ଲିଥିଅମ ଔଷଧ

ଉଇକିପିଡ଼ିଆ‌ରୁ


ଲିଥିଅମ
2D chemical structure of lithium citrate
Clinical data
Trade namesCamcolit, Eskalith, Lithobid, others
AHFS/Drugs.commonograph
MedlinePlusa681039
Pregnancy
category
  • AU: D
  • US: D (Evidence of risk)
Routes of
administration
Oral, parenteral
ATC code
Legal status
Legal status
Pharmacokinetic data
Bioavailabilitydepends on formulation
Protein bindingNone
MetabolismRenal
Elimination half-life24 hrs, 36 hrs (elderly)[୧]
Excretion>95% renal
Identifiers
  • Lithium(1+)
CAS Number
PubChem CID
DrugBank
Chemical and physical data
Formulaଛାଞ୍ଚ:Chem
Molar mass6.941 g/mol
3D model (JSmol)
  • [Li+]
  • InChI=1S/Li/q+1
  • Key:HBBGRARXTFLTSG-UHFFFAOYSA-N

ଲିଥିଅମ ଯୌଗିକ ପଦାର୍ଥ (Lithium compounds), ଅନ୍ୟ ନାମ ଲିଥିଅମ ଲବଣ (lithium salts) ଏକ ପ୍ରକାର ମାନସିକ ରୋଗର ଔଷଧ । କୌଣସି ଔଷଧରେ ଉପସମ ହେଉ ନ ଥିବା ମେଜର ଡିପ୍ରେସିଭ ଡିଜଅର୍ଡ଼ରବାଇପୋଲାର ଡିଜଅରଡ଼ର ଭଳି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ ।[୧] ଏହି ରୋଗମାନଙ୍କରେ ଦେଖାଯାଉଥିବା ଆତ୍ମହତ୍ୟା ସଙ୍କଟ ଏହି ଔଷଧଦ୍ୱାରା କମିଯାଏ ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ପରିସ୍ରା, ହାତ ଥରା ଓ ଅଧିକ ଶୋଷ ହୁଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋଥାଇରଏଡିଜ୍ମ, ଡାଏବେଟିସ ଇନସିପିଡସ ଓ ଲିଥିଅମ ବିଷାକ୍ତ‌ତା ହୁଏ । ଏହାର ସମ୍ଭାବ୍ୟ ବିଷାକ୍ତ‌ତା ସଙ୍କଟକୁ ଅବରୋଧ କରିବା ନିମନ୍ତେ ଔଷଧର ନିୟମିତ ରକ୍ତ ସ୍ତର ପର୍ଯ୍ୟାଲୋଚନା କରାଯାଏ । ଅତ୍ୟଧିକ ଔଷଧ ହୋଇଗଲେ ତରଳ ଝାଡ଼ା, ବାନ୍ତି, ଶାରୀରିକ ନିୟନ୍ତଣ ଅକ୍ଷମତା, ନିଦୁଆ ଭାବ ଓ କାନରେ ଝିଁ ଝିଁ ଶବ୍ଦ ଶୁଣାଯିବା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନେଲେ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ।[୧] ସ୍ତନ୍ୟପାନ ସମୟରେ ଏହା ଠିକ ରହେ । [୩] ଏହି ଔଷଧ ମୁଡ ସ୍ଟାବିଲାଇଜର ଶ୍ରେଣୀର ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସଠିକ ଭାବେ ଜଣାଯାଇ ନାହିଁ । [୧]

ସନ ୧୮୮୦ରେ ଗାଉଟ, ଅପସ୍ମାରକର୍କଟ ରୋଗ ଥିବା ରୋଗୀଙ୍କୁ ଲିଥିଅମ ଦିଆଯାଉଥିଲା । ଅଷ୍ଟ୍ରେଲିଆର ଜନ କେଡ (John Cade ) ସନ ୧୯୪୮ରେ ପ୍ରଥମେ ମାନସିକ ରୋଗ ନିମନ୍ତେ ଏହା ପ୍ରୟୋଗ କରିଥିଲେ ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୨ରୁ ୦.୨୦ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣ ଡୋଜ ଦେଲେ ଏହାର ଖର୍ଚ୍ଚ ଦୈନିକ ୦.୯୦ରୁ ୧.୨୦ ଡଲାର । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Lithium Salts". The American Society of Health-System Pharmacists. Retrieved Dec 1, 2015.
  2. Baldessarini, Ross J; Tondo, Leonardo; Davis, Paula; Pompili, Maurizio; Goodwin, Frederick K; Hennen, John (2006). "Decreased risk of suicides and attempts during long-term lithium treatment: A meta-analytic review". Bipolar Disorders. 8 (5p2): 625–39. doi:10.1111/j.1399-5618.2006.00344.x. PMID 17042835.
  3. "Lithium use while Breastfeeding". LactMed. 2015-03-10. Retrieved 1 December 2015.
  4. Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 63. ISBN 9780471899792.
  5. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  6. "Lithium Carbonate". International Drug Price Indicator Guide. Retrieved 1 December 2015.[permanent dead link]