ଅଜୟଗଡ ରାଜ୍ୟ
| Ajaigarh State अजैगढ रियासत | |||||
| Princely State of British India | |||||
| |||||
|
Flag | |||||
| History | |||||
| • | Established | 1765 | |||
| • | Independence of India | 1949 | |||
ଅଜୟଗଡ ରାଜ୍ୟ, ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ମଧ୍ୟ ପ୍ରଦେଶର ଅଜୟଗଡଠାରେ ଥିଲା । ଏହି ରାଜ୍ୟ 1785 ମସିହାରେ ସ୍ଥାପିତ ହେଇଥିଲା ।
ଅଜୟଗଡର ଶେଷ ଶାସକ ଏହାକୁ 1950 ମସିହା ଜାନୁଆରୀ 1 ତାରିଖରେ ଭାରତୀୟ ରାଜା ସଂଘକୁ ସମାରୋପଣ କାଲେ । [୧]
ଇତିହାସ
[ସମ୍ପାଦନା]ଅଜୟଗଡ ଜଣେ ବୁନ୍ଦେଲା ରାଜପୁତ ଗୁମାନ ସିଂହଙ୍କଦ୍ୱାରା 1765 ମସିହାରେ ସ୍ଥାପିତ ହେଇଥିଲା । ସେ ଜଇତପୁର ରାଜ୍ୟର ଶାସକ ରାଜା ପାହାଡ ସିଂହଙ୍କ ପୁତୁରା ଥିଲେ । ଅଜୟଗଡକୁ ବ୍ରିଟିଶମାନେ ଅକ୍ତିଆର କଳା ପରେ ଏହାକୁ 1909 ମସିହାରେ ଏକ କରଦ ରାଜକୀୟ ରାଜ୍ୟ କରି ବୁନ୍ଦେଳଖଣ୍ଡ ଏଜଣେ୍ସି ଅଧୀନରେ ରଖିଲେ । ଏହାର ଆୟତନ 1997 ବର୍ଗ କିଲୋମିଟର ଓ ଜନସଂଖ୍ୟା 1909 ଜନଗଣନା ଅନୁସାରେ 78,226 ଥିଲା । ରାଜାଙ୍କ ଉପାଧି ସୱାଇ ମହାରାଜ ଥିଲା । ରାଜ୍ୟର ରାଜସ୍ୱ 15,000 ପାଉଣ୍ଡ ଥିବା ବେଳେ ବ୍ରିଟିଶ ମାନଙ୍କୁ 460 ପାଉଣ୍ଡ କର ଭାବରେ ଦଉଥିଲେ ।ରାଜ୍ୟ ମୁଖ୍ୟ ନୌଗଙ୍ଗ ନାମକ ସହର , ଯାହା ଅଜୟଗଡ ଦୁର୍ଗ[୨]ଥିବା ପାହାଡ ତଳ ଦେଶରେ ଥିଲା । ଏହି ଦୁର୍ଗ ସହରଠାରୁ 800 ଫୁଟ ଉତ୍ଚରେ ଥିଲା । ଏହି ଦୁର୍ଗରେ ଅନେକ ଭଗ୍ନ ମନ୍ଦିର ରହିଛି । ଏହି ପ୍ରାଚୀନ ମନ୍ଦିର ସବୁରେ ଅନେକ ସୂକ୍ଷ୍ମ କ୍ଷୋଦିତ ମୂର୍ତି ରହିଛି । ଅଜୟଗଡ ସହରରେ ମେଲେରିଆ ବହୁଳ ଭାବରେ ବ୍ୟପୁଥିଲା ଓ ଏଠାରେ 1868 -69 ଓ 1896-97ରେ ମରୁଡି ପଡିଥିଲା ।
ଏହି ରାଜ୍ୟ 1950 ଜାନୁୟାରୀ 1ରେ ଭାରତୀୟ ରାଜ୍ୟ ସଂଘ ସହ ମିଳିତ ହେବା ପରେ ଏହାର ଶାସକଙ୍କୁ ବାର୍ଷିକ 74,700 ତାଙ୍କ ପ୍ରିଭି ପର୍ସ ଆକାରରେ ଦିଅ ଯାଉଥିଲା। ତେବେ ଏହା 1971ରେ ଉଚ୍ଛେଦ ହେଇଗଲା । ଅଜୟଗଡ ରାଜ୍ୟ ସେତେବେଳର ବିନ୍ଦ୍ୟପ୍ରଦେଶର ଅଂଶ ହେଇ ରହିଲା । ପରେ 1956 ମସିହାରେ ବିନ୍ଦ୍ୟପ୍ରଦେଶ ମଧ୍ୟ ପ୍ରଦେଶ ସହିତ ମିଳିତ ହେଇଗଲା ।
ଅଜୟଗଡର ଶାସକ ମାନେ
[ସମ୍ପାଦନା] ମହାରାଜାଧିରାଜ ଛତ୍ରସାଲ : 1649-1731
(founder Ruler of many Kingdoms)
___________________________|______________________________
Hirdeshah ଜଗତରାଜ Bhartichandra
(Panna) (Jaitpur) (Jaso)
____________________________|______________________________
Vir Singh କିରାତ ସିଂ Pahar Singh(1758–1765)
____________________________|______________________________
Khuman Singh ଗୁମାନ ସିଂହ (1765–1792) Durg Singh
(Charkari) (Banda)(No issues) |
|__________________Son of______|
ଭୈଖଟ ସିଂହ :b.1792-d.1837
(Founder ruler of Ajaigarh)
|_______________________________
| |
ମାଧୋ ସିଂହ (R.1837-1849) Mahipat Singh(R.1849-1853)
(No male issue) |
|
Ranjore Singh(K.C.I.E)___________ବିଜଯ ସିଂହ (R.1853-1855)
(born 1844 died 1919) (Died early, fell from horse)
|
ପୂଣ୍ୟପ୍ରତାପ ସିଂହ
born 1884-died 1958
|
ଦେବେନ୍ଦ୍ର ବିଜଯ ସିଂହ
born 1913-died 1984 (Privy Purses,titles abolished)
ପୁନଶ୍ଚ ଦେଖଣା
[ସମ୍ପାଦନା]- Bundelkhand Agency
- Vindhya Pradesh
ଆଧାର
[ସମ୍ପାଦନା]
This article incorporates text from a publication now in the public domain: Chisholm, Hugh, ed. (1911). "Ajaigarh". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)public domain: Chisholm, Hugh, ed. (1911). "Ajaigarh". Encyclopædia Britannica (11th ed.). Cambridge University Press.
| This Indian history-related article is a stub. You can help Wikipedia by expanding it. |
