ଜାନକୀ ବଲ୍ଲଭ ମହାନ୍ତି

ଉଇକିପିଡ଼ିଆ‌ରୁ

ଜାନକୀ ବଲ୍ଲଭ ମହାନ୍ତି ଜଣେ ଭାରତୀୟ-ଓଡ଼ିଆ ଗୀତିକାର ଓ ଲେଖକ । ସେ ଆକାଶବାଣୀ କଟକ କେନ୍ଦ୍ରର "ଓମନିବସ ରୟାଲଟି କନଷ୍ଟ୍ରକ୍ଟ"ର ଆରମ୍ଭ ବେଳେ ପ୍ରଥମ ଅନୁବନ୍ଧିତ ଗୀତିକାର ଥିଲେ । ତାଙ୍କ ରଚିତ "ସପନେ ସପନେ କିଏ ଗୋ" ଥିଲା ଆକାଶବାଣୀର ପ୍ରଥମ ଅନୁବନ୍ଧିତ ଗୀତିକାରଙ୍କ ରଚନା । ତାଙ୍କର ଅନ୍ୟାନ୍ୟ ଜଣାଶୁଣା ଗୀତଗୁଡ଼ିକ ମଧ୍ୟରେ "ବଗୁଲା ବଗୁଲି ଉଡ଼ିଗଲେ ଗଛ ଛାଡ଼ି", "ଆମ କଣେଇ ଘରର କଣେଇ ଖେଳଲୋ, ମନେ କି ତୋର ନାହିଁ", "ମନେ ନାଇଁକି, ସେଇ କୁହୁଡ଼ି ଘେରା କାକର ପାହାନ୍ତି", "ଗହଳିଆ ଆମ୍ବତୋଟା ମୂଳେ" ଆଦି ଅନ୍ୟତମ । ସେ ମୁଖ୍ୟତଃ ପଲ୍ଲୀ ଜୀବନ ଓ ତହିଁରେ ପ୍ରେମକୁ ଭିତ୍ତିକରି ଗୀତ ରଚନା କରିଥିଲେ । ସେ ୧୯୫୪ ମସିହାର ଓଡ଼ିଆ ଚଳଚ୍ଚିତ୍ର କେଦାର ଗୌରୀ ପାଇଁ ଦୁଇଟି ଗୀତ ରଚନା କରିଥିଲେ ଯାହା ଚଳଚ୍ଚିତ୍ର ସହ ତାଙ୍କର ଏକମାତ୍ର ସଂପୃକ୍ତି ଥିଲା ।[୧]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜାନକୀ ବଲ୍ଲଭ ମହାନ୍ତି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଜନ୍ମନେଇଥିଲେ ।[୧]

ଗୀତିକାର[ସମ୍ପାଦନା]

ସେ ଆକାଶବାଣୀ କଟକ କେନ୍ଦ୍ରରେ "ଓମନିବସ ରୟାଲଟି କନଷ୍ଟ୍ରକ୍ଟ" ଆରମ୍ଭ ହେବା ପରେ ପ୍ରଥମ ଅନୁବନ୍ଧିତ ଗୀତିକାର ଭାବେ ଯୋଗ ଦେଇଥିଲେ । ତାଙ୍କ ରଚିତ "ସପନେ ସପନେ କିଏ ଗୋ" ଗୀତ ରାଧାବିନୋଦ ପଟ୍ଟନାୟକଙ୍କ ଗାୟନରେ ଆକାଶବାଣୀର ପ୍ରଥମ ଅନୁବନ୍ଧିତ ଗୀତିକାରଙ୍କ ରଚନା ଥିଲା । ସେ ନିଜ ରଚନାରେ ପଲ୍ଲୀସ୍ୱରକୁ ପ୍ରାଧାନ୍ୟ ଦେବା ସହିତ ଆଧୁନିକ ଗୀତରେ ନୂଆ ଶୈଳୀରେ ପଦ ସଂଯୋଜନା କରୁଥିଲେ । [୧]

ରଚନାବଳୀ[ସମ୍ପାଦନା]

  • ଆଧୁନିକ ଓଡ଼ିଆ ସାହିତ୍ୟ (୧୯୬୩)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Encyclopedia of Indian Cinema. 27/1/2016. p. ୮୮, ୮୯. {{cite book}}: Check date values in: |date= (help)