ରାଜା ଗୁମ୍ପା, ସେମିଳିଗୁଡ଼ା
ଅବସ୍ଥିତି[ସମ୍ପାଦନା]
ନନ୍ଦପୁର ବ୍ଲକ ଅନ୍ତର୍ଗତ, ପାଡ଼ୁଆଠାରୁ ୨୦ କି.ମି.ଦୂରରେ ଅଣ୍ଡରଗୋଡ଼ା ନିକଟବର୍ତ୍ତୀ ଫାଥଲୁମ ଗ୍ରାମ ପଞ୍ଚାୟତର ଆନ୍ଧ୍ର-ଓଡ଼ିଶା ସୀମାରେ, ମାଛକୁଣ୍ଡ ନଦୀ କୂଳରେ, ସେମିଳିଗୁଡ଼ା-ଆରକୁବୋରା ରାସ୍ତାରେ ରାଜାଗୁମ୍ଫା, ବାଲ୍ମିକୀ ଆଶ୍ରମ ଅବସ୍ଥିତ। କୋରାପୁଟଠାରୁ ଏହାର ଦୂରତା ୮୦ କିଲୋମିଟର।
ବିଶେଷତା[ସମ୍ପାଦନା]
ବାଲ୍ମିକୀ ଆଶ୍ରମ କାପାଟ ପର୍ବତର ପାଦଦେଶରେ ଅବସ୍ଥିତ। ଆଶ୍ରମଠାରୁ ଉପରକୁ ପ୍ରାୟ ୧ କିଲୋମିଟର ପାହାଡ଼ ଚଢ଼ିଲାପରେ ରାଜାଗୁମ୍ଫା ପଡ଼ିଥାଏ। ଗୁମ୍ଫାଟି ଅନ୍ଧାରିଆ ହୋଇଥିବାରୁ ଗଲାବେଳେ ସାଙ୍ଗରେ ଟର୍ଚ୍ଚ ନେଇ ଯିବା ଦରକାର। ଗୁମ୍ଫାଟି ୧୫୦ ମିଟର ଦୀର୍ଘ ଓ ୨୦ ଫୁଟ ଓସାରିଆ। ଏଠାକୁ ଯିବା ଟିକେ କଷ୍ଟସାଧ୍ୟ ବ୍ୟାପାର।
ଆକର୍ଷଣ[ସମ୍ପାଦନା]
ଔଷଧୀୟ ଗଛଲତାମାନଙ୍କର ଅନ୍ୱେଷଣ, ଏକାନ୍ତରେ ସମୟ ଅତିବାହିତ କରିବାପାଇଁ ଏହା ଏକ ଉପଯୁକ୍ତ ସ୍ଥାନ।
ଯୋଗାଯୋଗ[ସମ୍ପାଦନା]
ପାଡ଼ୁଆ ନିକଟସ୍ଥ ହାଟଗୁଡ଼ାଯାଏ ବସ୍ ସେବା କୋରାପୁଟଠାରୁ ରହିଛି। କୋରାପୁଟଠାରୁ ଭଡ଼ାରେ ଗାଡ଼ି ମଧ୍ୟ ମିଳିଥାଏ।
ଆଧାର[ସମ୍ପାଦନା]
- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |