Jump to content

ଅକ୍ଷୟ କୁମାର ମିଶ୍ର

ଉଇକିପିଡ଼ିଆ‌ରୁ

ଅକ୍ଷୟ କୁମାର ମିଶ୍ର (ଜନ୍ମ ତାରିଖ: ୦୯.୧୧.୧୯୫୮) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ମିଶ୍ର ଯାଜପୁର ଜିଲ୍ଲା ଅନ୍ତର୍ଗତ ଗୌଡ଼ସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ରାମନାଥ ମିଶ୍ର ଏବଂ ମାତା ଅର୍ଣ୍ଣପୂର୍ଣା ମିଶ୍ର । ସେ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟ, କଳ୍ୟାଣପୁରରୁ ଉଚ୍ଚମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୭୬ ମସିହାରେ ନରସିଂହ ଚୌଧୁରୀ କଲେଜ୍, ଜାଜପୁରରୁ ଆଇ.ଏ. ଶିକ୍ଷା ସମାପ୍ତ କରିଥିଲେ । ୧୯୭୮ ମସିହାରେ ନରସିଂହ ଚୌଧୁରୀ କଲେଜ୍, ଜାଜପୁରରୁ ବି.ଏ. ଶିକ୍ଷା ସମାପ୍ତ କରି ୧୯୮୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲେ । ମଧୁସୂଦନ ଆଇନ କଲେଜ୍, କଟକରୁ ୧୯୮୧ ଏଲ୍‌.ଏଲ୍‌.ବି. ଏବଂ ୧୯୮୩ରେ ଏଲ୍‌.ଏଲ୍‌.ଏମ୍. ଡିଗ୍ରୀ ହାସଲ କଲେ । ପରେ ୨୦୦୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର, ଭୁବନେଶ୍ୱରରୁ "ତ୍ୱରିତ ବିଚାରର ଅଧିକାର" ବିଷୟରେ ଆଇନରେ ପି.ଏଚ୍.ଡି. ଶିକ୍ଷା ସମାପ୍ତ କରି ଡକ୍ତରେଟ ଉପାଧି ପ୍ରାପ୍ତ ହେଲେ ।।

ବାରରେ ଆଇନଜୀବୀ ଭାବେ ୧୨.୧୨.୧୯୮୧ ତାରିଖରେ ନାମ ଲେଖାଇ ଯାଜପୁର ବାର୍‌ ଆସୋସିଏଅସନର ସଦସ୍ୟ ଭାବେ ଆଇନ ଅଭ୍ୟାସ ଆରମ୍ଭ କରିବା ସହ କଟକରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ । ପୁଣି ୦୮.୧୨.୧୯୮୬ରୁ ୨୮.୦୮.୧୯୮୮ ପର୍ଯ୍ୟନ୍ତ ମଧୁସୂଦନ ଆଇନ କଲେଜ୍, କଟକରେ ଆଂଶୀକ ସମୟର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ।[]

ଓଡ଼ିଶା ନ୍ୟାୟିକ ସେବାରେ ୦୧.୦୯.୧୯୮୮ ଯୋଗଦେଇ ପୁରୀରେ ପ୍ରୋବେଶନରୀ ମୁନ୍ସିଫ୍ ଭାବେ ନିଯୁକ୍ତି ପାଇଲେ । ପରେ ୦୯.୧୨.୨୦୦୮ରେ ଓଡ଼ିଶା ସୁପରିଅର ନ୍ୟାୟିକ ସେବା କ୍ୟାଡରକୁ ପଦୋନ୍ନତି ପାଇ ନୟାଗଡ଼ରେ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି (ଏ.ଡି.ଜେ.) ଭାବେ କାର୍ଯ୍ୟଭାର ଗ୍ରହଣ କଲେ । ପରେ ଜିଲ୍ଲା ଏବଂ ସେସନ ନ୍ୟାୟାଧୀଶ, ବଲାଙ୍ଗିର ଭାବେ କାର୍ଯ୍ୟ କରିଥିଲେ । ସେବା ଅବଧିରେ ସେ ଓଡ଼ିଶା ବିକ୍ରୟ କର ଟ୍ରାଇବ୍ୟୁନାଲ୍, କଟକରେ ନ୍ୟାୟିକ ସଦସ୍ୟ, ଓଡ଼ିଶା ନ୍ୟାୟିକ ଏକାଡେମୀ, କଟକର ନିର୍ଦ୍ଦେଶକ, ସି.ବି.ଆଇ. ସ୍ଵତନ୍ତ୍ର ନ୍ୟାୟାଧୀଶ ଏବଂ ରେଜିଷ୍ଟ୍ରାର ଜେନେରାଲ୍, ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ପଦୋନ୍ନତି ପାଇ ୧୯-୧୧-୨୦୧୮ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ଯୋଗ ଦେଇ ଏହି ପଦବୀରେ ୦୮-୧୧-୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କଲେ ।[][]

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-06.
  2. Bureau, O. B. (2018-11-03). "SC Recommends Appointment Of Dr Akshaya Kumar Mishra As Orissa HC Judge". Odisha Bytes (in ବ୍ରିଟିଶ୍‌ ଇଂରାଜୀ). Retrieved 2025-02-06.
  3. archive, From our online (2018-11-20). "Shatrughana Pujahari and AK Mishra appointed as Orrisa HC Judges". The New Indian Express (in ଇଂରାଜୀ). Retrieved 2025-02-06.
  4. Bench, Bar & (2018-11-17). "Dr. Akshaya Kumar Mishra appointed Orissa High Court judge". Bar and Bench - Indian Legal news (in ଇଂରାଜୀ). Retrieved 2025-02-06.