ଅକ୍ଷତା ନାରାୟଣ ମୂର୍ତ୍ତି
ଅକ୍ଷତା ନାରାୟଣ ମୂର୍ତ୍ତି | |
---|---|
![]() Murty in 2024 | |
ଜନ୍ମ | Akshata Narayana Murty ୨୫ ଅପ୍ରେଲ ୧୯୮୦ |
ଜାତୀୟତା | Indian |
ଶିକ୍ଷାନୁଷ୍ଠାନ | |
ବୃତ୍ତି | Businesswoman |
ପ୍ରସିଦ୍ଧି | Spouse of the prime minister of the United Kingdom (2022–2024) |
ରାଜନୈତିକ ଦଳ | Conservative |
ବୈବାହିକ-ସାଥୀ | |
ସନ୍ତାନ | 2 |
ପିତାମାତା |
|
ସମ୍ପର୍କୀୟ | Rohan Murty (brother) Shrinivas Kulkarni (uncle) Gururaj Deshpande (uncle) ଛାଞ୍ଚ:Labeldata |
ଅକ୍ଷତା ନାରାୟଣ ମୂର୍ତ୍ତି (ଜନ୍ମ: ଏପ୍ରିଲ ୧୯୮୦) ବ୍ରିଟେନରେ ବସବାସ କରୁଥିବା ଜଣେ ଭାରତୀୟ ଫ୍ୟାସନ୍ ଡିଜାଇନର୍ ତଥା ବ୍ୟବସାୟୀ ।[୧] ସେ ବହୁଜାତୀୟ ଆଇଟି କମ୍ପାନୀ ଇନଫୋସିସ୍ର ସଂସ୍ଥାପକ ନାରାୟଣ ମୂର୍ତ୍ତି ଓ ସୁଧା ମୁର୍ତିଙ୍କ ଝିଅ । ସେ ଇନଫୋସିସ୍ର ୦.୯୩% ଶେୟାର ଧାରକ ।
ସଂକ୍ଷିପ୍ତ ଜୀବନି ଓ ପେଶା
[ସମ୍ପାଦନା]ଅକ୍ଷତା ନାରାୟଣ ମୂର୍ତ୍ତିଙ୍କ ଜନ୍ମ ଏପ୍ରିଲ୍ ୧୯୮୦ ମସିହାରେ ଭାରତର ହୁବଳୀ ରେ ହୋଇଥିଲା । ଛୋଟ ବେଳେ ତାଙ୍କ ଲାଳନ ପାଳନ ଦାୟୀତ୍ଵ ତାଙ୍କ ଅଜାଆଇ ନେଇଥିଲେ । କାରଣ ସେତେବେଳେ ତାଙ୍କ ବାପା ଏନ୍. ଆର୍. ନାରାୟଣ ମୂର୍ତି ଓ ମା' ସୁଧା ମୂର୍ତି ଏକ ଟେକ୍ନୋଲୋଜି କମ୍ପାନୀ "ଇନଫୋସିସ୍" ସ୍ଥାପନା ପାଇଁ କାମ କରୁଥିଲେ । ତାଙ୍କ ମା' ସୁଧା ମୂର୍ତ୍ତି ହେଉଛନ୍ତି ଟାଟା ଇଞ୍ଜିନିୟରିଂ ଏବଂ ଲୋକୋମୋଟିଭ୍ କମ୍ପାନୀରେ କାମ କରୁଥିବା ପ୍ରଥମ ମହିଳା ଇଞ୍ଜିନିୟର୍ । [୨]
୨୦୦୭ ମସିହାରେ ମୂର୍ତ୍ତି ଡଚ୍ କ୍ଲିନ୍ଟେକ୍ କମ୍ପାନୀ ଟେଣ୍ଡ୍ରିସ୍ର ମାର୍କେଟିଂ ନିର୍ଦ୍ଦେଶିକା ଭାବରେ ଯୋଗଦେଇଥିଲେ । ସେଠାରେ ୨ ବର୍ଷ କାମ କରିବା ପରେ ସେ ନିଜ ଫ୍ୟାସନ୍ ଫର୍ମ ଆରମ୍ଭ କଲେ, କିନ୍ତୁ ୨୦୧୨ ମସିହାରେ ଏହା ବନ୍ଦ କରିଦେଲେ । ୨୦୧୩ ମସିହାରେ ସେ ଭେଞ୍ଚର୍ କ୍ୟାପିଟାଲ୍ ଫଣ୍ଡ କଟମାରାନ୍ ଭେଞ୍ଚର୍ସର ନିର୍ଦ୍ଦେଶିକା ଭାବେ ଯୋଗ ଦେଲେ। ସେ ଏହି ଫାର୍ମର ଲଣ୍ଡନ୍ ଶାଖାର ସଂସ୍ଥାପକା ଓ ନିଜ ସ୍ୱାମୀ ଋଷି ସୁନକ୍ଙ୍କ ସହିତ ସହ-ସଂସ୍ଥାପକା ଭାବରେ କାମ କରୁଛନ୍ତି । ସୁନକ୍ ୨୦୧୫ ମସିହାରେ ରିଚମଣ୍ଡର ସାଂସଦ ପଦବୀ ପାଇଁ ନିର୍ବାଚନ ଲଢିବା ପୂର୍ବରୁ ତାଙ୍କର ଶେୟାର୍ଗୁଡିକ ଅକ୍ଷତାଙ୍କୁ ଦେଇଥିଲେ। ଅକ୍ଷତାଙ୍କ ପାଖରେ ତାଙ୍କର ବାପାଙ୍କ ଫାର୍ମର ମୋଟ ୦.