ଅଖିଳ ଭାରତୀୟ ଜନସଂଘ

ଅଖିଳ ଭାରତୀୟ ଜନସଂଘ ଭାରତର ଏକ ପୁରୁଣା ହିନ୍ଦୁବାଦୀ ରାଜନୈତିକ ଦଳ ଅଟେ । ପୂର୍ବରୁ ଏହି ଦଳର ନାମ ଥିଲା ଭାରତୀୟ ଜନସଂଘ । ଏହାର ସ୍ଥାପନା ୨୧ ଅକ୍ଟୋବର ୧୯୫୧ ମସିହାରେ ଦିଲ୍ଲୀରେ କରାଯାଇଥିଲା । ଏହାର ସଂସ୍ଥାପକ ସଦସ୍ୟ ହେଉଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀ ।[୧] ଏହା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଏକ ରାଜନୈତିକ ଶାଖା ବା ହତିଆର ।[୨] ଏହି ପାର୍ଟିର ନିର୍ବାଚନ ଚିହ୍ନ ଥିଲା ଦୀପକ (ପ୍ରଦୀପ) ।
୧୯୫୨ ମସିହାର ସଂସଦୀୟ ନିର୍ବାଚନରେ ଏହି ଦଳ ୩ଟି ଆସନ ଜିତିଥିଲା, ଯେଉଁଥିରେ ଡାକ୍ଟର ମୁଖର୍ଜୀ ସ୍ୱୟଂ ମଧ୍ୟ ନିର୍ବାଚିତ ହୋଇଥିଲେ ।
ଇତିହାସ
[ସମ୍ପାଦନା]ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦ୍ୱାରା ଲାଗୁ ହୋଇଥିବା ଆପାତକାଳ (୧୯୭୫–୧୯୭୬) ପରେ ଜନସଂଘ ସହିତ ଭାରତର କିଛି ପ୍ରମୁଖ ରାଜନୈତିକ ଦଳ ମିଳିତ ହୋଇ ଏକ ନୂତନ ଦଳ ଜନତା ପାର୍ଟି ଗଠନ କରାଯାଇଥିଲା । ଆପାତକାଳ ପୂର୍ବରୁ, ବିହାର ବିଧାନସଭାର ଭାରତୀୟ ଜନସଂଘ ନେତା ଲାଲମୁନି ଚୌବେ, ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସମର୍ଥନ ଦେଇ ବିଧାନସଭା ଆସନରୁ ତ୍ୟାଗପତ୍ର ଦେଇଥିଲେ ।
୧୯୮୦ ମସିହାରେ ଜନତା ପାର୍ଟି ଭାଙ୍ଗିଗଲା । ତାପରେ ଭାରତୀୟ ଜନସଂଘର ଏକ ଗୋଷ୍ଠୀ, ଅଟଲ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ଜନସଂଘରୁ ବିଚ୍ଛିନ୍ନ ହୋଇ, ସମାଜବାଦୀ ଓ ଗାନ୍ଧୀବାଦୀ ଚିନ୍ତାଧାରାର ନେତାମାନଙ୍କ ସହିତ ମିଶି ଭାରତୀୟ ଜନତା ପାର୍ଟି (ଭାଜପା) ଗଠନ କଲେ । ତାହାପରେ, ଭାରତୀୟ ଜନସଂଘର ସ୍ଥାପକ ସଦସ୍ୟ ପ୍ରୋଫେସର ବଲରାଜ ମଧୋକ ନିର୍ବାଚନ ଆୟୋଗରେ ଅଖିଲ ଭାରତୀୟ ଜନସଂଘ ନାମରେ ପୁନଃ ପଞ୍ଜିକରଣ କରି ଜନସଂଘକୁ ପୁନଃ ଜିବିତ କରିଥିଲେ । ସେ ୨୦୧୬ ପର୍ଯ୍ୟନ୍ତ ଅଖିଲ ଭାରତୀୟ ଜନସଂଘର ଜାତୀୟ ଅଧ୍ୟକ୍ଷ ଥିଲେ । ସେମାନଙ୍କର ମୃତ୍ୟୁ ପରେ, ଡା. ଆଚାର୍ଯ୍ୟ ଭାରତଭୂଷଣ ପାଣ୍ଡେୟ ଅଖିଳ ଭାରତୀୟ ଜନସଂଘର ଜାତୀୟ ଅଧ୍ୟକ୍ଷ ହୋଇଛନ୍ତି ।
ଜନସଂଘର ପ୍ରଥମ ସାଧାରଣ ଅଧିବେଶନ ୧୯୫୨ ଡିସେମ୍ବର ମାସରେ କାନପୁରରେ ଆୟୋଜିତ ହୋଇଥିଲା ।[୩]
୧୯୫୩ ମସିହାରେ ମୁଖାର୍ଜୀଙ୍କ ମୃତ୍ୟୁ ପରେ, ଭାରତୀୟ ଜନସଂଘ (BJS) ମଧ୍ୟରେ ଆରଏସଏସ (RSS) କାର୍ଯ୍ୟକର୍ତ୍ତାମାନେ ଅଧିକ ପ୍ରଭାବଶାଳୀ ହେଲେ ଏବଂ ସେହି ସମୟରେ ଜନସଂଘକୁ ଆରଏସଏସର ରାଜନୈତିକ ଶାଖା ଭାବେ ପରିଣତ କରି ଦିଆଯାଇଲା । ଏହା ସଂଘ ପରିବାର (Sangh Parivar) ର ଅଭିନ୍ନ ଅଂଶ ହେଲା । ୧୯୬୭ ମସିହାର ଲୋକସଭା ନିର୍ବାଚନରେ, ଜନସଂଘ ତାହାର ସବୁଠୁ ଶକ୍ତିଶାଳୀ ନିର୍ବାଚନୀ ପ୍ରଦର୍ଶନ କରିଥିଲା । ସେତେବେଳେ ଦଳ ୩୫ଟି ଆସନ ଜିତିଥିଲା । ଜନସଂଘ ଦିଲ୍ଲୀର ସାତଟି ସଂସଦୀୟ ଆସନରୁ ଛଅଟି ଆସନ ଜିତି ନେଇଥିଲା ଏବଂ ପରେ ସେହି ସହରର ମେଟ୍ରୋପୋଲିଟନ କାଉନସିଲ୍ ଓ ମ୍ୟୁନିସିପାଲ୍ କର୍ପୋରେସନ୍ ଉପରେ ନିୟନ୍ତ୍ରଣ ସ୍ଥାପନ କରିଥିଲା ।
ଚିନ୍ତାଧାରା
[ସମ୍ପାଦନା]ଯେତେବେଳେ ଭାରତୀୟ ଜନସଂଘ ଗଠିତ ହେଲା, ସେତେବେଳେ ଏକ ଆଠ-ସୂତ୍ରୀ କାର୍ଯ୍ୟକ୍ରମ (8-point programme) ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ବର୍ଷଗୁଡିକରେ ଦଳର ମୂଳ ଚିନ୍ତାଧାରା ରୂପେ ପରିଣତ ହେଲା । ଅଖିଳ ଭାରତୀୟ ଜନସଂଘର ଦାବିକୃତ ଚିନ୍ତାଧାରା “ଏକାତ୍ମ ମାନବବାଦ”, ପ୍ରଥମେ ୧୯୬୫ ମସିହାରେ ଦୀନଦୟାଳ ଉପାଧ୍ୟାୟ ଦେଇଥିଲେ ।
- ଜନସଂଘର ନେତୃତ୍ୱ ପାକିସ୍ତାନ ଓ ଚୀନ ବିରୋଧରେ ବୈଦେଶିକ ନୀତିର ସମର୍ଥନ କରୁଥିଲେ ଏବଂ ସେମାନେ କମ୍ୟୁନିଜ୍ମ ଓ ସୋଭିଏତ ସଂଘ ପ୍ରତି ବିରୋଧୀ ଥିଲେ ।
- ୧୯୬୦ ଦଶକର ଆରମ୍ଭରେ ଅନେକ ଜନସଂଘ ନେତା ସମଗ୍ର ଦେଶରେ ଗୋ-ହତ୍ୟା ନିଷେଧ ଆନ୍ଦୋଳନ ଆରମ୍ଭ କରିଥିଲେ ।
- ଦଳର ଘୋଷଣାପତ୍ରରେ ଇସ୍ରାଏଲ ସହିତ ସମ୍ପୂର୍ଣ୍ଣ ରାଜନୈତିକ ସମ୍ପର୍କ ସ୍ଥାପନ କରିବାର ଦାବି ମଧ୍ୟ ଥିଲା ।
- ୧୯୬୭ ମସିହାର ଘୋଷଣାପତ୍ରରେ, ଦଳ ଏହା କହିଥିଲା ଯେ ଯଦି ସେମାନେ ସରକାର ଗଢନ୍ତି, ତେବେ ସେମାନେ ସମାନ ନାଗରିକ ସଂହିତା (Uniform Civil Code) ପ୍ରଚଳିତ କରିବେ ।[୪]
ଆଧାର
[ସମ୍ପାଦନା]- ↑ "Bharatiya jan sangh - Enciclopedia". Treccani (in ଇଟାଲୀୟ). Retrieved 2025-10-24.
- ↑ Noorani, Abdul Gafoor Abdul Majeed (2000). The RSS and the BJP: A Division of Labour (in ଇଂରାଜୀ). LeftWord Books. ISBN 978-81-87496-13-7.
- ↑ "Time to remember Jana Sangh's history". latest.sundayguardianlive.com. Archived from the original on 26 August 2025. Retrieved 25 October 2025.
- ↑ "Uniform Civil Code: A core agenda for BJP, UCC's political genesis dates back to Jana Sangh days". The Financial Express (in ଇଂରାଜୀ). 2024-02-08. Retrieved 2025-10-25.