ଅଞ୍ଜୁମ ଚୋପ୍ରା
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ଅଞ୍ଜୁମ ଚୋପ୍ରା | ||||||||||||||||||||||||||||||||||||||||||||||||||||
ଜନ୍ମ | ଦିଲ୍ଲୀ, ଭାରତ | ୨୦ ମଇ ୧୯୭୭||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ବାମ ହାତୀ | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣ ବାହୁ ମଧ୍ୟମ | | ||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | |||||||||||||||||||||||||||||||||||||||||||||||||||||
National side | |||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ | ୧୭ ନଭେମ୍ବର ୧୯୯୫ v ଇଂଲଣ୍ଡ | ||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୨୯ ଅଗଷ୍ଟ ୨୦୦୬ v ଇଂଲଣ୍ଡ | ||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ | ୧୨ ଫେବୃୟାରୀ ୧୯୯୫ v ନିଉଜଲାଣ୍ଡ | ||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୨୧ ମାର୍ଚ୍ଚ ୨୦୦୯ v ଅଷ୍ଟ୍ରେଲିଆ | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
ଏୟାର ଇଣ୍ଡିଆ | |||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, ୧୬ ସେପ୍ଟେମ୍ବର ୨୦୧୪ |
ଅଞ୍ଜୁମ ଚୋପ୍ରା(ଜନ୍ମ :୨୦ ମଇ ୧୯୭୭) ଆନ୍ତର୍ଜାତୀୟ ସ୍ଥରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଜଣେ ମହିଳା କ୍ରିକେଟର ।[୧] ଏହି ଖେଳାଳି ଜଣକ ୯ ବର୍ଷ ବୟସରେ କ୍ରିକେଟ୍ ପଡ଼ିଆକୁ ଓହ୍ଲାଇଥିଲେ । ସେ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ମହାବିଦ୍ୟାଳୟରେ ବାଳିକାମାନଙ୍କ ସହ ଖେଳି ୨୦ ରନ୍ କରିଥିଲେ ଓ ୨ଟି ୱିକେଟ୍ ନେଇଥିଲେ । ପରେ ସେହି ବର୍ଷ ସେ ୧୫ ବର୍ଷରୁ କମ୍ ପ୍ରତିଯୋଗିତା ପାଇଁ ଦିଲ୍ଲୀ ତରଫରୁ ମନୋନୀତ ହୋଇଥିଲେ ।
ପ୍ରଥମାର୍ଦ୍ଧରେ ସେ ବିଭିନ୍ନ ଖେଳ ଖେଳୁଥିଲେ, ଯଥା: ଆଥ୍ଲେଟିକ୍ସ, ବାସ୍କେଟ୍ବଲ୍, ପହଁରା । ସେ ମଧ୍ୟ ଜାତୀୟ ସ୍ତରରେ ଦିଲ୍ଲୀ ବାସ୍କେଟ୍ବଲ୍ର ସଦସ୍ୟ ଥିଲେ ।[୧]
ଅଞ୍ଜୁମ୍ ତାଙ୍କର ପ୍ରଥମ ଦିନିକିଆ ମ୍ୟାଚ୍ ୧୭ ବର୍ଷ ବୟସରେ ୧୨ ଫେବୃଆରୀ ୧୯୯୫ରେ ନ୍ୟୁଜିଲ୍ୟାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଖେଳିଥିଲେ । ଏହାର କିଛି ଦିନ ପରେ ୧୭ ନଭେମ୍ବର ୧୯୯୫ରେ କୋଲକାତାର ଇଡ଼େନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମ୍ରେ ଇଂଲଣ୍ଡ ବବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।[୨] ସେହି ବର୍ଷ ଦ୍ୱିତୀୟ ସିରିଜ୍ରେ, ଇଂଲଣ୍ଡ ବିପକ୍ଷରେ ୬୭.୫ ଆଭରେଜ୍ରେ ରନ୍ କରି ସେ ପ୍ଲେୟାର୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ ।
