ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ

ଉଇକିପିଡ଼ିଆ‌ରୁ
ଦି ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ
ଫାଇଲ:Aolf Logo.png
"ସେଲେବ୍ରେଟିଂ ଲାଇଫ"[୧]
ମୂଳ ଲକ୍ଷ"ବସୁଧୈବ କୁଟୁମ୍ବକମ"[୨]
ମୁଖ୍ୟାଳୟ୨୧ ତମ କିମି, ଉଦୟପୁରା, କନକପୁରା ରୋଡ଼, ବେଙ୍ଗାଳୁରୁ
ୱେବ୍‌ସାଇଟhttp://www.artofliving.org

ଦ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ଏକ ସ୍ୱେଚ୍ଛାସେବୀ ମାନବବାଦୀ ଶୈଖିକ ବେସରକାରୀ ଅଣଲାଭକାରୀ ସଂସ୍ଥା(ଏନଜିଓ) ଅଟେ । [୩] ଏହା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କଦ୍ୱାରା ୧୯୮୧ ମସିହାରେ ସ୍ଥାପିତ ହୋଇଥିଲା ।[୪] ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ସମଗ୍ର ବିଶ୍ୱରେ ୧୫୬ଟି ଦେଶରେ ପରିବ୍ୟାପ୍ତ ହୋଇଛି ଏବଂ ବିଶ୍ୱର ସବୁଠୁ ବଡ଼ ସ୍ୱେଚ୍ଛାସେବୀ ଅଣଲାଭକାରୀ ସଂସ୍ଥା ରୂପେ ପରିଗଣିତ ହେଉଛି । [୫]

ଏହି ଫାଉଣ୍ଡେସନ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ଜାତିସଙ୍ଘ ଅର୍ଥନୈତିକ ଓ ସାମାଜିକ ପରିଷଦ(ECOSOC) ପାଇଁ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ କାର୍ଯ୍ୟକରୁଛି । [୬]ରବି ଶଂକର ସ୍ଥାପନା କରିଥିବା ଦ ଇଣ୍ଟରନାସନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜ ଏକ ସହଯୋଗୀ ଏନଜିଓ ଯାହା ମାନବିକ ମୂଲ୍ୟବୋଧକୁ ତୃଣମୂଳ ସ୍ତରରୁ ଉନ୍ନତ କରିବାକୁ ଦୃଷ୍ଟି ଦିଏ । [୭]

ଅନୁଷ୍ଠାନ[ସମ୍ପାଦନା]

ବେଂଗଳୂରୁଠାରେ ଥିବା ଆର୍ଟ ଅଫ ଲିଭିଂ ଅଧ୍ୟାତ୍ମିକ କେନ୍ଦ୍ର

ଦ ଆର୍ଟ ଅଫ ଲିଭିଂ(AOLF)ର ଆନ୍ତର୍ଜାତିକ ମୁଖ୍ୟାଳୟ ବେଦ ବିଜ୍ଞାନ ମହାବିଦ୍ୟାପୀଠ ଭିଭିଏମ ପରିସର ବେଂଗଳୂରୁଠାରେ ଅବସ୍ଥିତ । ଏହାର ଆଂଚଳିକ ଶାଖାମାନ ୧୫୬ଟି ଦେଶରେ ଅଛି । ୟୁରୋପରେ ଏହି ସଂସ୍ଥା ଦ ଆସୋସିଏସନ ଅଫ ଇନର ଗ୍ରୋଥ ନାମରେ ଜଣା । ଯାହା ଶ୍ରୀ ଶ୍ରୀ ରବି ଶଙ୍କରଙ୍କଦ୍ୱାରା ସ୍ଥାପିତ । ବିଭିନ୍ନ ପ୍ରକାର ବ୍ୟକ୍ତିଗତ ବିକାଶ ଏବଂ ଯନ୍ତ୍ରଣା ଲାଘବ କାର୍ଯ୍ୟକ୍ରମମାନ ଏହାର ବିଶ୍ୱଜାକର ଶାଖାଗୁଡ଼ିକରେ କରାଯାଏ ।

ବିଶ୍ୱ ସଂସ୍କୃତି ଉତ୍ସବ-୨୦୧୬[ସମ୍ପାଦନା]

