ଅଞ୍ଜୁମ ମୋଦଗିଲ୍

ଉଇକିପିଡ଼ିଆ‌ରୁ
ଅଞ୍ଜୁମ ମୋଦଗିଲ୍
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1994-01-05) ୫ ଜାନୁଆରୀ ୧୯୯୪ (ବୟସ ୩୦)
ଚଣ୍ଡୀଗଡ଼, ଭାରତ
Sport
ଦେଶ ଭାରତ
କ୍ରୀଡ଼ାସୁଟିଂ
Medal record
Women's shooting
Competitor for  ଭାରତ
Commonwealth Shooting Championships
Silver 2017 Brisbane 10 m air rifle
Bronze 2017 Brisbane 50 m rifle prone
ISSF World Cup
Silver 2018 Guadalajara 50 m rifle 3 positions
Commonwealth Games
Silver 2018 Gold Coast 50 m rifle 3 positions

ଅଞ୍ଜୁମ ମୋଦଗିଲ୍ ଜଣେ ଭାରତୀୟ ଖେଳ ସୁଟର୍ । ସେ ଚଣ୍ଡୀଗଡ଼ ବାସିନ୍ଦା ଓ ପଞ୍ଜାବକୁ ପ୍ରତିନିଧିତ୍ୱ କରନ୍ତି । ସେ ବର୍ତ୍ତମାନ ଖେଳ ମନୋବିଜ୍ଞାନରେ ସ୍ନାତ୍ତକୋତ୍ତର କରୁଛନ୍ତି । ସେ ମଧ୍ୟ ଜଣେ ଚିତ୍ରକର ।[୧][୨][୩][୪][୫]. ସେ ରାହୁଳ ଦ୍ରାବିଡ ଆଥଲେଟ୍ ସଦସ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଗୋ ସ୍ପୋର୍ଟସ୍ କାର୍ଯ୍ୟକ୍ରମଦ୍ୱାରା ସମର୍ଥିତ ହେଉଛନ୍ତି ।

ଆଦ୍ୟ ଜୀବନ[ସମ୍ପାଦନା]

ଅଞ୍ଜୁମ ଚଣ୍ଡୀଗଡ଼ ବାସିନ୍ଦା । ସେ ୨୦୦୯ରେ ବନ୍ଧୁକଚାଳନାକୁ ପେଶା ଭାବେ ଗ୍ରହଣ କରିଥିଲେ ।

ସଫଳତା[ସମ୍ପାଦନା]

୨୦୧୮ର ପ୍ରଥମାର୍ଦ୍ଧରେ, ସେ ମେକ୍ସିକୋରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍‌ରେ ସେ ନିଲିଂରେ ୧୫୧.୯ ପଏଣ୍ଟ୍ ଓ ପ୍ରୋନ୍‌ରେ ୧୫୭.୧ ପଏଣ୍ଟ୍ ସ‌ହ ମୋଟରେ ୪୫୫.୭ ପଏଣ୍ଟ୍ ସ‌ହ ରୌପ୍ୟ ପଦକ ଜିତିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ସେ ରାଜ୍ୟଗୋଷ୍ଠୀ କ୍ରୀଡାର ରେକର୍ଡ ଭାଙ୍ଗିଥିଲେ । ମୋଦଗିଲ୍ ୫୮୯ (ନିଲିଂରେ ୧୯୬, ପ୍ରୋନ୍‌ରେ ୧୯୯ ଓ ଷ୍ଟାଣ୍ଡିଂରେ ୧୯୪) ପଏଣ୍ଟ୍ ପାଇଥିଲେ ।[୬][୨][୨]

  • ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ
  • ୨୦୧୮ ଆଇଏସ୍ଏସ୍ଏଫ୍ ବିଶ୍ୱ କପ୍‌ରେ ରୌପ୍ୟ ପଦକ
  • ୨୦୧୭ ୧୦ ମିଟର୍ ଏୟାର୍ ରାଇଫଲ୍ ସର୍ଦ୍ଦାର୍ ସଜ୍ଜନ ସେଠୀ ମେମୋରିଆଲ୍ ମାଷ୍ଟର୍ସରେ ରୌପ୍ୟ ପଦକ
  • ଏକ ନମ୍ବର ଭାରତୀୟ ମହିଳା ୫୦ ମିଟର୍ ୩ପି
  • ୨୦୧୬ ବିଶ୍ୱକପ୍, ମୁନିଚ୍‌ରେ ୯ମ ସ୍ଥାନ
  • ୨୦୧୬ ବିଶ୍ୱ ବିଶ୍ୱବିଦ୍ୟାଳୟରେ ରୌପ୍ୟ ପଦକ
  • ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ

ଆଧାର[ସମ୍ପାଦନା]

  1. "Shooting World Cup: Anjum Moudgil wins silver in women's Rifle 3 Positions". The Times of India. 9 March 2018. Retrieved 5 April 2018.
  2. ୨.୦ ୨.୧ ୨.୨ "With bullets and paintbrush, shooter Anjum Moudgil finds her range and canvas". Andrew Amsan. Indian Express. 17 March 2018. Retrieved 5 April 2018.
  3. "After shooting silver, Anjum says Haryana,Chandigarh did not back her". Kartik Sood. The Times of India. 10 March 2018. Retrieved 16 April 2018.
  4. "Anjum Moudgil". Gold Coast 2018. Archived from the original on 16 April 2018. Retrieved 16 April 2018.
  5. "CWG 2018: Complete list of India's gold medalist from 21st Commonwealth Games in Gold Coast". Times Now. 15 April 2018. Retrieved 16 April 2018.
  6. PTI (2018-04-13). "CWG 2018: Tejaswini Sawant shoots gold, Anjum Moudgil bags silver as India dominate in shooting". www.livemint.com. Retrieved 2018-04-21. {{cite news}}: Cite has empty unknown parameter: |dead-url= (help)

ବାହ୍ୟ ଆଧାର[ସମ୍ପାଦନା]