦ୍ର ପ୍ରଧାନ (ଜନ୍ମ: ୨୯ ସେପ୍ଟେମ୍ବର ୧୯୪୫) ଜଣେ ଓଡ଼ିଆ ଶିକ୍ଷାବିତ୍, ଐତିହାସିକ ଓ ଅଧ୍ୟାପକ । ସେ ନିଜ ଇତିହାସ ଗବେଷଣା ପାଇଁ ସୁପରିଚିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଅତୁଲ ଚନ୍ଦ୍ର ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅନ୍ତର୍ଗତ ଫୁଲବଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଳେଶ୍ବର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ, ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ, ଉତ୍କଳ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର (୧୯୮୩) ଡିଗ୍ରୀ ଲାଭ କରି ଭୁବନେଶ୍ବର ରିଜିଓନାଲ କଲେଜରେ ସାମାଜିକ ବିଜ୍ଞାନର ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କଲେ । ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କିଛି ଦିନ ଇତିହାସ ବିଭାଗରେ ମୁଖ୍ୟ ଭାବେ କାର୍ଯ୍ୟ କରି ଶେଷରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଫେରି ଆସିଲେ ଏବଂ ଅବସର ନେବା ପର୍ଯ୍ୟନ୍ତ ସେହିଠାରେ ହିଁ ଅଧ୍ୟାପନା କରିଥିଲେ । ଅତୁଲ ଚନ୍ଦ୍ର ନିଜକୁ କେବଳ ଶିକ୍ଷାଦାନରେ ସୀମିତ ନରଖି ବିବାଦୀୟ ଐତିହାସିକ ବିଷୟବସ୍ତୁ ଉପରେ ଗବେଷଣା ଆରମ୍ଭ କଲେ । ପରବର୍ତ୍ତୀ ସମୟରେ ସେସବୁ ଗବେଷଣାଲବ୍ଧ ତଥ୍ୟ ସମୂହ ଇଂରାଜୀ ପୁସ୍ତକ ଆକାରରେ ପ୍ରକାଶ ପାଇ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ପାଠ୍ୟପୁସ୍ତକ ଭାବେ ଗୃହୀତ ହୋଇଥିଲା । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଶାରେ ସମ୍ବାଦପତ୍ର ଓ ସାମ୍ବାଦିକତା, ବ୍ରିଟିଶଙ୍କ କାର୍ପାସ ବସ୍ତ୍ର ବେପାର ଓ ଓଡ଼ିଶାରେ କାର୍ପାସ୍ ଶଳ୍ପର ଅବକ୍ଷୟ ଆଦି ପ୍ରବନ୍ଧମାନ [[ଭାରତୀ]] ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କ ରଚିତ ଅର୍ଦ୍ଧଶତାଧିକ ଗବେଷଣାତ୍ମକ ସଂଦର୍ଭ ସହ ଅନେକ ପୁସ୍ତକ ପ୍ରକାଶ ପାଇ ଇତିହାସ ଗବେଷଣାରେ ନୂତନତ୍ବର ସୂତ୍ରପାତ କରାଇଛି ।[୧][୨]
ରଚନାବଳୀ
[ସମ୍ପାଦନା]ଓଡ଼ିଆ
[ସମ୍ପାଦନା]- ଓଡ଼ିଶା ଇତିହାସ
- ଆଧୁନିକ ବିଶ୍ବ ଇତିହାସ
- ଇଉରୋପ ଇତିହାସ
- ବଞ୍ଚିବାର କଳା[୩]
- ସ୍ବରାଜ୍ୟ ସନ୍ଧାନ
ଇଂରାଜୀ
[ସମ୍ପାଦନା]- Dimention of Odishan Historiography
- A Study of History of Orissa[୪][୫]
- Resurgent Odisha
- The Emergence of the Depressed Classes
- Let's Build a New India
- Sidelights on Freedom Struggle in Orissa
- Glimpses of Modern India History
- Historiography of Shudras, Caste System and Untouchability and other essays
- India in the Nineteenth Century Socio Cultural Trend
- Why to Happiness in Success
- People's movements in Orissa during the colonial era[୬]
ଆଧାର
[ସମ୍ପାଦନା]- ↑ https://biblio.ub.uni-heidelberg.de/odisha/Record/KXP-PPN1093820640
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬. ISBN 81-903352-1-9.
- ↑ "ଆର୍କାଇଭ୍ କପି". Archived from the original on 2025-01-27. Retrieved 2024-12-26.
{{cite web}}
: Cite has empty unknown parameter:|1=
(help) - ↑ https://books.google.co.in/books/about/A_Study_of_History_of_Orissa.html?id=aG_2GgAACAAJ&redir_esc=y
- ↑ https://odishamagazines.com/study-of-history-of-orissa-a/
- ↑ https://openlibrary.org/books/OL945537M/People%27s_movements_in_Orissa_during_the_colonial_era