୯୩% ଶେୟାର ଅଛି, ଯାହାର ଏପ୍ରିଲ୍ ୨୦୨୨ରେ ମୂଲ୍ୟ ପ୍ରାୟ ଛଅ ଲକ୍ଷ କୋଟି ଟଙ୍କା ଥିଲା । ଏହା ବାଦ୍ ସେ ଜେମି ଓଲିଭର୍ର ରେଷ୍ଟୁରାଣ୍ଟ୍, ଭାରତରେ ୱେଣ୍ଡି’ସ୍, କୋରୋ କିଡ୍ସ୍ ଓ ଡିଗ୍ମି ଫିଟନେସ୍ର ଶେୟାର୍ ଧାରକ ଅଟନ୍ତି । ସେ ଡିଗ୍ମି ଫିଟନେସ୍ ଓ ସୋରୋକୋ ର ନିର୍ଦ୍ଦେଶିକା ଏବଂ ନିଜ ଭାଇ ରୋହନ୍ ମୂର୍ତ୍ତିଙ୍କ ସହିତ ଏହାର ସଂସ୍ଥାପିକା ମଧ୍ୟ ଅଟନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଅଗଷ୍ଟ ୨୦୦୯ ମସିହାରେ ଅକ୍ଷତାଙ୍କ ବିବାହ ଋଷି ସୁନକ ସହିତ ହୋଇଥିଲା।[୩] ସେମାନଙ୍କର ସାକ୍ଷାତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ MBA ପଢ଼ୁଥିବା ବେଳେ ହୋଇଥିଲା । ସେମାନଙ୍କର ଦୁଇଜଣ ଝିଅଛନ୍ତି—ଅନୁଷ୍କା ଓ କୃଷ୍ଣା।[୪] ସେ ନିଜ ସ୍ୱାମୀଙ୍କ ସହିତ ବ୍ରିଟେନ୍ର 11 ଡାଉନିଂ ଷ୍ଟ୍ରିଟ୍ରେ ବସବାସ କରନ୍ତି ।
ଅକ୍ଷତାଙ୍କ ପାଖରେ ଭାରତୀୟ ନାଗରିକତା ଅଛି । ଅଗଷ୍ଟ ୨୦୨୨ ମସିହାରେ ଏକ ରିପୋର୍ଟ୍ରେ କୁହାଯାଇଥିଲା ଯେ ଅକ୍ଷତା ବ୍ରିଟେନ୍ରେ ଅଣ-ନିବାସୀ ଭାବରେ ବସବାସ କରୁଛନ୍ତି, ଯାହା ଫଳରେ ସେ ବ୍ରିଟେନ୍ରେ ପାଇଥିବା ଆୟ ଉପରେ କୌଣସି କର ଦେବାକୁ ପଡ଼ୁନାହିଁ । ଏହି ପଦବୀ ପାଇଁ ସେ ମାତ୍ର £୩୦,000 ଦେଉଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଅକ୍ଷତା କହିଲେ ଯେ ସେ ଅଣ-ନିବାସୀ ପଦବୀକୁ ଅବ୍ୟାହତ ରଖିବେ, କିନ୍ତୁ ସ୍ୱଇଚ୍ଛାରେ ସେ ବିଶ୍ୱରୁ ହୋଇଥିବା ଆୟ ଉପରେ ବ୍ରିଟେନ୍ରେ କର ଦେବେ।
ଆଧାର
[ସମ୍ପାଦନା]- ↑ Neate, Rupert (2022-04-07). "Akshata Murty: Rishi Sunak's wife and richer than the Queen". The Guardian (in ବ୍ରିଟିଶ୍ ଇଂରାଜୀ). ISSN 0261-3077. Retrieved 2025-05-22.
- ↑ "Meet Akshata Murthy, Infosys Founder Narayan Murthy's Daughter and UK PM Rishi Sunak's Wife – Her Net Worth, Education and Career". Times Now (in ଇଂରାଜୀ). 2023-09-10. Retrieved 2025-05-22.
- ↑ Bedi, Rahul; Bird, Steve (2020-02-15). "Why Rishi Sunak's wife may hold the clue to his budget". The Telegraph (in ବ୍ରିଟିଶ୍ ଇଂରାଜୀ). ISSN 0307-1235. Retrieved 2025-05-22.
- ↑ "Chancellor Rishi Sunak defends wife Akshata Murty in row over non-dom status" (in ବ୍ରିଟିଶ୍ ଇଂରାଜୀ). 2022-04-08. Retrieved 2025-05-22.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |