ଅତିସକ୍ରିୟ ମୂତ୍ରାଶୟ

ଉଇକିପିଡ଼ିଆ‌ରୁ
ଅତିସକ୍ରିୟ ମୂତ୍ରାଶୟ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିurology[*]
ଆଇସିଡ଼ି-୧୦N32.8, N39.4
ଆଇସିଡ଼ି-୯-ସିଏମ୍596.51, 788.31
ରୋଗ ଡାଟାବେସ3612
ମେଡ଼ିସିନ-ପ୍ଲସ001270
MeSHD053202 D053201, D053202

ଅତିସକ୍ରିୟ ମୂତ୍ରାଶୟ ବା ଓଏବି ବା ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Overactive bladder ବା OAB ବା overactive bladder syndrome), ଏକ ବେମାରୀ ଯେଉଁଥିରେ ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୁଏ ଓ ଜୀବନ‌ଧାରାର ପରିବର୍ତ୍ତନ ହୁଏ ।[୧] ଦିନରେ, ରାତିରେ ବା ଯେ କୌଣସି ସମୟରେ ଏହି ପରିସ୍ରା କରିବା ଇଚ୍ଛା ହୁଏ ।[୨] ଇନ‌କଣ୍ଟିନେନ୍‌ସ ବା ନିୟନ୍ତ୍ରଣ ବିହୀନ ପରିସ୍ରା ହେଲେ ତାହାକୁ ଅର୍ଜ ଇନ‌କଣ୍ଟିନେନ୍‌ସ ନାମିତ କରାଯାଏ ।[୩] ଅତିସକ୍ରିୟ ମୂତ୍ରାଶୟ ଥିବା ଲୋକଙ୍କ ମଧ୍ୟରୁ ୪୦ % ଲୋକଙ୍କର ନିୟନ୍ତ୍ରଣ ବିହୀନ ପରିସ୍ରା ହୁଏ ।[୪] ଅନ୍ୟପକ୍ଷରେ ନିୟନ୍ତ୍ରଣ ବିହୀନ ପରିସ୍ରା ହେଉଥିବା ଲୋକଙ୍କ ମଧ୍ୟରୁ ୪୦ରୁ ୭୦ % ଲୋକଙ୍କର ଅତିସକ୍ରିୟ ମୂତ୍ରାଶୟ ଥାଏ ।[୫] ଏହି ରୋଗ ମରଣାନ୍ତକ ନୁହେଁ । ବର୍ଷ ବର୍ଷ ଧରି ବ‌ହୁତ ଲୋକଙ୍କର ଏହି ରୋଗ ଥାଏ ।[୩]

ଅତିସକ୍ରିୟ ମୂତ୍ରାଶୟ ରୋଗର କାରଣ ଜଣାଯାଇନାହିଁ ।[୩] ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ:- ମୋଟାପଣ, କେଫିନ ସେବନ ଓ କୋଷ୍ଠକାଠିନ୍ୟ[୪] କମ୍ ଡାଏବେଟିସ ନିୟନ୍ତ୍ରଣ, ଦୈନ‌ନ୍ଦିନ ଚଳପ୍ରଚଳ ଅଭାବ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଏହି ରୋଗକୁ ଖରାପ କରିଦେଇପାରେ । ବ‌ହୁତ ଦିନ ରୋଗ ହେବାପରେ ଲୋକମାନେ ପରାମର୍ଶ ନିମନ୍ତେ ଯାଆନ୍ତି ଓ ବେଳେ ବେଳେ ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପ୍ରଥମେ ଚିହ୍ନଟ କରନ୍ତି ।[୩] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ମୂତ୍ରନଳୀ ସଂକ୍ରମଣ ବା ସ୍ନାୟବିକ ମୂତ୍ରାଶୟ ବେମାରୀ ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ପରୀକ୍ଷା କରିବାକୁ ପଡ଼େ ।[୧][୩] ପ୍ରତ୍ୟେକ ଥର ପରିସ୍ରା କଲାବେଳେ ଅଳ୍ପ ପରିସ୍ରା ହୁଏ । ପରିସ୍ରା କଲାବେଳେ ଯଦି କଷ୍ଟ ହୁଏ ତାହା ହେଲେ ଅନ୍ୟ କୌଣସି ରୋଗ ଥିବା ସମ୍ଭାବନା ଥାଇପାରେ ।[୩]