ବିଶ୍ୱ ସଂସ୍କୃତି ଉତ୍ସବ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ପ୍ରଯୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ଅଣ-ଲାଭକାରୀ ୩୫ ବର୍ଷ ଧରି ଯୋଗାଉଥିବା ସେବା, ସଂସ୍କୃତି, ମାନବିକ ମୂଲ୍ୟବୋଧ ଓ ଅଧ୍ୟାତ୍ମିକତାକୁ ସଂସ୍ଥାର ୩୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବିଶ୍ୱସ୍ତରୀୟ ଉତ୍ସବ ଜରିଆରେ ନୂଆ ଦିଲ୍ଲୀଠାରେ ଯମୁନା ନଈକୂଳରେ ଆଡମ୍ବର ସହକାରେ ପାଳନ କରିଥିଲା । ଏହି ଉତ୍ସବ ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ । ବିଶ୍ୱ ସାଂସ୍କୃତିକ ମହୋତ୍ସବ ଏକ ସାଂସ୍କୃତିକ ଅଲମ୍ପିକ ଭଳି ଯେଉଁଠି ୩୭,୦୦୦ ହଜାରରୁ ଉର୍ଦ୍ଧ୍ୱ କଳାକାର ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଏଥିରେ ପ୍ରାୟ ୩.୫ ଅୟୁତ ଲୋକଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସଂସ୍କୃତିର ଲୋକ ପରସ୍ପର ନିକଟତର ହୋଇଥିଲେ । କଳା ଓ ସଂସ୍କୃତି ପ୍ରଚାର ପ୍ରସାର ଲାଗି ଆର୍ଟ ଅଫ ଲିଭିଂକୁ ୨.୨୫ କୋଟି ଟଙ୍କା ବେଳକୁ ବେଳ ଅନୁଦାନ ଆକାରରେ ଭାରତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା । [୮]

=ନ୍ୟାୟିକ ମାମଲା[ସମ୍ପାଦନା]

ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଥିବା ତିନି ଦିନିଆ ବିଶ୍ୱ ସଂସ୍କୃତି ଉତ୍ସବ-୨୦୧୬ ଯମୁନା ନଦୀ ବାଲୁକାଶଯ୍ୟାରେ ଆୟୋଜିତ ହେଉଛି ।ରାଷ୍ଟ୍ରୀୟ ସବୁଜ ଅଧିକରଣ(NTG)ଙ୍କ ଗଠିତ ଏକ କମିଟି ଅନୁଯାୟୀ ଯମୁନାକୂଳ ପରିବେଶ ନଷ୍ଟ କରିଥିବା କାରଣ ଦର୍ଶାଇ ୧୨୦କୋଟିର ତଣ୍ଡ/ଜୋରିମାନା ସହ କାର୍ଯ୍ୟକ୍ରମ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ୯ ମାର୍ଚ୍ଚରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୧୧ ମାର୍ଚ୍ଚ ସୁଦ୍ଧା ମାତ୍ର ୫ କୋଟି ତଣ୍ଡ ଗଣିବାର ନିର୍ଦ୍ଦେଶ ମିଳିଥିଲା ଏବଂ ଉତ୍ସବକୁ ସ୍ୱୀକୃତି ମିଳିଥିଲା । ଭବିଷ୍ୟତରେ କୌଣସି ଏପରି କାର୍ଯ୍ୟକ୍ରମ ସେଠାରେ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।[୯][୧୦]

  1. "Art of Living Foundation". Artofliving.org. Archived from the original on 20 July 2010. Retrieved 20 July 2010.
  2. FAQ
  3. "Art of Living Foundation". GuideStar USA, Inc. Archived from the original on 18 May 2013. Retrieved 20 September 2013.
  4. "No business, like God business: India's godmen find spirituality to be profitable". DNA. 15 Sep 2013. Retrieved 20 September 2013.
  5. http://indiatoday.intoday.in/education/story/sri-sri-ravi-shankars-59th-birthday-10-interesting-facts/1/437746.html
  6. "Art of Living Facts". Esango.un.org. Retrieved 20 July 2010.
  7. "The International Association of Human Values". Iahv.org. Archived from the original on 14 July 2010. Retrieved 20 July 2010.
  8. "ଜେଲ ଯିବାକୁ ପ୍ରସ୍ତୁତ, ପଇସାଟିଏ ଦେବିନି". ଧରିତ୍ରୀ. Retrieved 11 March 2016.
  9. http://www.huffingtonpost.in/2016/02/28/art-of-living-fined_n_9340830.html
  10. http://indianexpress.com/article/india/india-news-india/live-world-culture-festival-sri-sri-ravi-shankar-yamuna-parliament-rajya-sabha/