ନନ୍ଦିନୀ ସାହୁ

ଉଇକିପିଡ଼ିଆ‌ରୁ

ନନ୍ଦିନୀ ସାହୁ
Born (1973-07-23) ୨୩ ଜୁଲାଇ ୧୯୭୩ (ବୟସ ୫୦)
ଜି ଉଦୟଗିରି, ଓଡ଼ିଶା, ଭାରତ
Nationalityଭାରତୀୟ
Occupation(s)ଲେଖିକା, କବୀ, ସମାଲୋଚିକା

ଜୁଲାଇ ୨୩, ୧୯୭୩ରେ ଜି ଉଦୟଗିରି ଓଡ଼ିଶାରେ ଜନ୍ମିତ ନନ୍ଦିନୀ ସାହୁ ହେଉଛନ୍ତି ଜଣେ ଭାରତୀୟ କବୀ, ଲେଖିକା ଏବଂ ସମାଲୋଚିକା। [୧][୨][୩][୪] ସେ ମଧ୍ୟ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ଅଛନ୍ତି। ସେ ଇଂରାଜୀ ଭାଷାରେ କବିତା ସମେତ ଅନେକ ପୁସ୍ତକ ରଚନା କରିଛନ୍ତି। [୫][୬] ସେ ହେୁଛନ୍ତି ଜଣେ ପ୍ରସଂଶିତ କବୀ। [୭] ତାଙ୍କର କବିତା ଭାରତ, ଆମେରିକା, ବ୍ରିଟେନ, ଆଫ୍ରିକା ଏବଂ ପାକିସ୍ତାନରେ ଆଦୃତ ଓ ପ୍ରସାରିତ। [୮] ସେ ଇଂରାଜୀ ସାହିତ୍ୟରେ ଦୁଇଟି ସୁବର୍ଣ୍ଣ ପଦକ ଏବଂ "ଅଖିଳ ଭାରତୀୟ କବିତା ପ୍ରତିଯୋଗିତା" ଏବଂ "ଶିକ୍ଷା ରତ୍ନ ପୁରସ୍କାର" ହାସଲ କରିଛନ୍ତି। [୮][୯][୧୦] ଇଣ୍ଟର ଡିସିପ୍ଲିନାରୀ ଜର୍ଣ୍ଣାଲ ଅଫ ଲିଟରେଚର ଏଣ୍ଡ ଲାଂଗୁଏଜର ସେ ହେଉଛନ୍ତି ମୁଖ୍ୟ ସମ୍ପାଦିକା। [୧୧]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ତାଙ୍କର ପିତାମାତା ତାଙ୍କୁ ତାଙ୍କ ପାଞ୍ଚଜଣ ଭଉଣୀଙ୍କ ସହିତ ଶୃଂଖଳା ଭିତରେ ଲାଳନ ପାଳନ କରିଥିଲେ। [୮] ସେ ଇଂରାଜୀ ସାହିତ୍ୟରେ ଡକ୍ଟରେଟ ଡିଗ୍ରୀ ପ୍ରାଧ୍ୟାପକ ନିରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାଧାନରେ ହାସଲ କରିଛନ୍ତି। ସେ ମୂଳ ଆମେରିକୀୟ ସାହିତ୍ୟରେ ମଧ୍ୟ ଡି ଲିଟ (ଡକ୍ଟର ଅଫ ଲିଟରେଚର) ଉପାଧି ପାଇଛନ୍ତି। [୧୦] ସେ ଅଧୁନା ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ଅଛନ୍ତି। [୧୨] ସେ ଅନେକ ଜାତୀୟ ସେମିନାରରେ ଅଂଶଗ୍ରହଣ କରିଛନ୍ତି।[୧୩]

ସାହିତ୍ୟ ଜୀବନ[ସମ୍ପାଦନା]

