ନୀଳାଦ୍ରିବିହାର

ଉଇକିପିଡ଼ିଆ‌ରୁ
ନୀଳାଦ୍ରିବିହାର ପ୍ରାଥମିକ ବିଦ୍ୟାଳୟ
ଫାଇଲ:ଇସାନେଶ୍ୱର ମନ୍ଦିର.jpg
ନୀଳାଦ୍ରିବିହାରସ୍ଥିତ ଇସାନେଶ୍ୱର ମନ୍ଦିରର ମୁଖ୍ୟ ଫାଟକ

ନୀଳାଦ୍ରିବିହାର ହାଉସିଂ ବୋର୍ଡ କଲୋନୀଟି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରାଜସ୍ୱ ମୌଜା ଅଧୀନ ଏକ ଉପକଣ୍ଠ।[୧]

ଅବସ୍ଥିତି[ସମ୍ପାଦନା]

ବୁଦ୍ଧ ପାର୍କ
ବୁଦ୍ଧ ପାର୍କ
ଫାଇଲ:ବୁଦ୍ଧ ଆର୍ଟ ଗ୍ୟାଲେରି.jpg
ବୁଦ୍ଧ ଆର୍ଟ ଗ୍ୟାଲେରି

ଏହି ଅଞ୍ଚଳଟି ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କିଠାରୁ ଡମପଡା ଜଙ୍ଗଲ ପର୍ଯ୍ୟନ୍ତ ୨ ବର୍ଗ କିଲୋମିଟର ଜମିରେ ବ୍ୟାପୀ ରହିଥିବାବେଳେ ଏହିରେ ସେକ୍ଟର ୧ଠାରୁ ୫ ପର୍ଯ୍ୟନ୍ତ ରହିଛି । ଏଥିରେ ଲୁମ୍ବିନୀ ବିହାର , ଆପୋଲୋ ବିହାର , ହାଉସିଂ ବୋର୍ଡ କଲୋନୀ , ଡିଫେନସ କଲୋନୀ ଆଦି ରହିଛି । ଏଠାରେ ୩୦୦୦ ଘର ରହିଥିବାବେଳେ ୨୬୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହାର ଅନତି ଦୂରରେ ଡିଷ୍ଟ୍ରିଟ ସେଣ୍ଟର, ବିଡିଏ କଲୋନୀ, ଶୈଳେଶ୍ରୀବିହାର[୨] , ଡ଼ିଏଭି ସ୍କୁଲ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର[୩], ସରକାରୀ ପ୍ରାଥମିକ ବିଦ୍ୟାଳୟ, ସରକାରୀ ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର, ବୁଦ୍ଧ ଜୟନ୍ତୀ ପାର୍କ[୪] , ବୁଦ୍ଧ ଆର୍ଟ ଗ୍ୟାଲେରି , ମଧ୍ୟ ଭାଗରେ ଇଶାନେଶ୍ୱର ଶିବ ମନ୍ଦିର, ଆର୍ମି ୱେଲଫେୟାର ଆସୋସିଏସନ , ପଦ୍ମପାଣି ବିହାର ଆଦି ରହିଛି ।[୫]

ଇତିହାସ[ସମ୍ପାଦନା]

୧୯୯୧ ମସିହାରେ ଏହି କଲୋନୀର ଶୁଭାରମ୍ଭ ହୋଇଥିଲା । ବିଡ଼ିଏ ଗୃହ ନିର୍ମାଣ କରି ପ୍ରଥମରେ ୫୦୦, ଦ୍ୱିତୀୟରେ ୫୦୦ ଓ ତୃତୀୟରେ ୯୦୦ ଗୃହ ଯୋଗାଇ ଦେଇଥିଲା । ୧୯୦୦ ପରିବାର ରହୁଥିବା ବେଳେ ଧୀରେ ଧୀରେ ପରିବାର ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମରୁ ମାତ୍ର ୫୦୦ ଲୋକ ରହୁଥିବା ବେଳେ ଏବେ ତାହା ୨୬୦୦୦ରେ ପହଞ୍ଚି ଗଲାଣି ।

ପର୍ବପର୍ବାଣି ଓ ସାଂସ୍କୃତିକ କାର୍ଯ୍ୟକାମ[ସମ୍ପାଦନା]

ଗଣେଶ ମନ୍ଦିର, ନୀଳାଦ୍ରିବିହାର

ଏଠାରେ ଅନେକ ପର୍ବ ପର୍ବାଣି ପାଳନ କରାଯାଏ । ଗଣେଶ ପୂଜା, ଦୂର୍ଗା ପୂଜା[୬], କାର୍ତିକେଶ୍ୱର ପୂଜା,ଜନ୍ମାଷ୍ଟମୀ, ଦୋଳ ପୁର୍ଣିମା, ଜାଗର, ଅଗ୍ନି ପୁର୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆଦି ବଡ଼ ଧୁମଧାମରେ ପାଳନ କରାଯାଏ । [୭]

ଆଧାର[ସମ୍ପାଦନା]

  1. India. Ministry of Tribal Affairs (2006). Annual Report. Government of India, Ministry of Tribal Affairs.
  2. http://www.telegraphindia.com/1151007/jsp/odisha/story_46544.jsp#.VnkSG08wDSg
  3. "ଆର୍କାଇଭ୍ କପି". Archived from the original on 2016-01-10. Retrieved 2015-12-22. {{cite web}}: Cite has empty unknown parameter: |1= (help)
  4. http://www.telegraphindia.com/1150819/jsp/odisha/story_37865.jsp#.VnkR2U8wDSg
  5. http://www.dailypioneer.com/state-editions/bhubaneswar/niladri-vihar-youth-body-holds-plantation-drive.html
  6. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-12-22. {{cite web}}: Cite has empty unknown parameter: |1= (help)
  7. ସମାଜ ୨୯ ଅକ୍ଟୋବର ୨୦୧୫ ଭୁବନେଶ୍ୱର ସଂସ୍କରଣ