Jump to content

ଅକ୍ଷୟ କୁମାର ରଥ

ଉଇକିପିଡ଼ିଆ‌ରୁ

ଅକ୍ଷୟ କୁମାର ରଥ ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ରଥ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଜାହାନପୁର ଗ୍ରାମରେ ୧୩ ନଭେମ୍ବର ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ କ୍ଷେତ୍ରମୋହନ ରଥ ଏବଂ ମାତା ଶ୍ରୀମତୀ ଗୌରୀ ରଥ । ସେ ୧୯୭୪ ମସିହାରେ ସୋମନାଥ ବିଦ୍ୟାପୀଠ, ଜହାନପୁରରୁ ମାଧ୍ୟମିକ ପରୀକ୍ଷା (HSC) ଉତ୍ତୀର୍ଣ୍ଣ ହୋଇ ୧୯୭୬ ମସିହାରେ ଷ୍ଟୂୱାର୍ଟ ବିଜ୍ଞାନ ମହାବିଦ୍ୟାଳୟ, କଟକରୁ I.Sc. ସମ୍ପୂର୍ଣ୍ଣ କରିଥିଲେ । ୧୯୭୯ ମସିହାରେ ରେଭେନ୍‌ଶା ମହାବିଦ୍ୟାଳୟ, କଟକରୁ ବାଣିଜ୍ୟରେ ସ୍ନାତକ (B.Com.) ଡିଗ୍ରୀ ହାସଲ କରିଥିଲେ । ୧୯୮୨ରେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରୁ LL.B. ଏବଂ ୧୯୮୫ ମସିହାରେ ସେଠାରୁ LL.M. ଡିଗ୍ରୀ ହାସଲ କରିଥିଲେ । ୨୦୦୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ଵାରା ଆଇନରେ "ଭାରତୀୟ ସୁପ୍ରିମ କୋର୍ଟ - ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତା ଅଧୀନରେ ମାନବ ଅଧିକାର ରକ୍ଷକ – ଏକ ସମୀକ୍ଷାତ୍ମକ ଅଧ୍ୟୟନ" ବିଷୟରେ ଡକ୍ଟରେଟ ଉପାଧି ପ୍ରାପ୍ତ ହେଲେ । 12.02.1983 ଓଡିଶା ରାଜ୍ୟ ବାର୍ କାଉନ୍ସିଲରେ ଏକ ଆଇନଜୀବୀ ଭାବେ ନାମ ଲେଖାଇ ପ୍ରଥମେ ଶ୍ରୀ U.N. ସାହୁ, ଓକିଲଙ୍କ ଚେମ୍ବରରେ ଯୋଗଦେଇ ମୁଖ୍ୟତଃ ନିମ୍ନ ଅଦାଲତରେ ଏବଂ ପରେ ଶ୍ରୀ A.S. ନାୟଡୁଙ୍କ ଚେମ୍ବରରେ ଯୋଗଦେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କଲେ । ଓକିଲାତି ଜୀବନରେ ସେ ବିଭିନ୍ନ ବ୍ୟାଙ୍କ ତଥା ବୀମା କମ୍ପାନୀର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । କିଛିଦିନ ସେ ଓଡିଶା ଦେବୋତ୍ତର ପ୍ରତିଷ୍ଠାନର ପ୍ରତିନିଧି ଓକିଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ, IIIT (ଭୁବନେଶ୍ୱର), ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ & NALCO ପାଇଁ ଆଇନ ଉପଦେଷ୍ଟା ଭାବେ କାର୍ୟରତ ଥିଲେ । ୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନ୍ସିଲ (କେନ୍ଦ୍ର) ଭାବେ କାର୍ଯ୍ୟ କରିଥିଲେ । ୧୯୮୯ରୁ ୧୯୯୬ ଅବଧିରେ ସେ ମଧୁସୂଦନ ଆଇନ ମହାବିଦ୍ୟାଳୟ, କଟକରେ ଅଂଶକାଳୀନ ଆଧ୍ୟାପକ ଭାବେ କାର୍ୟରତ ଥିଲେ ।

ପଦୋନ୍ନତି ପାଇ ସେ 20-06-2013ରେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ରୂପେ ନିଯୁକ୍ତ ହୋଇ ଏହି ପଦବୀରେ 13-11-2019 ପର୍ଯ୍ୟନ୍ତ କାର୍ଯ୍ୟ କଲେ ।[]

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-05.
  2. "Three judges to be sworn in at Orissa High Court". business-standard.com. Retrieved 5 February 2025.