ସେ ଜଣେ ବାମ ହାତୀ ବ୍ୟାଟମ୍ୟାନ ଏବଂ ଡାହାଣ ହାତୀ ମିଡ଼ିୟମ-ଫାଷ୍ଟ ବୋଲର । ସେ ଭାରତ ପାଇଁ ୧୨ଟି ଟେଷ୍ଟ ଏବଂ ୧୧୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। [୩][୪]
ପୁରୁଷ ପ୍ରଧାନ କ୍ରିକେଟ ଖେଳରେ, ଅଞ୍ଜୁମ ନିଜକୁ ଜଣେ ଦକ୍ଷ ମହିଳା ଖେଳାଳି ଭାବରେ ପରିଗଣିତ କରି ପାରିଛନ୍ତି । କ୍ରିକେଟରୁ ଅବସର ଗ୍ରହଣ କରିବା ପରେ, ସେ ଜଣେ ଭାଷ୍ୟକାର,[୫] ପରାମର୍ଶ ଦାତ୍ରୀ, ପ୍ରେରଣାଦାୟୀ ଲେଖିକା, ଅଭିନେତ୍ରୀ ଓ ବକ୍ତା ଭାବରେ ପରିଚିତ କରାଇଛନ୍ତି ।[୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କ ପରିବାର ଲୋକମାନେ ବିଭିନ୍ନ ଖେଳ ସହ ଜଡ଼ିତ ରହିଆସିଛନ୍ତି :
- ଅଜା, ବେଦ ପ୍ରକାଶ ସାହନି ଜଣେ ଆଥଲେଟ ଭାବରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ କ୍ରିକେଟର ଭାଷ୍ୟକାର ମଧ୍ୟ ।
- ମା, ପୁନମ ଚୋପ୍ରା ଗୁଡ଼ଇୟର କାର ରାଲି ରେସ ଜିତିଥିଲେ ଏବଂ ସେ ଜଣେ ଖେଳ ପ୍ରେମୀ ଥିଲେ।
- ବାପା, କ୍ରିଷ୍ଣା ବାଲ ଚୋପ୍ରା ଜଣେ ଗଲ୍ଫ ଖେଳାଳି।
- ଭାଇ, ନିର୍ବାନ ଚୋପ୍ରା ଦିଲ୍ଲୀ ରାଜ୍ୟର ଅଣ୍ଡର ୧୭ ଓ ଅଣ୍ଡର ୧୯ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିଲେ।
- ମାମୁ ରୋହିତ ସାହାନି ଜଣେ କ୍ରିକେଟର ଥିଲେ ,ସେ ମାୟୋ କଲେଜର ଖ୍ୟାତନାମ ଉଇକେଟ କିପ୍ପର ଓ ଓପନିଙ୍ଗ ବ୍ୟାଟ୍ସମ୍ୟାନ ଏବଂ ହିନ୍ଦୁ କଲେଜ ଓ ଦିଲ୍ଲୀ ୟୁନିଭରସିଟିର କ୍ୟାପ୍ଟେନ ଥିଲେ ।
ଅଞ୍ଜୁମ ଜଣେ ପଶୁ ପ୍ରେମୀ । ସେ ତାଙ୍କ ପୋଷାକୁକୁର ସହ ସମୟ ବିତାଇବାକୁ ଭଲ ପାଆନ୍ତି । ସେ ଦିଲ୍ଲୀ ପବ୍ଲିକ ସ୍କୁଲ(ଆର.କେ.ପୁରମ)ର ଛାତ୍ରୀ ଥିଲେ । ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ୟୁନିଭରସିଟିରେ ପାଠ ପଢିଥିବା ଅଞ୍ଜୁମ, "ଫୋର ସ୍କୁଲ ଅଫ ମ୍ୟାନେଜମେଣ୍ଟ"ରୁ ମାର୍କେଟିଙ୍ଗ ଏବଂ ଏଚ୍.ଆରରେ ଏମ.ବି.ଏ କରିଛନ୍ତି । ଜେନେରାଲ ଇଲେଟ୍ରୋନିକ୍ସ, ଷ୍ଟାଣ୍ଡାର୍ଡ ଚାଟାର୍ଡ, ଗୋଲ୍ଡମାନ ସଚ୍, ଭୋଡାଫୋନ ଭଳି ସଂସ୍ଥାନରେ ସେ ପ୍ରଶିକ୍ଷଣ ଦେଇ ସାରିଛନ୍ତି ।
କ୍ରିକେଟର ଜୀବନ
[ସମ୍ପାଦନା]ଅଞ୍ଜୁମ ଚୋପ୍ରା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ନିଜ ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ୧୯୯୫ ମସିହାରେ ନିଉଜିଲାଣ୍ଡ ବିରୋଧରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳିଥିଲେ ।[୭] ଏହି ମ୍ୟାଚରେ ଭାରତ ପାଇଁ ବୋଲିଂ କରି ୪ ଓଭରରେ ୧୪ ରନ ଦେଇଥିଲେ ଏବଂ ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ, ସଙ୍କଟମୟ ପରିସ୍ଥିତିରେ ୧୧ରନର ପାର୍ଟନରସିପ କରି ଭାରତକୁ ଜିତେଇ ଥିଲେ । ପ୍ରଥମ ଟେଷ୍ଟ ମ୍ୟାଚ ସେ ନଭେମ୍ବର ୧୯୯୫ରେ ଇଂଲଣ୍ଡ ବିରୋଧରେ କଲିକତାରେ ଖେଳିଥିଲେ । .
୨୦୦୦ ମସିହାରେ ନିଉଜିଲାଣ୍ଡରେ ହୋଇଥିବା "କ୍ରିକ ଇନ୍ଫୋ" ବିଶ୍ୱକପରେ, ଅଞ୍ଜୁମ ଭାରତୀୟ ଦଳର ଉପ ଅଧିନାୟକ ଭାବରେ ଖେଳିଥିଲେ । ଏହି ବିଶ୍ୱକପରେ ସେ ଭାରତ ତରଫରୁ ସବୁଠୁ ଅଧିକ ରନ କରିଥିଲେ ଓ ଦୁଇଥର "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ଭାରତ ସେମିଫାଇନାଲରେ ନିଉଜିଲାଣ୍ଡଠାରୁ ପରାଜିତ ହୋଇଥିଲା ।
୨୦୦୨ ମସିହାରେ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ଓ ତାଙ୍କ ପ୍ରଥମ ସିରିଜରେ ସେ ଇଂଲଣ୍ଡକୁ ହରାଇଥିଲେ । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କ ନେତୃତ୍ୱର ଭାରତ ବିଦେଶରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିଲା । ଅଞ୍ଜୁମ ଏହି ମ୍ୟାଚରେ ୮୦ରନ କରିଥିଲେ । ୨୦୦୫ରେ ବିଶ୍ୱ କପରେ ଭାରତ ପ୍ରଥମ ଥର ଫାଇନାଲରେ ପହଞ୍ଚି ପାରିଥିଲା । ଭାରତ ତରଫରୁ ସେ ସର୍ବାଧିକ ରନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚରେ "ପ୍ଲେୟାର ଅଫ ଦ ମ୍ୟାଚ" ବିବେଚିତ ହୋଇଥିଲେ । ୨୦୦୯ ଅଷ୍ଟ୍ରେଲିଆ ବିଶ୍ୱକପରେ , ୭୬ ରନ କରି ସେ ଭାରତକୁ ଜିତାଇଥିଲେ ଏବଂ "ପ୍ଲେୟାର ଅଫ ଦ ମ୍ୟାଚ" ସମ୍ମାନ ପାଇଥିଲେ । ଇଂଲଣ୍ଡ ଏବଂ ନିଉଜିଲାଣ୍ଡ ପଛକୁ ଭାରତ ଏହି ବିଶ୍ୱକପରେ ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଅଞ୍ଜୁମ ୬ଟି ବିଶ୍ୱ କପ ଭାରତ ପାଇଁ ଖେଳିଥିଲେ । ସେଥିରୁ ୪ଟି ଦିନିକିଆ ବିଶ୍ୱ କପ ଏବଂ ୨ଟି ଟି୨୦ ବିଶ୍ୱ କପ । ସେ ପ୍ରଥମ ଖେଳାଳି, ଯିଏ ଭାରତ ପାଇଁ ୧୦୦ଟି ଦିନିକିଆ ଖେଳିଥିଲେ । ସେ ଜଣେ ଭଲ ଫିଲ୍ଡ଼ର ଏବଂ ସେ ଅଧିକ ସ୍ଲିପ କ୍ୟାଚ ଭାରତ ପାଇଁ ଧରିଥିଲେ । ଅଞ୍ଜୁମ ନିଜ ଦଳ ପାଇଁ ପ୍ରାୟ ସବୁ ସ୍ଥାନରେ ବ୍ୟାଟିଂ କରିଥାନ୍ତି ।
ଘରୋଇ କ୍ରିକେଟର ଭାବରେ, ସେ ଅଣ୍ଡର ୧୫ରେ ଦିଲ୍ଲୀ ରାଜ୍ୟ ପାଇଁ ଖେଳିବାର ସୌଭାଗ୍ୟ ପାଇଥିଲେ । ସେ ଏୟାର ଇଣ୍ଡିଆକୁ ଘରୋଇ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ ।
ତାଙ୍କ ପ୍ରତିନିଧିତ୍ୱରେ :
- ଦିଲ୍ଲୀ ରାଜ୍ୟ ପ୍ରଥମ ଥର ପାଇଁ ୨୦୧୨ ମସିହାରେ ପ୍ରଥମଥର ନ୍ୟାସନାଲ ଚମ୍ପିୟାନସିପ୍ ଜିତିଥିଲା ।
- ୨୦୦୨,୨୦୦୩ରେ -ଏୟାର ଇଣ୍ଡିଆ ନ୍ୟାସନାଲ ଓ ଜୋନାଲ ଚମ୍ପିୟାନସିପ୍ ଜିତିଥିଲା।
- ଏୟାର ଇଣ୍ଡିଆ ୨୦୦୩ର ଶ୍ରେଷ୍ଠ ଦଳ ଘୋଷିତ ହୋଇଥିଲା ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]Year | Award | Notes |
---|---|---|
୨୦୧୪ | ପଦ୍ମଶ୍ରୀ | |
୨୦୦୭ | ଅର୍ଜୁନ ପୁରସ୍କାର | |
୨୦୦୪ | ରାଜୀବ ଗାନ୍ଧୀ ଦିଲ୍ଲୀ ରାଜ୍ୟ ପୁରସ୍କାର | |
୨୦୦୦ | ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ | |
୨୦୦୫ | ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ | |
୨୦୦୯ | ଆଇସିସି ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ | |
୨୦୦୨ | ଶିରୋମଣି ଦେଶ ସେବା ରତ୍ତନ ପୁରସ୍କାର | ଶହୀଦ ମେମୋରିଆଲ୍ ଆନ୍ତର୍ଜାତୀୟ ସେବା ସୋସାଇଟି, ଲୁଦଜିଆନା ପ୍ରଦତ୍ତ |
୨୦୦୪ | କ୍ରିକେଟ୍ ପାଇଁ ଅତୁଳନୀୟ ଅବଦାନ ହେତୁ ସମ୍ମାନ | Presented during forum of women in public sector |
୨୦୦୮ | ଜି ଅସ୍ତିତ୍ୱ ସମ୍ମାନ – 'ଉଦାହରଣ ମହିଳାଙ୍କ ପାଇଁ ସମ୍ମାନ' | |
୨୦୦୯ | FICCI – YFLO- ଯୁବ ମହିଳା ସଫଳ ସମ୍ମାନ | |
୨୦୧୧ | ଖେଳରେ ଅବଦାନ ହେତୁ ପୁରସ୍କାର | Presented during National Progressive schools conference |
୨୦୧୨ | Alumni recognition award for public contribution | ଫୋର୍ ସ୍କୁ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ |
୨୦୧୩ | Shaksiyat Awards for Outstanding performance in the field of sports | ଆନ୍ତର୍ଜାତୀୟ ମହିଳା ଦିବସ ଦିନ ପ୍ରଦତ୍ତ |
୨୦୧୨-୧୩ | Exemplary contribution in the field of sports | ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ଇନ୍ଦୋର୍ ପ୍ରଦତ୍ତ |
୨୦୧୩ | Honours in Recognition to the society and nation | Presented by All India National Life insurance Employees Federation on their 50 years (golden jubilee celebration) |
୨୦୧୬ | ସମ୍ମାନନୀୟ ମେଲ୍ବୋର୍ଣ୍ଣ କ୍ରିକେଟ୍ କ୍ଲବ୍ (MCC) ସଦସ୍ୟତା, ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆ, ଲଣ୍ଡନ | ପ୍ରଥମ ଭାରତୀୟ ମହିଳା ଭାବେ ସମ୍ମାନୀତ[୮] |
ରେକର୍ଡ଼
[ସମ୍ପାଦନା]- ପ୍ରଥମ ଖେଳାଳି ଭାବରେ ଦିନିକିଆରେ ଭାରତ ତରଫରୁ ୧୦୦ ରନ କରିଥିଲେ ।[୯]
- ତାଙ୍କ ପ୍ରତିନିଧିତ୍ୱରେ ଭାରତ ଦେଶବାହାରେ ପ୍ରଥମଥର ଟେଷ୍ଟ ସିରିଜ ଜିତିଥିଲା । ତାଙ୍କ ପ୍ରତିନିଧିତ୍ୱବରେ ଭାରତ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ମ୍ୟାଚ ଜିତିଥିଲା ।
- ୨୦୦୨ମସିହାରେ ଘରୋଇ ସିରିଜ ୫-୦ରେ ଇଂଲଣ୍ଡ ବିରୋଧରେ ଜିତିଥିଲେ।
- ପ୍ରଥମ ଖେଳାଳି ଭାବରେ ୧୦୦ଟି ଦିନିକିଆ ମ୍ୟାଚ ଭାରତ ପାଇଁ ଖେଳିଥିଲେ।
- ପ୍ରଥମ ଖେଳାଳି ଭାବରେ ଭାରତ ପାଇଁ ୬ଟି ବିଶ୍ୱକପ ଖେଳିଥିଲେ । ୪ଟି ଦିନିକିଆ ୨ଟି ଟି୨୦ ବିଶ୍ୱକପ ।
- ଜଣେ ମହିଳା କ୍ରିକେଟର ଭାବରେ ୧୨ଟି ଟେଷ୍ଟ ସହିତ ଦିନିକିଆ ଏବଂ ଟି୨୦ମଧ୍ୟ।
- ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବରେ ଆନ୍ତର୍ଜାତୀୟ ସ୍ଥରରେ ନିଯୁକ୍ତି ପାଇଥିଲେ, ଦକ୍ଷିଣ ଆଫ୍ରିକା ମହିଳା ଦଳର କନସଲଟାଣ୍ଟ ଭାବରେ ୨୦୧୩-୧୩ରେ ନିଯୁକ୍ତ ହୋଇଥିଲେ ।
- ଗୁଡ଼ୱିଲ ଅମ୍ବାସଡ଼ର ଭାବରେ ନିଯୁକ୍ତ ହୋଇଥିଲେ ସ୍ତନ କର୍କଟ ନିରାକରଣ ପାଇଁ ସଚେତନ କରିବା ପାଇଁ , ଜୋହନସବର୍ଗଠାରେ ଏକ ପୁରୁଷ ଆନ୍ତର୍ଜାତୀୟ ମ୍ୟାଚ ଅବସରରେ