ସାହୁ ବହୁତ କମ୍ ବୟସରୁ ଲେଖା ଲେଖି ଆରମ୍ଭ କରିଥିଲେ। ସେ କବିତା ସଂଗ୍ରହ ସମେତ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କର ଲେଖାଗୁଡ଼ିକ ଭାରତୀୟ-ଇଂରାଜୀ ସାହିତ୍ୟ, ଆମେରିକୀୟ ସାହିତ୍ୟ, ଇଂରାଜୀ ଭାଷା ଏବଂ ଶିକ୍ଷାଦାନ (ELT), ଲୋକ ସାହିତ୍ୟ, ସାଂସ୍କୃତିକ ଅଧ୍ୟୟନ ତଥା ଶିଶୁ ସାହିତ୍ୟ ଉପରେ ଆଧାରିତ। ସେ ଇଗ୍ନୁପାଇଁ ଲୋକ ସାହିତ୍ୟ ଏବଂ ସାଂସ୍କୃତିକ ଅଧ୍ୟୟନ ଉପରେ କାର୍ଯ୍ୟକ୍ରମର ନିର୍ମାଣ ଓବଂ ବିକାଶ କରିଛନ୍ତି। [୧୦] ଇଣ୍ଟର ଡିସିପ୍ଲିନାରୀ ଜର୍ଣ୍ଣାଲ ଅଫ ଲିଟରେଚର ଏଣ୍ଡ ଲାଂଗୁଏଜ ନୂଆଦିଲ୍ଲୀର ସେ ହେଉଛନ୍ତି ମୁଖ୍ୟ ସମ୍ପାଦିକା। ସେ ବିଭିନ୍ନ ବିଷୟରେ ଭାରତ ଓ ଭାରତ ବାହାରେ ଅନେକ ଭାଷଣ ଦେଇଛନ୍ତି। [୮][୧୦] ଜଣେ ଲେଖକ ଲେଖିଛନ୍ତି;
"This paper intensifies to examine the echoing voice of Nandini Sahu, a contemporary Indian woman poet writing in English in which one can easily find thepotency, the strength and the integrity both in her poetry and personality that she can rather be called as an ecofeminist, ecowomanist and an ecosocialist."
ଭାଷାନ୍ତର
"ଏହି ପତ୍ର ଇଂରାଜୀରେ ଲେଖୁଥିବା ଜଣେ ଭାରତୀୟ ନାରୀ କବି ନନ୍ଦିନୀ ସାହୁଙ୍କର ପ୍ରତିଧ୍ୱନିତ ସ୍ୱରକୁ ପରଖ କରିବାପାଇଁ ଗୁରୁତ୍ୱ ଦିଏ, ଯାହାଙ୍କ ଲେଖା ଏବଂ ବ୍ୟକ୍ତିତ୍ୱ ଉଭୟରେ ଜଣେ ସହଜରେ ସେହି ପ୍ରାବଲ୍ୟ, ସେହି ଶକ୍ତି ଏବଂ ସମ୍ପୂର୍ଣ୍ଣତାକୁ ଖୋଜି ପାଇ ପାରିବ, ଯେଉଁଥିପାଇଁ ବରଂ ତାଙ୍କୁ ଜଣେ ଇକୋଫେମିନିଷ୍ଟ, ଇକୋଓମାନିଷ୍ଟ ଏବଂ ଇକୋସୋସାଲିଷ୍ଟ ବୋଲି ଯଥାର୍ଥରେ କହିହେବ।" [୧୪]

ସମ୍ମାନ[ସମ୍ପାଦନା]

  • ପୁରସ୍କାର ଅଖିଳ ଭାରତୀୟ କବିତା ପ୍ରତିଯୋଗିତା[୧୦]
  • ପୁରସ୍କାର ଶିକ୍ଷା ରତ୍ନ ପୁରସ୍କାର[୧୦]
  • ଇଂରାଜୀ ସାହିତ୍ୟରେ ଦୁଇଟି ସୁବର୍ଣ୍ଣ ପଦକ [୧୦]

ଗ୍ରନ୍ଥସୂଚୀ[ସମ୍ପାଦନା]

ନିର୍ବାଚିତ କାମ

  • Sukamaa and Other Poems Published by The Poetry Society of India,Gurgaon ISBN 978-81-925839-2-1 [୧୭][୧୮]
  • Suvarnarekha : An anthology of Indian women poets[୧୯]

ସମାଲୋଚନାଧର୍ମୀ ପୁସ୍ତକ

  • Recollection as Redemption, 2004[୧୦]
  • Post Modernist Delegations in English Language Teaching: The Quixotic Deluge, 2005[୧୫]
  • The Post Colonial Space: Writing the Self and The Nation, 2008[୧୦][୨୦][୨୧]
  • Folklore and the Alternative Modernities(Vol I & II), 2012

ଆଧାର[ସମ୍ପାଦନା]