ନିର୍ଦ୍ଦିଷ୍ଟ ଚିକିତ୍ସା ସବୁବେଳେ ଆବଶ୍ୟକ ହୁଏ ନାହିଁ ।[୩] ପେଲଭିକ ଫ୍ଲୋର ବ୍ୟାୟାମ, ମୂତ୍ରାଶୟ ତାଲିମ ଓ ବ୍ୟବ‌ହାରିକ ତାଲିମ ଦିଆଯାଏ ।[୬] ମୋଟାପା ଥିଲେ ଓଜନ ହ୍ରାସ କରିବା, କେଫିନ ଖାଇବା କମେଇବା, ତରଳ ପଦାର୍ଥ ଅଧିକ ପିଇବା ଇତ୍ୟାଦି ଉପକାରୀ ସାବ୍ୟସ୍ତ ହୁଏ । ଅନ୍ୟ କୌଣସି ଉପଚାର ଉପକାରୀ ନ ହେଲେ ଆଣ୍ଟିମସ୍କାରିନ ଭଳି ଔଷଧ ଦିଆଯାଇପାରେ । ଏହି ଔଷଧ ଅନ୍ୟ ବ୍ୟବ‌ହାରିକ ଉପଚାର ଅପେକ୍ଷା ଅଧିକ ଉପକାର ଦିଏନି, ଅନ୍ୟ ପକ୍ଷରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ।[୬][୭] ମୂତ୍ରାଶୟରେରେ ବୋଟୁଲିନମ ଟକ୍ସିନ ଇଞ୍ଜେକସନ ଦେବା ଆଉ ଏକ ଚିକିତ୍ସା । ସାଧାରଣତଃ ପରିସ୍ରା ନଳୀ ବା ଅପରେସନ ନିମନ୍ତେ ଉପଦେଶ ଦିଆଯାଏ ନାହିଁ । ଡାଏରିରେ ଚିକିତ୍ସା ପ୍ରଣାଳୀ ଲେଖିଲେ କେଉଁଟି ଉପକାରୀ ବା ଉପକାରୀ ନୁହେଁ ଜଣାପଡ଼େ ।[୬]

ଅତିସକ୍ରିୟ ମୂତ୍ରାଶୟ ରୋଗ ଆକଳନ ଅନୁସାରେ ୭-୨୭ % ପୁରୁଷଙ୍କୁ ଓ ୯-୪୩ % ମହିଳାଙ୍କୁ ହୁଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଧିକ ହୁଏ । କେତେକ ଅନୁଶୀଳନରୁ ଦେଖାଯାଏ ଏହା ମହିଳାଙ୍କୁ ଅଧିକ ହୁଏ ବିଶଷତଃ ମୂତ୍ରାଶୟ ନିୟନ୍ତ୍ରଣ ନ ଥିବା ସମୟରେ ।[୩] ସନ ୨୦୦୦ରେ ଆମେରିକାରେ ଏହା ନିମନ୍ତେ ୧୨.୬ ବିଲିଅନ ଆମେରିକିୟ ଡଲାର ଓ ୪.୨ ୟୁରୋ ଖର୍ଚ୍ଚ ହୋଇଥିଲା ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ Gormley, EA; Lightner, DJ; Faraday, M; Vasavada, SP (May 2015). "Diagnosis and Treatment of Overactive Bladder (Non-Neurogenic) in Adults: AUA/SUFU Guideline Amendment". The Journal of urology. 193 (5): 1572–80. PMID 25623739.
  2. "Urinary Bladder, Overactive". Retrieved 1 June 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ American Urological Association (2014). "Diagnosis and Treatment of Overactive Bladder (Non-Neurogenic) in Adults: AUA/SUFU Guideline" (PDF). Archived from the original (PDF) on 26 April 2015. Retrieved 1 June 2015.
  4. ୪.୦ ୪.୧ Gibbs, Ronald S. (2008). Danforth's obstetrics and gynecology (10 ed.). Philadelphia: Lippincott Williams & Wilkins. pp. 890–891. ISBN 9780781769372.
  5. Ghosh, Amit K. (2008). Mayo Clinic internal medicine concise textbook. Rochester, MN: Mayo Clinic Scientific Press. p. 339. ISBN 9781420067514.
  6. ୬.୦ ୬.୧ ୬.୨ Gormley, EA; Lightner, DJ; Burgio, KL; Chai, TC; Clemens, JQ; Culkin, DJ; Das, AK; Foster HE, Jr; Scarpero, HM; Tessier, CD; Vasavada, SP; American Urological, Association; Society of Urodynamics, Female Pelvic Medicine & Urogenital, Reconstruction (December 2012). "Diagnosis and treatment of overactive bladder (non-neurogenic) in adults: AUA/SUFU guideline". The Journal of urology. 188 (6 Suppl): 2455–63. PMID 23098785.
  7. Ruxton, K; Woodman, RJ; Mangoni, AA (2 March 2015). "Drugs with anticholinergic effects and cognitive impairment, falls and all-cause mortality in older adults: A systematic review and meta-analysis". British journal of clinical pharmacology. PMID 25735839.
  8. Abrams, Paul (2011). Overactive bladder syndrome and urinary incontinence. Oxford: Oxford University Press. pp. 7–8. ISBN 9780199599394.