- ପୁରୁଷ କ୍ରିକେଟରେ ପ୍ରଥମ ମହିଳା ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ ।
ସଫଳତା
[ସମ୍ପାଦନା]ଅଞ୍ଜୁମ ୱାର୍ଲଡର ପ୍ରଥମ କଫି ଟେବୁଲ ବୁକର ଟାଇଟେଲ ‘Women’s Cricket World- ‘A Journey from 1745- 2013’ର କୋ -ଅଥର ଥିଲେ।
ଟେଲିଭିଜନ
[ସମ୍ପାଦନା]ଅଞ୍ଜୁମ "ଫିୟର ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜନ ୪" ରିୟାଲିଟି ଶୋରେ ଭାଗନେଇଥିଲେ ।[୧୦]
ବାହ୍ୟ ଆଧାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "IPL8: Four female commentators who are former cricketers-IndiaTV News" (in ଆମେରିକୀୟ ଇଂରାଜୀ). Retrieved 2017-09-27.
- ↑ "Live Cricket Scores & News International Cricket Council" (in ଇଂରାଜୀ). Retrieved 2017-09-27.
- ↑ "Player Profile: Anjum Chopra". Cricinfo. Archived from the original on 16 January 2010. Retrieved 24 January 2010.
- ↑ "Player Profile: Anjum Chopra". CricketArchive. Retrieved 24 January 2010.
- ↑ http://www.firstpost.com/sports/india-in-australia-interview-with-former-india-captain-anjum-chopra-when-games-are-televised-there-is-no-where-to-hide-2597866.html
- ↑ http://www.thehindu.com/todays-paper/tp-features/tp-metroplus/still-connected-to-cricket/article8353393.ece
- ↑ India Today. Thomson Living Media India Limited. 2007.
- ↑ "Anjum Chopra first Indian woman to be honoured with MCC life membership". 2016-09-07. Retrieved 2017-09-27.
- ↑ http://www.thehindu.com/news/cities/mumbai/entertainment/commenting-on-cricket/article8373399.ece
- ↑ "Let's get dangerous". Midday. 2011-06-05.
- ୧୯୭୭ ଜନ୍ମ
- Air India women cricketers
- ଦିଲ୍ଲୀ ମହିଳା କ୍ରିକେଟ ଖେଳାଳି
- କ୍ରିକେଟ ଖେଳାଳି
- India women One Day International cricketers
- India women Test cricketers
- India women Twenty20 International cricketers
- Indian cricket commentators
- Indian women cricket captains
- ମହିଳା କ୍ରିକେଟ ଖେଳାଳି
- ଭାରତୀୟ ମହିଳା କ୍ରିକେଟ ଖେଳାଳି
- ଜୀବିତ ବ୍ୟକ୍ତି
- Recipients of the Arjuna Award
- Recipients of the Padma Shri in sports
- University of Delhi alumni
- ଭାରତୀୟ କ୍ରିକେଟ ଖେଳାଳି