  1. The Atlantic Literary Review, Volume 7. Google Books. Retrieved 16 ଫେବୃଆରୀ 2013.
  2. "Nandini Sahu". The Peregrine Muse.com-Poets International. Archived from the original on 22 ଜୁଲାଇ 2013. Retrieved 23 ଫେବୃଆରୀ 2013.
  3. "Book Review : Folklore and the Alternative Modernities". Isahitya.com. 25 ମାର୍ଚ୍ଚ 2012. Retrieved 7 ସେପ୍ଟେମ୍ବର 2012.
  4. "Nandini Sahu". Poets Printery.com. Archived from the original on 10 ଅକ୍ଟୋବର 2012. Retrieved 27 ଅଗଷ୍ଟ 2012.
  5. ୫.୦ ୫.୧ "The Other Voice by Nandini Sahu Authors Press". The Tribune. 25 ସେପ୍ଟେମ୍ବର 2005. Retrieved 23 ଫେବୃଆରୀ 2013.
  6. "Poetic tongue is the idiom that comes from the spirit". All About Book Publishing.Com. Retrieved 20 ଅଗଷ୍ଟ 2012.
  7. "New Trends in Iidian Poetry: A Discourse With Some" (PDF). All About BooK Publishing.com. p. 134. Archived from the original (PDF) on 29 ଅକ୍ଟୋବର 2013. Retrieved 25 ଅକ୍ଟୋବର 2013.
  8. ୮.୦ ୮.୧ ୮.୨ ୮.୩ "In conversation with Dr Nandini Sahu". Muritius Times.com. 25 ଅକ୍ଟୋବର 2013. Retrieved 27 ଅକ୍ଟୋବର 2013.
  9. "Laudable Folklore Workshop of the MGI's Department of Bhojpuri, Folklore and Oral Traditions". Mauritius Times. 18 ଅକ୍ଟୋବର 2013. Retrieved 25 ଅକ୍ଟୋବର 2013.
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ ୧୦.୬ ୧୦.୭ ୧୦.୮ "Nandini Sahu Associate Professor". Ignou The People's University. Retrieved 20 ଅଗଷ୍ଟ 2012. {{cite web}}: line feed character in |publisher= at position 19 (help)
  11. "Budding writers should take praise and criticism on equal terms" (PDF). The Political Business Daily. 29 ସେପ୍ଟେମ୍ବର 2013. Archived from the original (PDF) on 3 ଫେବୃଆରୀ 2014. Retrieved 19 ଜାନୁଆରୀ 2014.
  12. "IGNOU Likely To Launch MA Programme in Folklore & Culture Studies". Higher Education in India.com. 13 ଅକ୍ଟୋବର 2010. Retrieved 23 ଫେବୃଆରୀ 2013.
  13. "National seminar held at GNDEC". The Indian Express. 9 ଫେବୃଆରୀ 2009. Retrieved 23 ଫେବୃଆରୀ 2013.
  14. Quest for Ancient Wisdom: A Study of Ecofeminism in the Poetry of Nandini Sahu (PDF). Kafla.Magazine. Issue Jan–April 2014. p. 48. Archived from the original (PDF) on 6 June 2014. Retrieved 3 June 2014. {{cite book}}: Check date values in: |date= (help)
  15. ୧୫.୦ ୧୫.୧ ୧୫.୨ "List of Nandini Sahu books". Books.Google.com. Retrieved 20 ଅଗଷ୍ଟ 2012.
  16. Silver Poems on My Lips. Books.Google.com. Retrieved 20 ଅଗଷ୍ଟ 2012.
  17. "Sukamaa and other Poems" (PDF). Galaxyimrj.com. Retrieved 11 ଜୁନ 2014.
  18. "Nandini Sahu's Magic Cadence of Poetic Thoughts Reigns". Boloji.com. 22 ସେପ୍ଟେମ୍ବର 2013. Retrieved 23 ସେପ୍ଟେମ୍ବର 2013.
  19. "Suvarnarekha". Global Fraternityof Poets.com. Retrieved 11 ଜୁନ 2014.
  20. A.C. Bradley Oxford Lectures On Poetry – Page 400 1999 "Also of Interest The Post-Colonial Space : Writing the Self and the Nation, Ed.Nandini Sahu.."
  21. Mohit Kumar Ray Studies In Elt, Linguistics And Applied Linguistics Page vii 2004 "Dr Nandini Sahu makes out a case for Indian poetics as a significant body of critical criteria and pleads for their ... "

ବାହ୍ୟ ଆଧାର[ସମ୍ପାଦନା]